Videos
|
Crime

Bhopal Stolen Scooty / ଚୋରି ସ୍କୁଟି ଚଳାଉଥିଲେ ଖାକିଧାରୀ ମହିଳା; ଇ-ଚାଲାଣ ମେସେଜ୍ ମିଳିବା ପରେ ହେଲା ପର୍ଦ୍ଦାଫାଶ

Subhramjit Ray
Browse all articles by Subhramjit Ray
·3 weeks ago·2 min read
ଚୋରି ସ୍କୁଟି ଚଳାଉଥିଲେ ଖାକିଧାରୀ ମହିଳା; ଇ-ଚାଲାଣ ମେସେଜ୍ ମିଳିବା ପରେ ହେଲା ପର୍ଦ୍ଦାଫାଶ
Bhopal Stolen Scooty

Key Points

ଚୋରି ହୋଇଥିବା ତାଙ୍କ ସ୍କୁଟି ଚଳାଇ ଚର୍ଚ୍ଚାକୁ ଆସିଛନ୍ତି ଖାକିଧାରୀ ମହିଳା। ଖାକି ୟୁନିଫର୍ମ ପିନ୍ଧିଥିବା ସେହି ମହିଳାଙ୍କୁ ଖୋଜୁଛି ପୋଲିସ।
ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଚୋରି ମାମଲାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଖାକି ପୋଷାକ ପିନ୍ଧିଥିବା ଜଣେ ମହିଳାଙ୍କୁ, ସରକାରୀ ହସ୍ପିଟାଲ ନର୍ସିଂ ଅଧିକାରୀଙ୍କ ଚୋରି ହୋଇଥିବା ସ୍କୁଟି ଦ୍ରୁତ ଗତିରେ ଚଳାଉ ଥିବାର ଦେଖିବାକୁ ମିଳିଥିଲା। ନର୍ସିଂ ଅଧିକାରୀଙ୍କ ମୋବାଇଲ୍କୁ ଏକ ଇ-ଚାଲାଣ ମେସେଜ୍ ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଇ-ଚାଲାଣ ମେସେଜ୍ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହମିଦିଆ ହସ୍ପିଟାଲର ନର୍ସିଂ ଅଧିକାରୀ ନୀଲୁ ସାହୁ ଗତ ଅଗଷ୍ଟ ୨୨ ତାରିଖରେ ଡ୍ୟୁଟି କରୁଥିଲେ। ସେ ହସ୍ପିଟାଲ ଠାରେ ତାଙ୍କ ସ୍କୁଟି ପାର୍କ କରିଥିଲେ। ହେଲେ ଯେତେବେଳେ ସେ ଡ୍ୟୁଟି ସାରି ଫେରିଥିଲେ, ସେତେବେଳେ ତାଙ୍କ ସ୍କୁଟି ଗାଏବ ହୋଇ ଯାଇଥିଲା।

ସ୍କୁଟିରେ ଥିଲା ବହୁତ ଜିନିଷପତ୍ର
ସ୍କୁଟି ଡିଗି ମଧ୍ୟରେ ସେ ତାଙ୍କ ମୋବାଇଲ୍ ଫୋନ୍, ପେନ୍ ଡ୍ରାଇଭ୍, SBI ATM କାର୍ଡ଼ ଏବଂ ଡିଜିଟାଲ୍ କାର୍ ଚାବି ରଖାଯାଇଥିଲା। ସ୍କୁଟ ଚୋରି ହୋଇଯିବା ଫଳରେ ତାଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା। ସେ ଚୋରି ହୋଇଥିବା ତାଙ୍କ ସ୍କୁଟି ଖୋଜିଥିଲେ ମଧ୍ୟ ଏହାକୁ ପାଇଲେ ନାହିଁ। ବହୁ ଖୋଜାଖୋଜି କରିବା ପରେ ଯେତେବେଳେ ସ୍କୁଟି ମିଳିଲା ନାହିଁ ସେତେବେଳେ ସେ କୋହେଫିଜା ଥାନାରେ ଗାଡ଼ି ଚୋରି ହୋଇ ଯାଇଥିବା ନେଇ ଅଭିଯୋଗ କରିଥିଲେ।

ଏହା ସହ ପଢନ୍ତୁ: ସରକାର କାର୍ଯ୍ୟାଳୟରୁ ଉଠାଇନେଲେ ଅଳିଆ ବୁହା ଗାଡ଼ି! ୧୦ ମିନିଟ୍ ପରେ ଆସିଲା ନଜର

ଇ-ଚାଲାଣ ଆସିବା ପରେ ଉଡ଼ିଗଲା ହୋସ୍
ଅଭିଯୋଗ ପାଇବା ପରେ ପୋଲିସ ଚୋରି ହୋଇଥିବା ସ୍କୁଟି ଖୋଜିବା ଆରମ୍ଭ କରି ଦେଇଥିଲା। ହେଲେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଚୋରି ହୋଇଥିବା ସେହି ସ୍କୁଟି ମିଳିନଥିଲା। ନର୍ସିଂ ଅଧିକାରୀ ନୀଲୁ ସାହୁ ଗତ ସେପ୍ଟେମ୍ବର ୨ ତାରିଖରେ ଏକ ଇ-ଚାଲାଣ ମେସେଜ୍ ପାଇବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ସ୍କୁଟି ଚୋରି ହେବା ଘଟଣାର ପର୍ଦ୍ଦାଫାଶ ହୋଇଥି୍ଲା। ଇ-ଚାଲାଣ ମେସେଜ୍ ରେ ତାଙ୍କ ସ୍କୁଟି ଲେଡ ଲାଇଟ୍ ପାର କରିଥିବାର ଅଭିଯୋଗ ହୋଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରୋଶନପୁରା କ୍ରସିଂ ଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରା ଉଠାଇଥିବା ଏକ ଫଟୋ ମଧ୍ୟ ତାଙ୍କ ପାଖକୁ ପଠାଯାଇଥିଲା। ପୋଲିସ ବଦଳରେ, ଇ-ଚାଲାଣ ତାଙ୍କ ଗାଡି଼ର ସତ୍ୟଦମ ସ୍ଥିତି ଦର୍ଶାଇ ଦେଇଥିଲା। ଚୋରି ହୋଇଥିବା ସ୍କୁଟି ଅନ୍ୟ କେହି ନୁହେଁ ବରଂ ଖାକି ୟୁନିଫର୍ମ ପିନ୍ଧିଥିବା ଜଣେ ମହିଳା ଚଲାଉଥିଲେ। ଏହା ପରେ, ପୀଡି଼ତା ପୁଣି ଥରେ ପୋଲିସକୁ ଘଟଣା ବିଷୟରେ ଅବଗତ କରାଇଥିଲେ।

ଖାକି ୟୁନିଫର୍ମ ପିନ୍ଧିଥିବା ମହିଳାଙ୍କୁ ଖୋଜୁଛି ପୋଲିସ
କୋହେଫିଜା ଥାନା ପ୍ରଭାରୀ ଲୋକେନ୍ଦ୍ର ସିଂହ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଚୋରି ହୋଇଥିବା ସ୍କୁଟି ଏବଂ ଇ-ଚାଲାଣ ପାଇଥିବା ସ୍କୁଟି ସମାନ। ପୋଲିସ ଏବେ ରୋଶନପୁରା କ୍ରସିଂ ଠାରୁ ଆସିଥିବା ସିସିଟିଭି ଫୁଟେଜ୍ ସ୍କାନ କରୁଛି। ମହିଳା ଜଣକ ପ୍ରକୃତ ପୋଲିସ ଅଧିକାରୀ ନା ସେ ନକଲି ୟୁନିଫର୍ମ ପିନ୍ଧି ଯାଞ୍ଚରୁ ବର୍ତ୍ତିଯିବାକୁ ଚାହୁଁଥିଲେ।
E-Challan Exposes Bhopal Cop Riding Nurse's Stolen Scooty | Argus News Odia