Road Rage / ରାଜଧାନୀରେ 'ଆମ ବସ୍' କଣ୍ଡକ୍ଟରଙ୍କ ଦାଦାଗିରି, ବସ୍ରୁ ଭିଡ଼ି ଆଣି ଯାତ୍ରୀଙ୍କୁ ମାଡ଼ ମାରିଲେ

Key Points
ପୂର୍ବରୁ 'ଆମ ବସ୍' ବିରୋଧରେ ଏଭଳି ଅନେକ ଅଭିଯୋଗ ଆସିଛି । 'ଆମ ବସ୍' ଧକ୍କାରେ ନିକଟରେ ଏକାଧିକ ଆଖି ବୁଜିଥିବା ବେଳେ ଓଭର୍ ଟେକିଂ ପାଇଁ ବି ହୋଇଛି ଦୁର୍ଘଟଣା । ତଥାପି 'ଆମ ବସ୍'ରେ ନିୟୋଜିତ କର୍ମଚାରୀଙ୍କ ମନୋଭାବରେ ପରିବର୍ତ୍ତନ ଦେଖିବାକୁ ମିଳୁନି ।
ଭୁବନେଶ୍ଵର: 'ଆମ ବସ୍'ରେ ଯାତ୍ରା କରୁଥିଲେ ଯାତ୍ରୀ । ହଠାତ୍ କଣ୍ଡକ୍ଟରଙ୍କ ସହ ପାଟିତୁଣ୍ଡ ହେଲା । ଆଉ ଏତିକିରେ 'ଆମ ବସ୍' ଭିତରୁ ଯୁବକଙ୍କୁ ଘୋଷାଡ଼ି ଆଣିଲେ କଣ୍ଡକ୍ଚର । ରାସ୍ତା ଉପରେ ଗାଲକୁ ମାରିଲେ ଚାପୁଡ଼ା । ରାଜଧାନୀର ରାସ୍ତା ଉପରେ ୟୁନିଟ୍-୮ ବସ୍ଷ୍ଟପ୍ରେ 'ଆମ ବସ୍' କଣ୍ଡକ୍ଟରଙ୍କ ଏଭଳି ରୁବାବ୍ ଦେଖି ସ୍ତବ୍ଧ ଯାଇଥିଲେ ଜନତା ।
୨୮ ନମ୍ବର ରୁଟ୍ OD 33 AH 0166 ନମ୍ବର ବିଶିଷ୍ଟ 'ଆମ ବସ୍'ର କଣ୍ଡକ୍ଟର ଜଣେ ଯାତ୍ରୀଙ୍କୁ ବସ୍ରୁ ବାହାରକୁ ଆଣି ବସ୍ ଷ୍ଟପରେ ଚାପୁଡ଼ା ମାରିବାର ଭିଡିଓ ଏବେ ଭାଇରାଲ୍ ହେଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, 'ଯାତ୍ରୀ ଜଣଙ୍କ ରାଜଭବନ ଛକ ନିକଟରେ 'ଆମ ବସ୍' କଣ୍ଡକ୍ଟରଙ୍କ କୌଣସି କାରଣରୁ ଯୁକ୍ତିତର୍କ କରିଥିଲେ । ଆଉ ଝଗଡ଼ା ପରେ ମାଡ଼ ମାରିଥିଲେ କଣ୍ଡକ୍ଟର । ବସ୍ରୁ ଭିଡ଼ି ଆଣିବା ସହ ବାହାରେ ବି ମାଡ଼ ମାରିଥିଲେ । ଯାତ୍ରୀ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି ।'
ଏଥିସହ ପଢ଼ନ୍ତୁ: 'ମୋ ବସ୍' ଆଉ କେତେ ଜୀବନ ନେଲେ ଚେତିବେ CRUT କର୍ତ୍ତୃପକ୍ଷ ?
📱 Get Argus News App
✨
ସ୍ଥାନୀୟ ଲୋକେ ଆହତ ଯାତ୍ରୀ ଜଣଙ୍କୁ ନିକଟସ୍ଥ ମେଡିକାଲ୍କୁ ଜରୁରୀ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଯାତ୍ରୀଙ୍କୁ ମାଡ଼ ମାରିବା ନେଇ ସଫେଇ ଦେଇଛନ୍ତି 'ଆମ ବସ୍' କଣ୍ଡକ୍ଟର । ସେ କହିଛନ୍ତି, 'ଯାତ୍ରୀ ଜଣଙ୍କ ମଦ୍ୟପାନ କରି ବସ୍ରେ ଚଢ଼ିଥିଲେ । ଯାହାକି ଠିକ୍ ନଥିଲା ।' 'ଆମ ବସ୍' କଣ୍ଡକ୍ଟର ସଫେଇ ଦେଇଥିବା ବେଳେ ଲୋକେ ଓଲଟା ଏଭଳି ମାଡ଼ ମାରିଥିବାରୁ କଣ୍ଡକ୍ଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଆଉ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ଦୁଃଖ ପ୍ରକାଶ କରିଛି କ୍ରୁଟ୍ । ମାମଲାରେ କ୍ରୁଟ୍ ଉକ୍ତ କଣ୍ଡକ୍ଟରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଚାକିରିରୁ ବହିଷ୍କାର କରିଛି । ଏନେଇ ପୋଲିସରେ ରିପୋର୍ଟ କରାଯାଇଥିବା କ୍ରୁଟ୍ କହିଛି । ଝଗଡ଼ାର କାରଣ ଯାତ୍ରୀ ପାଇବାକୁ ଥିବା ଅବଶିଷ୍ଟ ଟିକେଟ୍ ମୂଲ୍ୟ ବୋଲି କହିଛି କ୍ରୁଟ୍ । ମାମଲାରେ କର୍ତ୍ତୃପକ୍ଷ ଅଧିକ ତଦନ୍ତ ଜାରି ରଖିଥିବା କୁହାଯାଇଛି ।
ତେବେ, 'ଆମ ବସ୍' କର୍ମଚାରୀଙ୍କ ଏହି ଗୋଟିଏ ଘଟଣା ନୁହେଁ । ପୂର୍ବରୁ 'ଆମ ବସ୍' ବିରୋଧରେ ଏଭଳି ଅନେକ ଅଭିଯୋଗ ଆସିଛି । 'ଆମ ବସ୍' ଧକ୍କାରେ ନିକଟରେ ଏକାଧିକ ଆଖି ବୁଜିଥିବା ବେଳେ ଓଭର୍ ଟେକିଂ ପାଇଁ ବି ହୋଇଛି ଦୁର୍ଘଟଣା । ତଥାପି 'ଆମ ବସ୍'ରେ ନିୟୋଜିତ କର୍ମଚାରୀଙ୍କ ମନୋଭାବରେ ପରିବର୍ତ୍ତନ ଦେଖିବାକୁ ମିଳୁନି । କିନ୍ତୁ କ୍ରୁଟ୍ର କହିବା କଥା, 'ଆମ ବସ୍' ସହ ଜଡ଼ିତ ସମସ୍ତ ଗାଇଡ୍ ଓ କ୍ଯାପଟେନ୍ ମାନଙ୍କୁ ନିୟମିତ ଭାବେ ବ୍ୟବହାର ଓ ସହନଶୀଳତା ଟ୍ରେନିଂ ପ୍ରଦାନ କରାଯାଉଛି । ଏହା ଅଧିନରେ ୧୫୦୦ରୁ ଅଧିକ କର୍ମଚାରୀ ଟ୍ରେନିଂ ଗ୍ରହଣ କରିଛନ୍ତି ।
Related Topics
Explore more stories