Videos
|
Crime

Bhubaneswar Shooting / ଭୁବନେଶ୍ୱରରେ ଗୁଳିକାଣ୍ଡ, ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ଯୁବକଙ୍କୁ ହତ୍ୟା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ଭୁବନେଶ୍ୱରରେ ଗୁଳିକାଣ୍ଡ, ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ଯୁବକଙ୍କୁ ହତ୍ୟା
Bhubaneswar Murder

Key Points

ଦୀପାବଳିର ଦିନକ ପୂର୍ବରୁ ରକ୍ତରଞ୍ଜିତ ହେଲା ରାଜଧାନୀ
ବମିଖାଲ ଅଞ୍ଚଳରେ ଯୁବକଙ୍କୁ ଗୁଳି କରି ହତ୍ୟା
ମୁଣ୍ଡକୁ ଗୁଳି କରି ଫେରାର ହୋଇଗଲେ ଦୁର୍ବୃତ୍ତ
ରାଜଧାନୀ ଭୁବନେଶ୍ୱରରେ ପୁଣି ଫୁଟିଲା ଗୁଳି, ଗଡ଼ିଲା ମୁଣ୍ଡ । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ଅଞ୍ଚଳରେ ଘଟିଛି ଏକ ଭୟାନକ ଗୁଳିକାଣ୍ଡ । ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଜଣେ ଯୁବକଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରାତି ପ୍ରାୟ ୩ଟା ସମୟରେ ବମିଖାଲସ୍ଥିତ ସରକାରୀ ବନ୍ଧୁକ ଦୋକାନ ସମ୍ମୁଖରେ ଏହି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ମୃତ ଯୁବକ ହଳଦୀପଡ଼ିଆ ଅଞ୍ଚଳର ବାସିନ୍ଦା । ସେ ନିଜର ୪ ଜଣ ସାଙ୍ଗଙ୍କ ସହ ରସୁଲଗଡ଼ ପେଟ୍ରୋଲ ପମ୍ପକୁ ଯାଉଥିବା ସମୟରେ ବମିଖାଲ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ପୂର୍ବରୁ ଯୋଜନାବଦ୍ଧ ଭାବେ ଛକି ରହିଥିବା ଦୁର୍ବୃତ୍ତମାନେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଯୁବକଙ୍କ ମୁଣ୍ଡକୁ ଅତି ନିକଟରୁ ଗୁଳି କରାଯାଇଥିବାରୁ ସେ ଗୁରୁତର ହୋଇପଡ଼ିଥିଲେ ।

ଘଟଣା ପରେ ପୋଲିସ ତୁରନ୍ତ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା । ତେବେ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ହତ୍ୟାକାଣ୍ଡ ପରେ ବମିଖାଲ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। କେଉଁ କାରଣରୁ ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: