Gun Mafia in Bhubaneswar / ମାସକ ମଧ୍ୟରେ ରାଜଧାନୀରୁ ଜବତ ହେଲାଣି ୨ କାରବାଇନ; ଏବେ ମିଳିଲା ଆଉ ୧୦ଟି ପିସ୍ତଲ
·7 months ago·2 min read

Key Points
ବଡ଼ ବନ୍ଧୁକ ଡିଲ୍ ପୂର୍ବରୁ ବନ୍ଧୁକ ମାଫିଆଙ୍କୁ ମାଡ଼ି ବସିଛି ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ । ମାସକ ମଧ୍ୟରେ ରାଜଧାନୀରେ କମିଶନରେଟ୍ ପୋଲିସ ୨ଟି କାରବାଇନ ସହ ୧୫ଟି ପିସ୍ତଲ୍ ଜବତ କରିଛି ।
ଭୁବନେଶ୍ଵର: ଅପରାଧୀଙ୍କ ନଜରରେ ରାଜଧାନୀ ଭୁବନେଶ୍ଵର । କାୟା ବିସ୍ତାର ପାଇଁ କରୁଛନ୍ତି ଉଦ୍ୟମ । ପୁଣି କାରବାଇନ୍ ସହ ଧରାପଡ଼ିଲେ ବନ୍ଧୁକ ମାଫିଆ । ନୂଆବର୍ଷ ପୂର୍ବରୁ କମିଶନରେଟ୍ ପୋଲିସ ହାତରେ ଲାଗିଛି ସଫଳତା । ବଡ଼ ବନ୍ଧୁକ ଡିଲ୍ ପୂର୍ବରୁ ବନ୍ଧୁକ ମାଫିଆଙ୍କୁ ମାଡ଼ି ବସିଛି ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ । ମାସକ ମଧ୍ୟରେ ରାଜଧାନୀରେ କମିଶନରେଟ୍ ପୋଲିସ ୨ଟି କାରବାଇନ ସହ ୧୫ଟି ପିସ୍ତଲ୍ ଜବତ କରିଛି ।
ବଡ଼ ଧରଣର ଅପରାଧ ଘଟାଇବା ପୂର୍ବରୁ ୨ କୁଖ୍ୟାତ ବନ୍ଧୁକ ମାଫିଆଙ୍କୁ ମାଡ଼ି ବସିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ୧୦ରୁ ଅଧିକ ସେମି ଅଟୋମେଟିକ୍ ପିସ୍ତଲ୍ ସହ ଗୋଟିଏ କାର୍ବାଇନ, ଗୁଳି, କାର ଓ ମୋବାଇଲ ଫୋନ୍ ମାଫିଆଙ୍କ ନିକଟରୁ ମିଳିଛି । ଗିରଫ ବନ୍ଧୁକ ମାଫିଆଙ୍କ ଘର ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ । ସୁମନ୍ତ ନାୟକ ଓ ସୌଭାଗ୍ୟ ନାୟକଙ୍କୁ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଗିରଫ କରିଛି । ଗିରଫ ଦୁଇଜଣଙ୍କ ନାଁରେ ପୂର୍ବରୁ ରହିଛି ଏକାଧିକ ଅପରାଧିକ ମାମଲା । ତଦନ୍ତ ବେଳେ ଏ ତଥ୍ୟ ଦେଇଛି କମିଶନରେଟ ପୋଲିସ ।
ଏଥିସହ ପଢ଼ନ୍ତୁ: ଷ୍ଟେସନ ପଛ ପଟୁ ବନ୍ଧୁକ ମାଫିଆଙ୍କୁ ମାଡ଼ି ବସିଲା ପୋଲିସ; ବିହାର ଲମ୍ବିଛି ଲିଙ୍କ୍
ଆବଶ୍ୟକ ପଡ଼ିଲେ କମିଶନରେଟ ପୋଲିସ ଉଭୟଙ୍କୁ ରିମାଣ୍ଡରେ ଆଣି ଓଡ଼ିଶାରେ ବନ୍ଧୁକ କାରବାରର ଚେର ଖୋଜିବ । ତେବେ ଓଡ଼ିଶାକୁ ଏତେ ପରିମାଣର ବନ୍ଧୁକ କେଉଁଠୁ ଆସୁଛି ? ବିହାରର ମୁଙ୍ଗେରୁରୁ ନା ଆନ୍ତଃରାଜ୍ୟ ଲିଙ୍କ୍ ଆଉ କେଉଁଠିକୁ ଲମ୍ବିଛି ? ଓଡ଼ିଶାରେ କାରବାଇନ ଓ ମାଉଜରର ଗ୍ରାହକ କିଏ ? କେତେ ଟଙ୍କାରେ ହୋଇଥାନ୍ତା ଡିଲ୍ ? ଧରାପଡ଼ିଥିବା ୨ ମାଫିଆଙ୍କ ପଛରେ କିଏ ସେ ମାଷ୍ଟରମାଇଣ୍ଡ ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି କମିଶନରେଟ ପୋଲିସ ।
ଏହା ପୂର୍ବରୁ ନଭେମ୍ବର ୧୫ ତାରିଖରେ ମାଳିସାହିରେ ବନ୍ଧୁକ ଡିଲ୍ ବେଳେ ଗ୍ରାହକ ସାଜି ବନ୍ଧୁକ ମାଫିଆଙ୍କୁ ମାଡ଼ି ବସିଥିଲା ପୋଲିସ । ସେତେବେଳେ ଗୋଟିଏ କାରବାଇନ ସହ ୫ଟି ମାଉଜର, ୯ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଥିଲା । ଦୁଇ ବିହାରୀ ବନ୍ଧୁକ ମାଫିଆକୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଗିରଫ ହୋଇଥିଲେ ବିହାର ଖଗରିଆ ଅଞ୍ଚଳର ଦୁଇ ବନ୍ଧୁକ ମାଫିଆ ।
ଏଥିସହ ପଢ଼ନ୍ତୁ: ଇଣ୍ଡିଗୋ ଆଗରୁ... ଭାରତ ଆକାଶରୁ ଉଭେଇ ଯାଇଛନ୍ତି ୯ ଏୟାରଲାଇନ୍ସ
ମାଉଜର ପିଛା ୬୦ ହଜାର ଓ କାରବାଇନକୁ ଲକ୍ଷେ ୧୮ ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ୍ ବେଳେ ଗ୍ରାହକ ସାଜି ପୋଲିସ ଧରିଥିଲା । ବେଆଇନ ବନ୍ଧୁକ ଚାଲାଣ ମାମଲାରେ କ୍ରାଇମ ୟୁନିଟ୍ ଗତ ଦୁଇ ମାସ ମଧ୍ୟରେ ୩୩ଟି ବନ୍ଧୁକ ଜବତ କରିଛି । ୪ଟି ମାମଲା ରୁଜୁ କରି ୮ ଜଣ କୁଖ୍ୟାତ ବନ୍ଧୁକ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ନଭେମ୍ବର ୧୫ରେ ବିହାରୀ ବନ୍ଧୁକ ମାଫିଆଙ୍କୁ ଧରିବା ବେଳେ ପୋଲିସ କମିଶନର ସୁରେଶ ଦେବବଦତ୍ତ ସିଂହ କହିଥିଲେ, "ସିଣ୍ଡିକେଟକୁ ଧରିବାକୁ ପୋଲିସ ପ୍ରୟାସ ଆରମ୍ଭ କରିଛି । ପୋଲିସ ମୂଳ ପର୍ଯ୍ୟନ୍ତ ଯିବ । ବିହାରର ମୁଙ୍ଗେରରେ ଏହି ବନ୍ଧୁକ ତିଆରି ହେଉଥିଲା । ଏମାନେ ସେଠାରୁ ବନ୍ଧୁକ ଆଣି ଭୁବନେଶ୍ଵରରେ ବିକ୍ରି କରୁଥିଲେ । ବନ୍ଧୁକ ଚୋରାଚାଲାଣରେ ଆନ୍ତଃରାଜ୍ୟ ସମ୍ପର୍କ ରହିଛି । ଏବେ ଭୁବନେଶ୍ଵରରେ ବନ୍ଧୁକ ସପ୍ଲାଏ ପାଇଁ ଆସିଥିବା ବେଳେ ପୋଲିସ ସେମାନଙ୍କୁ ଟ୍ରାପ୍ କରି ଧରିଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories