Videos
|
Crime

Chain Snatching Case / ପୋଲିସ ଜାଲରେ ‘ଲୁଟେରା ଦମ୍ପତି’, ସ୍ୱାମୀ ଝାମ୍ପୁଥିଲା ସୁନା ଚେନ୍...ସ୍ତ୍ରୀ ସାଜୁଥିଲା ସହଯୋଗୀ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ପୋଲିସ ଜାଲରେ ‘ଲୁଟେରା ଦମ୍ପତି’, ସ୍ୱାମୀ ଝାମ୍ପୁଥିଲା ସୁନା ଚେନ୍...ସ୍ତ୍ରୀ ସାଜୁଥିଲା ସହଯୋଗୀ
Bhubaneswar Loot

Key Points

ସ୍ୱାମୀ-ସ୍ତ୍ରୀ ମିଶି ଲୁଟ୍
ଭୁବନେଶ୍ୱରରେ ଧରାପଡ଼ିଲେ ହାଇପ୍ରୋଫାଇଲ୍ ଦମ୍ପତି
ସିସିଟିଭିକୁ ଚକ୍‌ମା ଦେଇ କରୁଥିଲେ ଲୁଟ୍
ସ୍ୱାମୀ, ସ୍ତ୍ରୀ ବୁଲିବା କଥା ଆପଣ ଶୁଣିଥିବେ, କିନ୍ତୁ ସ୍ୱାମୀ-ସ୍ତ୍ରୀ ମିଶି ଲୁଟ୍ କରିବା କଥା ବୋଧ ହୁଏ ପ୍ରଥମ । ରାଜଧାନୀରେ କମିଶନରେଟ୍ ପୋଲିସର ନିଦ ହଜାଇ ଦେଇଥିବା ଜଣେ ଦୁର୍ଦ୍ଦାନ୍ତ ଲୁଟେରା ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ସିସିଟିଭିକୁ ଚକ୍‌ମା ଦେବାକୁ ଏହି ଦମ୍ପତି ଆପଣାଉଥିଲେ ଅଭିନବ କୌଶଳ । ତେବେ କିଭଳି ଧରାପଡ଼ିଲେ ଏହି ହାଇପ୍ରୋଫାଇଲ୍ ଲୁଟେରା ?

ବେକରେ ଟାଟୁ ଆଉ ମୁହଁ ତଳକୁ କରି ଛିଡ଼ା ହୋଇଥିବା ଏହି ଯୁବକ ଜଣକ ହେଉଛନ୍ତି ଦୁର୍ଦ୍ଦାନ୍ତ ଲୁଟେରା ରାକେଶ ରାଉତ। ଦୀର୍ଘ ଦିନ ଧରି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆଖିପିଛୁଳାକେ ସୁନା ଚେନ୍ ଓ ମୋବାଇଲ୍ ଲୁଟ୍ କରି ପୋଲିସର ବିପି ବଢ଼ାଇ ଦେଇଥିଲେ ରାକେଶ। ଆଉ ତାଙ୍କୁ ଏହି ଅପରାଧରେ ସହଯୋଗ କରୁଥିଲେ ତାଙ୍କ ପତ୍ନୀ। ସ୍ୱାମୀ ଲୁଟ୍ କରୁଥିବା ବେଳେ ସ୍ତ୍ରୀ ସାଜୁଥିଲେ ସହଯୋଗୀ ।

ଲୁଟ୍ କରିବା ପାଇଁ ରାକେଶ ଏକ ଦାମୀ ‘ସ୍ପିଡ୍ ବାଇକ୍’ କିଣିଥିଲେ । ଏହି ଦମ୍ପତି ପ୍ରତିଦିନ ଲୁଟ୍ ଉଦ୍ଦେଶ୍ୟରେ ଘରୁ ବାହାରିବା ବେଳେ ବ୍ୟାଗ୍‌ରେ ୨-୩ ସେଟ୍ ପୋଷାକ ଓ ଶାଢ଼ୀ ନେଇ ଯାଉଥିଲେ । ରାସ୍ତାରେ ଏକୁଟିଆ ମହିଳାଙ୍କୁ ଟାର୍ଗେଟ୍ କରିବା ପରେ ରାକେଶ ଚେନ୍ ଝାମ୍ପି ନେଉଥିଲେ । ଗତ ୨୫ ତାରିଖରେ ଜଣେ ଶିକ୍ଷୟିତ୍ରୀଙ୍କୁ ଲୁଟ୍ କରିବା ପରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା ।

ପୋଲିସ ସିସିଟିଭି ଓ ବାଇକ୍ ନମ୍ବରକୁ ଟ୍ରାକ୍ କରି ଜାଣିବାକୁ ପାଇଥିଲା ଯେ ଏହି ଦମ୍ପତି ପୁରୀରେ ଅଛନ୍ତି । କିନ୍ତୁ ପରେ ସେମାନଙ୍କ ଲୋକେସନ୍ ନୟାପଲ୍ଲୀ ଦେଖାଇବା ପରେ ପୋଲିସ ଏକ ପଡ଼ିଆରେ ଚଢ଼ାଉ କରି ଉଭୟଙ୍କୁ ମାଡ଼ି ବସିଥିଲା । ସେଠାରେ ସେମାନେ କାର୍ ଭିତରେ ମଦ ପିଉଥିବା ସମୟରେ ଗିରଫ ହୋଇଥିଲେ । ସେମାନଙ୍କ ଠାରୁ ଗୋଟିଏ କାର୍, ବାଇକ୍ ଏବଂ ୮ଟି ସୁନା ଚେନ୍ ଜବତ ହୋଇଛି । ଏଥିସହ ଲୁଟ୍ ସୁନା କିଣୁଥିବା ଜଣେ ସୁନା ଦୋକାନୀଙ୍କୁ ମଧ୍ୟ ପୋଲିସ ଜେଲ୍ ପଠାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜବତ ହୋଇଥିବା ସମସ୍ତ ଅଳଙ୍କାରକୁ ପୋଲିସ ଲୁଟ୍‌ର ଶିକାର ହୋଇଥିବା ମହିଳାମାନଙ୍କୁ ଫେରସ୍ତ କରିଛି । ରାଜଧାନୀରେ ଏହି ଲୁଟେରା ଦମ୍ପତିଙ୍କ ଗିରଫଦାରୀ ପରେ ସାଧାରଣ ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।
Looting Couple Arrested in Bhubaneswar for Chain Snatching | Argus News