Videos
|
Crime

Bhubaneswar Gang Violence / ଭୁବନେଶ୍ୱରରେ ବଢୁଛି 'ଭାଇଗିରି', ଦେଢ଼ ମାସରେ ହେଲାଣି ୨୫ରୁ ଅଧିକ ରକ୍ତାକ୍ତ ସଂଘର୍ଷ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ଭୁବନେଶ୍ୱରରେ ବଢୁଛି 'ଭାଇଗିରି', ଦେଢ଼ ମାସରେ ହେଲାଣି ୨୫ରୁ ଅଧିକ ରକ୍ତାକ୍ତ ସଂଘର୍ଷ
Bhubaneswar Crime

Key Points

ଭୁବନେଶ୍ୱରରେ ବଢୁଛି ଭାଇଗିରି
ସାମାନ୍ୟ ବଚସାରୁ ନେଇ ପ୍ରେମ ବ୍ୟାପାର
ସବୁଠି ଚାଲିଛି ମାରଣାସ୍ତ୍ରର ଖେଳ !
ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ । ସାମାନ୍ୟ ବଚସାରୁ ନେଇ ପ୍ରେମ ବ୍ୟାପାର । ସବୁଠି ଚାଲିଛି ମାରଣାସ୍ତ୍ରର ଖେଳ । ଗତକାଲି ବିଳମ୍ୱିତ ରାତିରେ ଓଲ୍ଡ ଟାଉନରେ ପୁଣି ବୁଲିଛି ତେଲେଙ୍ଗା କଟୁରୀ । ତେବେ ପ୍ରଶ୍ନ ଉଠୁଛି ଅପରାଧର ପେଣ୍ଠସ୍ଥଳୀ ସାଜୁଛି କି ଭୁବନେଶ୍ୱର ?

ରାଜଧାନୀ ଭୁବନେଶ୍ୱରରେ ପୁଣି ହଣାକଟା । ବିଳମ୍ୱିତ ରାତିରେ ବୁଲିଲା ତେଲେଙ୍ଗା କଟୁରୀ । ଦୋକାନ ବନ୍ଦ୍ କରି ଘରକୁ ଫେରୁଥିବା ବେଳେ ଦୋକାନୀଙ୍କୁ ଆକ୍ରମଣ କଲେ ଦୃର୍ବୁତ୍ତ । ଆହତ ଯୁବକ ହେଲେ ଉଦୟ କିରଣ । ରାମୁଲୁ ନାମକ ଯୁବକ ହାଣିଥିବା ଅଭିଯୋଗ ହୋଇଛି ।

ମୁଣ୍ଡ ଟେକୁଛି ଲୋକାଲ ଗ୍ୟାଙ୍ଗ୍ । କଥା କଥାରେ ଖଣ୍ଡା, କାତି, ଭୁଜାଲି ବୁଲାଇ ନିଜ ଦବ୍‌ଦବା ଜାହିର କରିବା ସହ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରୁଛନ୍ତି ଅସାମାଜିକ ଯୁବକ । କେଉଁଠି ଲୁଟ୍ ପାଇଁ ତ କେଉଁଠି ଜମି, ପ୍ରେମ କିମ୍ବା ପୂର୍ବ ଶତ୍ରୁତା, ପୁଣି କେଉଁଠି ସାମାନ୍ୟ ବଚସାକୁ କେନ୍ଦ୍ର କରି ଆତଙ୍କ ଖେଳାଉଛନ୍ତି ଅପରାଧୀ । ବହୁ ଘଟଣାରେ ଜେଲ୍‌ ଫେରନ୍ତାଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସୁଛି । ଗତ ଦେଢ ମାସରେ ରାଜଧାନୀରେ ୨୫ରୁ ଅଧିକ ରକ୍ତାକ୍ତ ସଂଘର୍ଷ ଘଟିଥିବାରୁ ପୋଲିସ ପ୍ରତି ସହରବାସୀଙ୍କ ଭରସା ତୁଟିବାରେ ଲାଗିଛି ।

  • ଜୁଲାଇ ୪ ବୁଦ୍ଧ ବିହାରରେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଖଣ୍ଡାଖାଇ ଆତଙ୍କରାଜ ଘଟଣାରେ ୧୦ ଜଣ ଗିରଫ

  • ଜୁଲାଇ ୫ ସିଆରପି ଛକରେ ମହିଳା ଟ୍ରାଫିକ ପୋଲିସକୁ ଦୁର୍ବ୍ୟବହାର ଓ ଖଣ୍ଡା ଧମକ ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି

  • ଜୁନ୍ ୬ ମୂଳା ପଡ଼ିଆ ରାସ୍ତାରେ ଟଙ୍କା ନେଣଦେଣକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ଘଟଣାରେ ୨ ନାବାଳକ ଓ ୨ ଅଭିଯୁକ୍ତ କୋର୍ଟ ଚାଲାଣ

  • ଜୁନ୍ ୨୩ ୟୁନିଟ-୩ ଶ୍ରୀୟା ଛକରେ ଗୁପଚୁପ୍ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ଘଟଣାରେ ଜଣେ ଗିରଫ, ମାରଣାସ୍ତ୍ର ଜବତ

  • ଜୁନ୍ ୧୩ କେଳାସାହି ବସ୍ତି ମାତ୍ର ୨୫୦ ଟଙ୍କା ଧାରକୁ ନେଇ ଘରେ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ


ଏଭଳି ରାଜଧାନୀରେ ଅପରାଧ ନିତିଦିନିଆ ହୋଇଯାଇଥିବାରୁ ସହରବାସୀ ଏବେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଜେଲ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିବାକୁ ଦାବି ହୋଇଛି । ସେପଟେ ନୂତନ ଆଇନ ଭାରତୀୟ ନ୍ୟାୟ ସଂହିତା ବା BNS ର ଧାରା ୧୨୯ ଅଧୀନରେ ଅଧିକରୁ ଅଧିକ ବୁକ୍ କରିବାକୁ ଆଇନଜୀବୀ କହିଛନ୍ତି ।
ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ ଦିନକୁ ଦିନ ବଢ଼ିବାରେ ଲାଗୁଛି । ପୋଲିସର କଡ଼ା ପ୍ରହରା ସତ୍ତ୍ବେ ବଢୁଛି ଅପରାଧ । ଅପରାଧର ପେଣ୍ଠସ୍ଥଳୀ ସାଜୁଛି କି ଭୁବନେଶ୍ୱର ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bhubaneswar Crime Surge: Over 25 Violent Clashes in 45 Days | Argus News