Videos
|
Crime

Bhubaneswar House Theft / ରାଜଧାନୀରେ ସୁନ୍ଦରୀଙ୍କ ସୈତାନୀ ଦିମାଗ୍; ସେବିକା ସାଜି ଲୁଟିନେଲେ ଦାମି ଅଳଙ୍କାର

Debashree Debasmita Sahoo
Browse all articles by Debashree Debasmita Sahoo
·31 mins ago·2 min read
ରାଜଧାନୀରେ ସୁନ୍ଦରୀଙ୍କ ସୈତାନୀ ଦିମାଗ୍; ସେବିକା ସାଜି ଲୁଟିନେଲେ ଦାମି ଅଳଙ୍କାର
Bhubaneswar House Robbery

Key Points

ରାଜଧାନୀରେ ଘରୋଇ କାମ ପାଇଁ ଆସି,
ଘର ଖାଲି କରୁଥିଲେ ଲେଡି ଲୁଟେରା
ଚୋରି ଅଳଙ୍କାରରେ ସଜେଇ ହୋଇ ରିଲ୍ସ କରୁଥିଲେ
ଭୁବନେଶ୍ଵର: ରାଜଧାନୀରେ ଘରୋଇ କାମ ପାଇଁ ଆସିଥୁଲେ ଆଉ ଘର ଖାଲି କରୁଥିଲେ ଲେଡି ଲୁଟେରା । କେଉଁଠି ନବଜାତ ଶିଶୁର ଦେଖାଶୁଣା ନାଁରେ ଘରେ ପଶିଥିଲେ, ତ ଆଉ କେଉଁଠି ବୃଦ୍ଧାଙ୍କ ସେବା ନାଁରେ ଘରେ ରହି ହାତ ସଫା କରିଥିଲେ । ଚନ୍ଦ୍ରଶେଖରପୁର ଓ ନୟାପଲ୍ଲୀ ଥାନା ଅଞ୍ଚଳର ଦୁଇଟି ଚୋରି ଘଟଣାରେ ଚୋରି ସାମଗ୍ରୀ ଜବତ କରି ଦୁଇ ମହିଳା ଆଟେଣ୍ଡାଣ୍ଟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏବେ ଆଟେଣ୍ଡାଣ୍ଟ ସର୍ଭିସ୍ ଯୋଗଦେଇଥିବା ଏଜେନ୍ସିଙ୍କ ଉପରେ କଡ଼ା ନଜର ରଖାଯାଇଛି ।

  • ମାତ୍ର ୧୦ ଦିନ କାମ କରି ଲୁଟ୍
ଚନ୍ଦ୍ରଶେଖରପୁରର ଏକ ଘରେ ନବଜାତ ଶିଶୁର ଦେଖାଶୁଣା ପାଇଁ ଏକ ଏଜେନ୍ସି ଜରିଆରେ ନିୟୋଜିତ ହୋଇଥିଲେ ପ୍ରିୟଙ୍କା ରାହୁଲ । ମାତ୍ର ୧୦ ଦିନ କାମ କରିବା ପରେ ଗତ ୨୬ ତାରିଖରେ ଘରୁ ସବୁକିଛି ଲୁଟି ଫେରାର ହୋଇଯାଇଥିଲେ । ଅଭିଯୋଗକାରୀଙ୍କ ଘରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୨୦୦ ଗ୍ରାମ ରୂପା, ନଗଦ ୬ ହଜାର ଟଙ୍କା, ସ୍ମାର୍ଟ ୱାଚ୍, ମୋବାଇଲ୍, ୮ଟି ଦାମୀ ଶାଢ଼ୀ, ୪ଟି ହୀରା ମୁଦି ସମେତ ଦାମି ବାସନକୁସନ ଚୋରି ହୋଇଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା ।

ତେବେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅନ୍ୟ ଏକ ସ୍ଥାନରେ ଚୋରି ପାଇଁ ଡେରା ପକାଇଥିବା ପ୍ରିୟଙ୍କାଙ୍କୁ କାବୁ କରିଛି । ତାଙ୍କ ପାଖରୁ ମିଳିଥିବା ବାରକୋଡ୍ ଲାଗିଥିବା ରୂପା ମୁଦି ହିଁ ତାଙ୍କ ଚୋରିର ସବୁଠୁ ବଡ଼ ପ୍ରମାଣ ସାଜିଥିଲା । ତେବେ ପଚରାଉଚରା ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

  • ୧ ଲକ୍ଷ ୮୦ହଜାର ଧରି ଚମ୍ପଟ୍
କେବଳ ଚନ୍ଦ୍ରଶେଖରପୁର ନୁହେଁ, ନୟାପଲ୍ଲୀ ଥାନା ଅଞ୍ଚଳରେ ମଧ୍ୟ ସମାନ ଅଭିଯୋଗ ସାମ୍ନାକୁ ଆସିଛି । ବୃଦ୍ଧା ମା'ଙ୍କ ଦେଖାଶୁଣା ପାଇଁ ଏଜେନ୍ସି ମାଧ୍ୟମରେ ନିୟୋଜିତ ହୋଇଥିବା ନର୍ସିଂ ଆଟେଣ୍ଡାଣ୍ଟ ରଶ୍ମିତା ସେଠୀ ପ୍ରାୟ ୬ ମାସ ଧରି କାମ କରୁଥିଲେ । ଗତ ୨୩ ତାରିଖରେ କାମ ଅଛି କହି ଗାଁକୁ ଯିବା ପରେ, ଘରର ଆଲମିରାରୁ ପ୍ରାୟ ୧ ଲକ୍ଷ ୮୦ ହଜାର ଟଙ୍କା ଗାଏବ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ତେବେ ଏନେଇ ମାନସ କୁମାର କାନୁନଗୋ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

  • ସର୍ଭିସ୍ ଯୋଗାଉଥିବା ଏଜେନ୍ସି ଉପରେ କଡ଼ା ନଜର
ଏବେ କମିସନରେଟ୍ ପୋଲିସର କଡ଼ା ନଜରରେ ସ୍ୱାସ୍ଥ୍ୟ ଓ ଘରୋଇ ସେବା ଯୋଗାଉଥିବା ସଂସ୍ଥା । ଭୁବନେଶ୍ୱରର ସମସ୍ତ ସର୍ଭିସ୍ ପ୍ରୋଭାଇଡର୍ ଏଜେନ୍ସିଗୁଡ଼ିକର ପଞ୍ଜୀକରଣ, ରିନ୍ୟୁଆଲ୍ ଏବଂ କର୍ମଚାରୀଙ୍କ ପୋଲିସ ଭେରିଫିକେସନ୍ ହୋଇଛି କି ନାହିଁ, ସେନେଇ ଯାଞ୍ଚ କରୁଛି । ଯେଉଁ ଏଜେନ୍ସିଗୁଡ଼ିକ ବିନା ଭେରିଫିକେସନରେ କର୍ମଚାରୀଙ୍କୁ ଘରକୁ ପଠାଉଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଦରକାର ପଡ଼ିଲେ ଚଢ଼ାଉ ମଧ୍ୟ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଅତିରିକ୍ତ ଡିସିପି ସୁନାରାମ ହେମ୍ବ୍ରମ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: