Crime In Odisha / ଅଶାନ୍ତ ରାଜଧାନୀ, ଗୋଟିଏ ଦିନରେ ଦୁଇ ଦୁଇଟି ମର୍ଡର୍

Key Points
ଦିନକରେ ଗଡ଼ିଲା ୨ ମୁଣ୍ଡ । ସରକନ୍ତରାରେ ଗୋଡ଼ାଇ ଗୋଡ଼ାଇ ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବାବେଳେ ଚୁନୁକୋଳି ବସ୍ତି ନିକଟରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ । ସପ୍ତାହ ଆରମ୍ଭରୁ ରାଜଧାନୀରେ ରକ୍ତର ନଦୀ ବୁହାଇଛନ୍ତି ଅପରାଧୀ ।
ଭୁବନେଶ୍ଵର: ଅପରାଧୀଙ୍କ କବ୍ଜାରେ ରାଜଧାନୀ । ଦିନକରେ ଗଡ଼ିଲା ୨ ମୁଣ୍ଡ । ସରକନ୍ତରାରେ ଗୋଡ଼ାଇ ଗୋଡ଼ାଇ ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବାବେଳେ ଚୁନୁକୋଳି ବସ୍ତି ନିକଟରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ । ସପ୍ତାହ ଆରମ୍ଭରୁ ରାଜଧାନୀରେ ରକ୍ତର ନଦୀ ବୁହାଇଛନ୍ତି ଅପରାଧୀ ।
ସୋମବାର, ସକାଳ ୯ଟା । ଭୁବନେଶ୍ଵର AIIMSରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆ ଡ୍ୟୁଟି ପାଇଁ ମେଡିକାଲ ଯାଉଥିଲେ । ବାଇକରେ ଯିବା ସମୟରେ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ୩ ରାଉଣ୍ଡ ଗୁଳିମାଡ଼ କରି ହତ୍ୟାକାରୀ ଫେରାର ହୋଇ ଯାଇଥିଲେ ।
ଏଥିସହ ପଢ଼ନ୍ତୁ: ୧୮ ଲକ୍ଷ ଖର୍ଚ୍ଚ ପରେ ଧୋକା; ଦେଖା କରିବାକୁ ଡାକି ମୁହଁକୁ ଛେଚି ବ୍ୟାରେଜ୍ ତଳେ ଫିଙ୍ଗିଦେଲା
📱 Get Argus News App
✨ସୁଧାଂଶୁଙ୍କୁ ଗୁରୁତର ଅବସ୍ଥାରେ AIIMSରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଜମିବାଡ଼ି ବିବାଦରୁ ସୁଧାଂଶୁଙ୍କୁ ତାଙ୍କ ଦାଦା ପୁଅ ଭାଇ ଶିବ ଖୁଣ୍ଟିଆ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ସନ୍ତୋଷ ଖୁଣ୍ଟିଆ ଓରଫ ଶିବ ନାଁରେ ପୂର୍ବରୁ ମଧ୍ୟ ଥାନାରେ ମାମଲା ରହିଛି । ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।
ସେପଟେ ଇନଫୋସିଟି ଥାନା ଅନ୍ତର୍ଗତ ଚୁନୂକୋଳି ବସ୍ତି ନିକଟରେ ଆଉ ଜଣେ ଯୁବକଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଛି । ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ଜଣଙ୍କ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଏଥିସହ ପଢ଼ନ୍ତୁ: ଦୁଷ୍କର୍ମର ପ୍ରତିଶୋଧ ପାଇଁ ମଠରେ ଫୁଟିଥିଲା ଗୁଳି, ଭଦ୍ରକରୁ ବନ୍ଧାହେଲେ ୨ଜଣ
ଡବଲ ମର୍ଡରକୁ ନେଇ ବ୍ୟାକଫୁଟରେ ଥିବା ପୋଲିସ ପାଇଁ ଆହୁରି ଚିନ୍ତା ବଢ଼ାଇଛନ୍ତି ଛିନ୍ତାଇ ଗ୍ୟାଙ୍ଗ । ରାଷ୍ଟ୍ରପତି ସମ୍ମାନ ପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱର ଷ୍ଟେସନ ୬ ନମ୍ବର ପ୍ଲାଟଫର୍ମରେ ଆକ୍ରମଣ ହୋଇଛି । ସାମାନ୍ୟ ମୋବାଇଲ୍ ଛଡ଼ାଇ ନେବା ପାଇଁ କାଠ ଫାଳିଆରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଦୁର୍ବୃତ୍ତ ।
Related Topics
Explore more stories