Videos
|
Crime

Crime In Odisha / ଦୁଷ୍କର୍ମର ପ୍ରତିଶୋଧ ପାଇଁ ମଠରେ ଫୁଟିଥିଲା ଗୁଳି, ଭଦ୍ରକରୁ ବନ୍ଧାହେଲେ ୨ଜଣ

Sushanta Sahoo
Browse all articles by Sushanta Sahoo
·11 months ago·2 min read
ଦୁଷ୍କର୍ମର ପ୍ରତିଶୋଧ ପାଇଁ ମଠରେ ଫୁଟିଥିଲା ଗୁଳି, ଭଦ୍ରକରୁ ବନ୍ଧାହେଲେ ୨ଜଣ

Key Points

ଇନଫୋଭ୍ୟାଲି ଥାନା ଦେଉଳିଆପାଟଣା ଗାଁରେ ଗୁଳିକାଣ୍ଡ ଘଟଣା । ଭଦ୍ରକର ଦୁଇଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସୁରଜ ରାଉତ ଓ ମୁକ୍ତିକାନ୍ତ ଦାସଙ୍କୁ ଭଦ୍ରକ ଅଞ୍ଚଳରୁ ଗିରଫ କରାଯାଇଛି । ପୋଲିସ ଅନୁସାରେ, ଦୁଷ୍କର୍ମକାରୀଙ୍କୁ ପୀଡ଼ିତାଙ୍କ ସ୍ଵାମୀ ହତ୍ୟା କରିବାକୁ ଯୋଜନା କରିଥିଲେ ।

ଭୁବନେଶ୍ଵର: ସ୍ତ୍ରୀକୁ ଦୁଷ୍କର୍ମ, ପ୍ରତିଶୋଧ ପାଇଁ ଗୁଳିମାଡ଼ କରିଥିଲା ସ୍ଵାମୀ । ଇନଫୋଭ୍ୟାଲି ଥାନା ଦେଉଳିଆପାଟଣା ଗାଁରେ ଗୁଳିକାଣ୍ଡ ଘଟଣା । ଭଦ୍ରକର ଦୁଇଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସୁରଜ ରାଉତ ଓ ମୁକ୍ତିକାନ୍ତ ଦାସଙ୍କୁ ଭଦ୍ରକ ଅଞ୍ଚଳରୁ ଗିରଫ କରାଯାଇଛି । ପୋଲିସ ଅନୁସାରେ, ଦୁଷ୍କର୍ମକାରୀଙ୍କୁ ପୀଡ଼ିତାଙ୍କ ସ୍ଵାମୀ ହତ୍ୟା କରିବାକୁ ଯୋଜନା କରିଥିଲେ ।


ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁଖ୍ୟ ଅଭିଯୁକ୍ତ ସୁରଜ ରାଉତଙ୍କ ପତ୍ନୀ ୨୦୨୨ ମସିହାରେ ଭାଇ ଭାଇ ଆଶ୍ରମକୁ ଆସିଥିଲେ । ସେଠାରେ ବାବା ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଆଉ ସ୍ତ୍ରୀ ପ୍ରତି ହୋଇଥିବା ଅନ୍ୟାୟକୁ ସହି ନପାରି ସ୍ୱାମୀ ମଠରେ ଗୁଳିମାଡ଼ କରିଥିଲା । ଏନେଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।



ପୋଲିସ ଅନୁସାରେ, ପତ୍ନୀଙ୍କୁ ଦୁଷ୍କର୍ମ ହୋଇଥିବା ଜାଣିବା ପରେ ବାବାଙ୍କ ସହଯୋଗୀକୁ ଡାକି ସୁରଜ ଓ ତାର ସହଯୋଗୀ ମାନେ ମାଡ଼ ମାରିଥିଲେ । ପରେ ବାବାକୁ ସବୁଦିନ ପାଇଁ ରାସ୍ତାରୁ ହଟେଇବାକୁ ଯୋଜନା କରିଥିଲା ସୁରଜ । ୫ ତାରିଖ ସନ୍ଧ୍ୟାରେ ସୁରଜ ଏବଂ ମୁକ୍ତିକାନ୍ତ ବୁଲେଟରେ ଆସି ଗୁଳିମାଡ଼ କରିଥିଲେ । ବାବାକୁ ନପାଇ ଆଶ୍ରମର ଦୁଇଜଣ କର୍ମଚାରୀଙ୍କୁ ଗୁଳି କରିଥିଲେ ।


ଏଥିସହ ପଢ଼ନ୍ତୁ: ବିବାହ ପ୍ରସ୍ତାବ ଦେଖିବାକୁ ଆସି କାଟିଦେଲା ଯୁବତୀଙ୍କ ଗଳା


ମହିଳାଙ୍କ ଅଭିଯୋଗ ଆଧାରରେ ଆଶ୍ରମର ବାବା ଅଜୟ ସାମନ୍ତ ରାୟ ଏବଂ ସୁକାନ୍ତ ବିଶ୍ୱାଳଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପକ୍‌ସୋ ଆକ୍ଟ ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି ।

Related Topics

Explore more stories

Crime In Odisha | Bhubaneswar Shooting: Suspects Arrested From Bhadrak | Argus News | Argus News