Videos
|
Crime

Bhubaneswar Drug Racket / ରାଜଧାନୀରେ କୋଡ୍ ୱାର୍ଡରେ ଚାଲିଛି ନିଶା କାରବାର, ମାଫିଆଙ୍କ ଟାର୍ଗେଟରେ ଜେନ୍ ଜି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ରାଜଧାନୀରେ କୋଡ୍ ୱାର୍ଡରେ ଚାଲିଛି ନିଶା କାରବାର, ମାଫିଆଙ୍କ ଟାର୍ଗେଟରେ ଜେନ୍ ଜି
Bhubaneswar Drug Racket

Key Points

ରାଜଧାନୀରେ କୋଡ୍‌ୱାର୍ଡରେ ଚାଲିଛି ନିଶା କାରବାର
ମାଫିଆଙ୍କ ଟାର୍ଗେଟରେ ଜେନ୍ ଜି
ମଞ୍ଚେଶ୍ବରରେ ଡିଲ୍ ଚାଲିଥିବା ବେଳେ ମାଡିବସିଲା ପୋଲିସ
ନିଶା ନିଶାରେ ରାଜଧାନୀ । କୋଡ୍‌ ୱାର୍ଡରେ ଚାଲିଛି ନିଶା କାରବାର । ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ପିଲା । ଲଗାମ ଲଗାଇବାକୁ ସ୍ପେଶାଲ କ୍ରାଇମ ୟୁନିଟର ସ୍ପେଶାଲ ଅପରେସନ ।

କଳା ମୁଖା ପିନ୍ଧିଥିବା ଏହି ବ୍ୟକ୍ତି ହେଉଛନ୍ତି ଧଳା ଜହର ମାର୍କେଟର ରିଙ୍ଗ୍ ଲିଡର । ବାବୁଙ୍କ ଘର ଜଳେଶ୍ବରରେ ହୋଇଥିଲେ ହେଁ ସେ ପୂରା ଓଡ଼ିଶାରେ କରୁଥିଲା ବ୍ରାଉନସୁଗାର ଯୋଗାଣ । ସୁଦୂର ବାଲେଶ୍ୱରରୁ ଆସି ରାଜଧାନୀରେ ଧଳାଜହର ସିଣ୍ଡିକେଟ ଚଳାଉଥିବା ବେଳେ ମାଡ଼ି ବସିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡ଼ାରେ ଡିଲ୍ ବେଳେ ତାଙ୍କଠାରୁ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ପୂର୍ବରୁ ଶୈଖ ଖେଫାଜୁଦ୍ଦିନ ନାଁରେ NDPS ମାମଲା ମଧ୍ୟ ରହିଛି । ଏହି କାରବାରରେ ତା ଭାଇ ଓ ସ୍ତ୍ରୀ ମଧ୍ୟ ଏହି ସହଯୋଗ କରୁଥିବା ଜଣାପଡିଛି ।

ନିଶା ମାଫିଆଙ୍କୁ ମୂଳଫୋଛ ପାଇଁ ଆକ୍ସନ ମୋଡରେ କମିସନରେଟ୍ ପୋଲିସ । ରାଜଧାନୀରେ ଘାଏଁ ଘାଏଁ ଗଡ଼ୁଥିଲା ପୋଲିସର ଗାଡ଼ି ଆଉ ହେଉଥିଲା ଘନ ଘନ ରେଡ୍ । କଳ୍ପନା ଛକ, ରବି ଟକିଜ୍‌ ଛକ, ଚିଲି ପୋଖରୀ, ଟଙ୍କପାଣି ରୋଡ଼ ଆଦି ସ୍ଥାନରେ ଧଡ଼ାଧଡ଼ ଚଢ଼ାଉ ପରେ ମିଳିଥିଲା ବିପୁଳ ନିଶା ସାମଗ୍ରୀ । ପୋଲିସକୁ ଚକମା ଦେବା ପାଇଁ ଦୋକାନୀମାନେ ମଶା ଧୂପ ଖୋଳରେ ଏହାକୁ ଲୁଚାଇ ବିକ୍ରି କରୁଥିଲେ । ସ୍ପେଶାଲ କ୍ରାଇମ ୟୁନିଟ୍ ବିଭିନ୍ନ ପାନ ଓ ଷ୍ଟେସନାରୀ ଦୋକାନରେ ଚଢ଼ାଉ କରି ଗଞ୍ଜେଇ ସିଗାରେଟ୍, ଗଞ୍ଜେଇ ପୁଡ଼ିଆ, ଚୁର୍ମା, ଭାଙ୍ଗ ଏବଂ ଗୋଗୋ ପେପର ଜବତ କରି ୩ ଜଣଙ୍କୁ ଗିରଫ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: