|
logo
Live

Argus News - କାଠ ଗୋଦାମରେ ଏତେ ସିଲିଣ୍ଡର, ଗ୍ୟାସ୍ ଗୋଦାମରେ ବି ନଥିବ !

Crime

Gas Black Market Busted / କାଠ ଗୋଦାମରେ ଏତେ ସିଲିଣ୍ଡର, ଗ୍ୟାସ୍ ଗୋଦାମରେ ବି ନଥିବ !

Sushanta Sahoo
Browse all articles by Sushanta Sahoo
·2 hours ago·2 min read
କାଠ ଗୋଦାମରେ ଏତେ ସିଲିଣ୍ଡର, ଗ୍ୟାସ୍ ଗୋଦାମରେ ବି ନଥିବ !
Over 100 Gas Cylinders Seized

Key Points

  • କାଠଗୋଲା ପଛରେ ଚାଲିଥିଲା ‘ଗ୍ୟାସ୍ ଗୋଲା’
  • ଅତର୍କିତ ଚଢ଼ାଉ କଲା ଯୋଗାଣ ବିଭାଗ
  • ୧୦୦ରୁ ଅଧିକ ସିଲିଣ୍ଡର ଜବତ
  • ଗୋଦାମ ମାଲିକ ଫେରାର
ଭୁବନେଶ୍ଵର: ରୋଷେଇ ଘରେ ଗ୍ୟାସ୍ ଅଭାବ । କିନ୍ତୁ ରାଜଧାନୀର ଛାତି ଉପରେ ବେଧଡ଼କ ଚାଲିଛି ଗ୍ୟାସ୍‌ର କଳା ବଜାରୀ । କାଠ ଗୋଲା ବା କାଠ ଗୋଦାମ... ଯେଉଁଠି କାଠ ମିଳେ, ସେଇଠି ଗ୍ୟାସ୍ ମିଳୁଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ବୁଧବାର ଚଢ଼ାଉ ବେଳେ ଯୋଗାଣ ବିଭାଗ ଜବତ କରିଛି ଛୋଟ ବଡ଼ କରି ଶତାଧିକ ସିଲିଣ୍ଡର ।

ସାମନ୍ତରାପୁର ନିକଟରେ ଏକ ଆଜବେଷ୍ଟସ ଘରେ ଚାଲିଥିଲା ଏହି କାଠ ଗୋଦାମ । ଚଢ଼ାଉ ବେଳେ ୧୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି । ଏହା ସହ ମିଳିଛି ୬୦ଟି ଖାଲି ସିଲିଣ୍ଡର । ୧୭ରୁ ଅଧିକ ୫ କେଜିଆ ସିଲିଣ୍ଡର ଜବତ କରିଛି ଯୋଗାଣ ବିଭାଗ । ଚଢ଼ାଉ ବେଳେ ଗୋଦାମ ମାଲିକ ଫେରାର ହୋଇ ଯାଇଛି ।

ଏଥିସହ ପଢ଼ନ୍ତୁ: ଯାଞ୍ଚ ବାହାନାରେ ଘରେ ପଶିଲେ, ବାଇକ୍‌ରେ ନେଇ ପଳାଇଲେ ଗ୍ୟାସ୍ ସିଲିଣ୍ଡର

ରାଜଧାନୀ ଭୁବନେଶ୍ଵରରେ ବେଆଇନ ଗ୍ୟାସ୍ କାରବାରର ଏକ ବଡ଼ ଗୁମର ଫିଟିଛି । ସାମନ୍ତରାପୁର ଛକ ନିକଟରେ କାଠଗୋଲା ଆଳରେ ଚାଲିଥିଲା ବିପଦପୂର୍ଣ୍ଣ ଗ୍ୟାସ୍ ରିଫିଲିଂ ଓ ମହଜୁଦ ବେପାର । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ହଠାତ୍ ଚଢ଼ାଉ କରାଯାଇ ଶହେରୁ ଅଧିକ ସିଲିଣ୍ଡର ଜବତ କରାଯାଇଛି ।

ଭୁବନେଶ୍ୱର ସାମନ୍ତରାପୁର ଛକ ନିକଟରେ ଥିବା ଏକ ଆଜବେଷ୍ଟ ଘରେ ‘ତାରିଣୀ କାଠଗୋଲା’ ନାମରେ ଏକ ଦୋକାନ ଚାଲିଥିଲା । ହେଲେ ଏହି ଦୋକାନର ପଛ ପଟେ ଲୁଚାଛପାରେ ଚାଲିଥିଲା ବେଆଇନ ଗ୍ୟାସ୍ ସିଲିଣ୍ଡର କାରବାର । ସ୍ଥାନୀୟ ଲୋକେ ଏହା ଜାଣିପାରୁ ନଥିବା ବେଳେ ବିଭାଗୀୟ ଅଧିକାରୀମାନେ ଖବର ପାଇ ହଠାତ୍ ସେଠାରେ ରେଡ୍ କରିଥିଲେ ।

ଆଉ ଚଢ଼ାଉ ସମୟରେ ବିଭିନ୍ନ ନାମୀଦାମୀ କମ୍ପାନୀର ୧୦୦ରୁ ଅଧିକ ଗ୍ୟାସ୍ ସିଲିଣ୍ଡର ମହଜୁଦ ଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ଘରୋଇ ସିଲିଣ୍ଡର ସହ ରହିଥିଲା ବାଣିଜ୍ୟିକ ବ୍ୟବହୃତ ସିଲିଣ୍ଡର । ଚଢ଼ାଉ ବେଳେ ଗୋଦାମ ମାଲିକ ଫେରାର ହୋଇଯାଇଛି ।

ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, କେନ୍ଦ୍ର ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୫କେଜି ସିଲିଣ୍ଡର ଯୋଗାଣ ଦ୍ୱିଗୁଣିତ ହେବ

ଚିନ୍ତାଜନକ ବିଷୟ ହେଉଛି, ଯେଉଁଠି ପ୍ରଚୁର ପରିମାଣର ଶୁଖିଲା କାଠ ଗଚ୍ଛିତ ଅଛି, ସେହି ସ୍ଥାନରେ ଏତେ ମାତ୍ରାରେ ଗ୍ୟାସ୍ ସିଲିଣ୍ଡର ରଖା ଯାଇଥିଲା । ବଡ଼ ଅଗ୍ନିକାଣ୍ଡ ଆଶଙ୍କାକୁ କାହିଁକି କରୁଥିଲେ ଆମନ୍ତ୍ରଣ ? ସାମାନ୍ୟ ଅସାବଧାନତା ହୋଇଥିଲେ ବଡ଼ ଧରଣର ବିସ୍ଫୋରଣ ଘଟି ଧନଜୀବନ ହାନି ହେବାର ଆଶଙ୍କା ଥିଲା ।

ତେବେ କାଠ ଗୋଦାମକୁ ଏତେ ପରିମାଣର ଗ୍ୟାସ୍ ସିଲିଣ୍ଡର କେଉଁଠୁ ଆସିଲା ? ଏହି କଳାବଜାରୀ ପଛରେ କାହାର ହାତ ରହିଛି ? ସେ ନେଇ ଯୋଗାଣ ବିଭାଗ ଖୋଳତାଡ଼ ଆରମ୍ଭ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gas Black Market Busted: କାଠ ଗୋଦାମରେ ଏତେ ସିଲିଣ୍ଡର, ଗ୍ୟାସ୍ ଗୋଦାମରେ ବି ନଥିବ ! | Argus News