Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Gas Cylinder Theft / ଯାଞ୍ଚ ବାହାନାରେ ଘରେ ପଶିଲେ, ବାଇକ୍‌ରେ ନେଇ ପଳାଇଲେ ଗ୍ୟାସ୍ ସିଲିଣ୍ଡର

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଯାଞ୍ଚ ବାହାନାରେ ଘରେ ପଶିଲେ, ବାଇକ୍‌ରେ ନେଇ ପଳାଇଲେ ଗ୍ୟାସ୍ ସିଲିଣ୍ଡର
Fake Officers, Real Theft

Key Points

ନିଜକୁ ପେଟ୍ରୋଲିୟମ୍ କମ୍ପାନୀର ଅଧିକାରୀ ପରିଚୟ ଦେଇ ଠକ ଏକ ଘରେ ପଶିଥିଲେ । ଆଉ ଯାଞ୍ଚ ନାଁରେ ୨ଟି ଗ୍ୟାସ୍ ସିଲିଣ୍ଡର ନେଇ ଫେରାର୍ ହୋଇ ଯାଇଛନ୍ତି ।
ଲକ୍ଷ୍ନୌ: ଅକ୍ଷୟ କୁମାର ଓ ଅନୁପମ ଖେରଙ୍କ ଫିଲ୍ମ 'ସ୍ପେଶାଲ୍ ୨୬'ରେ ପ୍ରଦର୍ଶିତ ତରିକା ଏବେ ରିଲ୍‌ରୁ ବାହାରି ରିୟଲ ଲାଇଫ୍‌ରେ ଦେଖିବାକୁ ମିଳିଛି । କାନପୁରରେ କିଛି ଠକ ଖୁବ୍ ଚତୁରତାର ଠକାମି କରିଛନ୍ତି, ଯେମିତି ଫିଲ୍ମରେ ଦେଖିବାକୁ ମିଳିଥିଲା । ନିଜକୁ ପେଟ୍ରୋଲିୟମ୍ କମ୍ପାନୀର ଅଧିକାରୀ ପରିଚୟ ଦେଇ ଠକ ଏକ ଘରେ ପଶିଥିଲେ । ଆଉ ଯାଞ୍ଚ ନାଁରେ ୨ଟି ଗ୍ୟାସ୍ ସିଲିଣ୍ଡର ନେଇ ଫେରାର୍ ହୋଇ ଯାଇଛନ୍ତି ।

ଆଶ୍ଚର୍ଯ୍ୟର ଘଟଣା ପୁରା ମାମଲା ନିକଟରେ ସିସିଟିଭିରେ ରେକର୍ଡ ହୋଇଛି ସତ । ହେଲେ ଚୋରି ରୋକିବାକୁ କାହାରିକୁ ସୁଯୋଗ ମିଳି ନଥିଲା । ଏଭଳି ଘଟିଛି ଉତ୍ତରପ୍ରଦେଶର କାନପୁର ଗୋବିନ୍ଦନଗର ଥାନା ଚରଣ ସିଂହ କଲୋନୀରେ । ଗୋଟିଏ ପରେ ଲୋକେ ରନ୍ଧନ ଗ୍ୟାସ୍ ଅଭାବକୁ ନେଇ ଚିନ୍ତିତ ଥିବାବେଳେ ଠକ ଗ୍ୟାସ୍ ସିଲିଣ୍ଡର ଭଳି ଜରୁରୀ ସାମଗ୍ରୀକୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଗ୍ୟାସ୍ ବୁକିଂ ଭିତରେ ଏମିତି ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି ସାଇବର ଲୁଟେରା

ସୂଚନା ଅନୁସାରେ, ବାଇକ୍‌ରେ ୨ ଜଣ ଠକ ଆସିଥିଲେ । ନିଜକୁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍‌ର ଅଧିକାରୀ ପରିଚୟ ଦେଇଥିଲେ । ଘର ଭିତରେ ପଶିବା ସହ ପୁରା ଯୋଜନାବଦ୍ଧ ଭାବେ ଏହି ୨ଟି ସିଲିଣ୍ଡର ଚୋରି କରି ନେଇଛନ୍ତି ।

ଘରେ ଥିଲେ କେବଳ ମହିଳା

ଚରଣ ସିଂହ କଲୋନୀରେ ରହୁଥିବା କୀର୍ତ୍ତି ବର୍ମା ଜଣେ ଘରେ ସ୍କୁଲ୍ ଶିକ୍ଷକ । ସୋମବାର ସକାଳ ସେ ସ୍କୁଲ୍ ପଳାଇଥିଲେ । ତାଙ୍କ ଭାଇ ବିଜୟ ମଧ୍ୟ ଘରେ ନଥିଲେ । ଘରେ କେବଳ ବର୍ମାଙ୍କ ଭାଉଜ ସରୋଜିନୀ ଓ ୧୦ ବର୍ଷର ଝିଅ ଥିଲା । ଆଉ ଏହାର ଫାଇଦା ଉଠାଇଥିଲେ ଠକ । ଦିନ ପ୍ରାୟ ସାଢ଼େ ୧୨ଟାରେ ଦୁଇ ଜଣ ଯୁବକ ଆସିଥିଲେ ।

ଚେକିଂ ନାଁରେ ସିଲିଣ୍ଡର ନେଇଗଲେ

ଆସିଥିବ ୨ ଯୁବକ ନିଜକୁ ପେଟ୍ରୋଲିୟମ କମ୍ପାନୀର ଅଧିକାରୀ ପରିଚୟ ଦେଇଥିଲେ । କହିଥିଲେ- ଗ୍ୟାସ୍ ସିଲିଣ୍ଡର ସୁରକ୍ଷା ଯାଞ୍ଚ କରିବାକୁ ଆସିଛନ୍ତି । ସେମାନଙ୍କ କଥାରେ ଘରକୁ ଆସିବାକୁ ଅନୁମତି ଦେଇଥିଲେ ସରୋଜିନୀ । ରୋଷେଇ ଘରେ ପହଞ୍ଚିବା ମାତ୍ରେ ଜଣେ ଯୁବକ ଭର୍ତ୍ତି ସିଲିଣ୍ଡରରୁ ରେଗୁଲେଟର୍ ଖୋଲି ବାହାରକୁ ନେଇ ଆସିଥିଲେ, ଅନ୍ୟ ଜଣେ ଖାଲି ସିଲିଣ୍ଡର ଉଠାଇଥିଲେ ।

ଏଥିସହ ପଢ଼ନ୍ତୁ: ୬୨ ଲକ୍ଷ ସିଲିଣ୍ଡର ପାଇଁ ଆସୁଛି LPG, ଶେଷ ହେବ ଗ୍ୟାସ୍‌ ସଙ୍କଟ ?

ରସିଦ୍ ମାଗି ନଜର ହଟାଇଲେ

ଗ୍ୟାସ୍ ଚୋରି ଯୋଜନାକୁ ସଫଳ କରିବା ଲାଗି ଠକ ଅତି ଚତୁରତାର ସହ ସରୋଜିନୀଙ୍କୁ ଗ୍ୟାସ୍ ଏଜେନ୍ସିର ରସିଦ୍ ମାଗିଥିଲେ । ଯେମିତି ସରୋଜିନୀ ରସିଦ୍ ଆଣିବା ଲାଗି ଅନ୍ୟ କୋଠରୀକୁ ଗଲେ, ଦୁଇ ଯୁବକ ତତ୍‌କ୍ଷଣାତ୍ ସିଲିଣ୍ଡରକୁ ବାଇକ୍‌ରେ ଲଦି ପଳାଇଥିଲେ । ସରୋଜିନୀ ଫେରିବା ବେଳକୁ ନା ଥିଲା, ସିଲିଣ୍ଡର ନା ଥିଲା ୨ ଯୁବକ ।

ସିସିଟିଭିରେ ପୁରା ଚୋରି

ଏହି ଘଟଣାକୁ ସମଗ୍ର ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚରୁ ଜଣାପଡ଼ିଛି ଦୁଇ ଅଭିଯୁକ୍ତ ବାଇକ୍‌ରେ ସିଲିଣ୍ଡର ନେଇ ପଳାଇ ଯାଉଛନ୍ତି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଠକ ଦ୍ଵୟଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
‘Special 26’ Style Scam: Fake Officers Steal Gas Cylinders in Kanpur | Argus News | Argus News