Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime In Odisha / ବଢ଼ିଲା ବଡ଼ ବାବୁଙ୍କ ଅଡୁଆ; ଥାନାରୁ ତଥ୍ୟ ନେଲା GST ଆଣ୍ଡ ସେଣ୍ଟ୍ରାଲ ଏକ୍ସସାଇଜ ଟିମ୍‌

Sushanta Sahoo
Browse all articles by Sushanta Sahoo
·4 months ago·2 min read
ବଢ଼ିଲା ବଡ଼ ବାବୁଙ୍କ ଅଡୁଆ; ଥାନାରୁ ତଥ୍ୟ ନେଲା GST ଆଣ୍ଡ ସେଣ୍ଟ୍ରାଲ ଏକ୍ସସାଇଜ ଟିମ୍‌
IRS Officer Case: GST Team Steps In

Key Points

  • IRS ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମାମଲା
  • ସହିଦନଗର ଥାନାରୁ ତଥ୍ୟ ନେଲା GST ଆଣ୍ଡ ସେଣ୍ଟ୍ରାଲ ଏକ୍ସସାଇଜ ଟିମ୍‌
ଭୁବନେଶ୍ଵର: ବଡ଼ବାବୁଙ୍କ ନାଁରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତ କରୁଛି ପୋଲିସ । ସହିଦନଗର ଥାନାରୁ ତଥ୍ୟ ନେଇଛି GST ଆଣ୍ଡ ସେଣ୍ଟ୍ରାଲ ଏକ୍ସସାଇଜ ଟିମ୍ । ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସମ୍ବେଦନଶୀଳ ଘଟଣାକୁ ନେଇ ପୁଣି ଥରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି ।

ଗତ ୧୯ ତାରିଖରେ IRS ଅଧିକାରୀଙ୍କ ନାଁରେ ଆସିଥିଲା ସଂଗୀନ ଅଭିଯୋଗ । ଜଣେ ମହିଳା ଅଭିଯୋଗ କରିଥିଲେ, ଅଧିକାରୀ ଜଣଙ୍କ ତାଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଦୁଷ୍କର୍ମ କରିଛନ୍ତି । ମାମଲାକୁ ଗୁରୁତର ସହ ନେଇ ସହିଦନଗର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ସେପଟେ ସହିଦନଗର ଥାନାରୁ ତଥ୍ୟ ନେଇଛି GST ଆଣ୍ଡ ସେଣ୍ଟ୍ରାଲ ଏକ୍ସସାଇଜ ଟିମ୍‌ । ଏହାସହ ଥାନା ଅଧିକାରୀଙ୍କ ସହ କରିଛନ୍ତି ବିସ୍ତୃତ ଆଲୋଚନା ।

ଏଥିସହ ପଢ଼ନ୍ତୁ: ସ୍ଵାମୀ ନା ସୈତାନ ? ପ୍ରେମ ବିବାହରେ ଭରିଲାନି ମନ, ଯୌତୁକ ପାଇଁ ସୋସିଆଲ୍ ମିଡିଆରେ ସବୁ ସାରିଦେଲା

ମାମଲା ଅତ୍ଯନ୍ତ ସମ୍ବେଦନଶୀଳ ହୋଇଥିବା ବେଳେ ପୁଣିଥରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ତଦନ୍ତ ଭାର ଜଣେ ଅତିରିକ୍ତ ମହିଳା DCP ରାଙ୍କର ଅଧିକାରୀଙ୍କୁ ଦିଆଯାଇଛି । ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଗଠନ ହୋଇଛି ସ୍ଵତନ୍ତ୍ର ଟିମ୍ ।

ଅତିରିକ୍ତ ଡିସିପି, ସହିଦନଗର ଥାନା ଅଧିକାରୀ ଏବଂ ମାମଲାର ତଦନ୍ତ କରୁଥିବା ଅଧିକାରୀ IRS ଅଧିକାରୀଙ୍କ କ୍ଵାର୍ଟରରେ ପୁଣି ଥରେ ଚଢ଼ାଉ କରିଛନ୍ତି । ଇନଫୋସିଟି ଥାନାରେ ସ୍ଵତନ୍ତ୍ର ଟିମ୍ ପହଞ୍ଚି ଭାଇରାଲ ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିଛି ।

ଏଥିସହ ପଢ଼ନ୍ତୁ: IRS ଅଫିସରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଅଶ୍ଳିଳ ଭିଡିଓ ଦେଖାଇ ବଳତ୍କାର କରିଥିବା ଅଭିଯୋଗ

ଏବେ ପ୍ରଶ୍ନ ଉଠୁଛି, FIRରେ ସବୁ ସତ ଲେଖା ହୋଇଛି ତ ? ଭିଡିଓ କେମିତି ଭାଇରାଲ୍ ହେଲା ? ତଦନ୍ତରେ କାହିଁକି ସହଯୋଗ କରୁ ନାହାନ୍ତି IRS ଅଧିକାରୀ ? ଘଟଣା ବିଷୟରେ ଉଭୟ ପୀଡ଼ିତା ଏବଂ IRS ଅଧିକାରୀଙ୍କୁ ସାମ୍ନାସାମ୍ନୀ ପଚରାଉଚରା ହେଲେ ଖୋଲିବ ସବୁ ଗୁମର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IRS Officer Allegation Case: GST Team Seeks Info from Police in Bhubaneswar | Argus News | Argus News