|
logo
Live

Argus News - ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସୈତାନ ସ୍ୱାମୀ

Crime

Bhubaneswar Murder Case / ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସୈତାନ ସ୍ୱାମୀ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସୈତାନ ସ୍ୱାମୀ
Murder

Key Points

ଭୁବନେଶ୍ୱର ସ୍ୱସ୍ତି ନଗର ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ
ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସୈତାନ ସ୍ୱାମୀ
କାହିଁକି ପବିତ୍ର ସମ୍ପର୍କରେ ଲାଗିଲା ରକ୍ତର ଛିଟା ?
ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ସାମାନ୍ୟ କଳି ଝଗଡ଼ାରୁ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ ନିଜ ଧର୍ମପତ୍ନୀଙ୍କୁ ପରିବା କଟା ଛୁରୀରେ ତଣ୍ଟି କାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ହତ୍ୟା ପରେ ସ୍ୱାମୀ ନିଜେ ଥାନାରେ ଆତ୍ମସମର୍ପଣ କରିଛନ୍ତି । କାହିଁକି ଜଣେ ଶିକ୍ଷିତ ବ୍ୟକ୍ତି ପାଲଟିଗଲେ ଜଲ୍ଲାଦ ? ମାନସିକ ଚାପ ନା ରହିଛି ଅନ୍ୟ କିଛି ରହସ୍ୟ ?

ଘର ସାରା ପଡ଼ିଛି ରକ୍ତର ଛିଟା । ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଛି ସ୍ମୃତିର ସାମଗ୍ରୀ । ଏହି ଘରେ ହସ ଖୁସିରେ ରହୁଥିଲେ ଅବସରପ୍ରାପ୍ତ ଅଧିକାରୀ ଦେବରାଜ ଷଡ଼ଙ୍ଗୀ ଓ ତାଙ୍କ ପତ୍ନୀ ପ୍ରିୟମ୍ବଦା । କିନ୍ତୁ କେହି ଜାଣି ନଥିଲେ ଯେଉଁ ହାତ ସାଥୀ ହୋଇ ଚାଲିବାର ପ୍ରତିଶ୍ରୁତି ଦେଇଥିଲା, ସେଇ ହାତ ଦିନେ ଛୁରୀ ଧରିବ । ପରିବା କଟା ଛୁରୀରେ ଦେବରାଜ ନିଜ ସ୍ତ୍ରୀର ତଣ୍ଟି କାଟି ରକ୍ତର ହୋଲି ଖେଳିଛନ୍ତି ।

ଦୁଇ ବର୍ଷ ତଳେ ଦେବରାଜ ଚାକିରିରୁ ଅବସର ନେଇଥିଲେ । ଏକମାତ୍ର ଝିଅର ବାହାଘର ସରିଥିଲା । ସ୍ବସ୍ତିନଗର ଅଞ୍ଚଳରେ ରହୁଥିଲେ ସ୍ବାମୀ-ସ୍ତ୍ରୀ । ତେବେ ଦେବରାଜ ଦୀର୍ଘ ଦିନ ହେବ ମାନସିକ ଚାପରେ ରହୁଥିଲେ । ବିଭିନ୍ନ ରୋଗରେ ଦେହ ଅସୁସ୍ଥ ଥିବା କାରଣରୁ ଦେବରାଜଙ୍କ ମାନସିକ ସ୍ଥିତି ଭଲ ନଥିବା କହିଛନ୍ତି ଝିଅ ।

ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଦେବରାଜ ନିଜେ ଥାନାରେ ପହଞ୍ଚି ନିଜ ପାପ ସ୍ୱୀକାର କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ରକ୍ତ ଭିଜା ଛୁରୀ ଓ ରକ୍ତ ନମୁନା ସଂଗ୍ରହ କରିଛି । ପୋଲିସ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ପ୍ରଶ୍ନ ଉଠୁଛି, କେବଳ ମାନସିକ ବିକୃତି ପାଇଁ ଏତେ ବଡ଼ କାଣ୍ଡ ଘଟିଲା ନା ଏହା ପଛରେ ରହିଛି କିଛି ପାରିବାରିକ ଶତ୍ରୁତା ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar Murder Case: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସୈତାନ ସ୍ୱାମୀ | Argus News