Bhubaneswar Murder Case / ବର୍ଷ ଆରମ୍ଭରୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ, ଟେନସନରେ କମିସନରେଟ ପୋଲିସ
·6 months ago·2 min read

Key Points
ବର୍ଷ ଆରମ୍ଭରୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ
ପୂର୍ବ ଶତ୍ରୁତାରୁ ଯୋଜନା ବଦ୍ଧ ହତ୍ୟା ସନ୍ଦେହ
ଟେନସନରେ କମିସନରେଟ ପୋଲିସ
ପୂର୍ବ ଶତ୍ରୁତାରୁ ଯୋଜନା ବଦ୍ଧ ହତ୍ୟା ସନ୍ଦେହ
ଟେନସନରେ କମିସନରେଟ ପୋଲିସ
ନୂଆବର୍ଷ ଆରମ୍ଭରୁ ରାଜଧାନୀରେ ଗଡିଲା ମୁଣ୍ଡ । ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତ ଯୁବକ ହେଲେ ନୟାପଲ୍ଲୀ ନୂଆସାହି ଅଞ୍ଚଳର । ନୟାପଲ୍ଲୀ ପୁଲିସ ଥାନାରେ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଗତ ୨୬ ତାରିଖ ଦିନ ଯୁବକ ଜଣଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲା । ମୃତ ଯୁବକ ହେଲେ ନୟାପଲ୍ଲୀ ନୂଆସାହିର ଯୋଗେନ୍ଦ୍ର ଦାସ ଓରଫ ବବୁଲ । ବବୁଲକୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ଶନିବାର ୨୭ ତାରିଖ ସନ୍ଧ୍ୟା ୭ଟା । ନୟାପଲ୍ଲୀ ନୂଆସାହି ଘର ଆଗରେ ବବୁଲୁ ଦାସ ଗାଡ଼ି ଉପରେ ବସି କଥା ହେଉଥିଲେ । ୬ ଜଣ ଅଭିଯୁକ୍ତ ଅଟୋରେ ଆସି ବବୁଲୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ମୁଣ୍ଡକୁ ଓ ମୁହଁକୁ ହାଣି ପକାଇଥିଲେ । ଘଟଣା ଘଟାଇ ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ । ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ବବୁଲୁଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୪ ଦିନ ଚିକିତ୍ସା ହେବା ପରେ ଆଜି ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି ବବୁଲୁ । ଡାକ୍ତରଖାନାରେ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି । ମୃତଦେହ ଜବତ କରି ଭୁବନେଶ୍ୱର ଏମ୍ସକୁ ସବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।
ହତ୍ୟାକାଣ୍ଡ ଘଟଣାରେ ଦୁଇଜଣଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି । ସେଥିରୁ ଜଣେ ନାବାଳକ ଥିବା ସୂଚନା ମିଳିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ କମିସନରେଟ୍ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ଖୋଳତାଡ଼ କରୁଛି । ମୁଖ୍ୟ ଅଭିଯୁକ୍ତ ନାଁରେ କମିସନରେଟ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା କଥା ତଦନ୍ତ ସମୟରେ ଜାଣିବାକୁ ପାଇଛି ପୋଲିସ ।
ତେବେ ପ୍ରଶ୍ନ ଉଠୁଛି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ନା ଆଉ କିଛି କାରଣ ରହିଛି ? କୌଣସି ପ୍ରେମ ବ୍ୟାପାରକୁ ନେଇ ହୋଇଛି କି ଏଭଳି ହତ୍ୟା କାଣ୍ଡ ? ନା ହତ୍ୟା ପଛରେ ରହିଛି ଟଙ୍କା କାରବାର ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି କମିସନରେଟ ପୋଲିସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories