Bhubaneswar Cyber Crime / ସାରା ଜୀବନର ସଞ୍ଚିତ ଅର୍ଥ ଲୁଟିନେଲେ ସାଇବର୍ ଠକ, ନିବେଶ ବିଜ୍ଞାପନ ଜାଲରେ ପଡ଼ି ହରାଇଲେ ୨୯ ଲକ୍ଷ
·1 hour ago·2 min read

Key Points
ସାରା ଜୀବନର ପରିଶ୍ରମ, ଗୋଟିଏ କ୍ଲିକ୍ରେ ଶେଷ
୨୯.୫୪ ଲକ୍ଷ ଟଙ୍କାର ଅନଲାଇନ୍ ଠକେଇ
ସାଇବର୍ ଠକଙ୍କ ଟାର୍ଗେଟରେ ଅବସରପ୍ରାପ୍ତ କର୍ମଚାରୀ

ଭୁବନେଶ୍ବର: ସାଇବର୍ କ୍ରିମିନାଲଙ୍କ ଟାର୍ଗେଟରେ ଅବସରପ୍ରାପ୍ତ କର୍ମଚାରୀ । ଅନଲାଇନ୍ ନିବେଶ ନାଁରେ ୨୯ ଲକ୍ଷରୁ ଅଧିକ ଟଙ୍କା ଲୁଟି ଦିଲ୍ଲୀରୁ ୩ ସାଇବର୍ ଠକଙ୍କୁ ବାନ୍ଧିବା ପରେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । କେଉଁଠି ଅବସରପ୍ରାପ୍ତ କର୍ମଚାରୀଙ୍କ ଆକାଉଣ୍ଟ ଓ ଟ୍ରାଞ୍ଜାକ୍ସନ୍ ତଥ୍ୟ ଠକଙ୍କ ହାତରେ ଲାଗୁଛି, ତ ପୁଣି କେଉଁଠି ଅଧିକ ଲାଭର ଲୋଭନୀୟ ବିଜ୍ଞାପନ ଜରିଆରେ ସେମାନଙ୍କୁ ଫସାଯାଉଛି । ଏହି ଠକେଇର ଚେର ଭାରତରୁ ଦୁବାଇ ଓ ସାଉଦି ଆରବ ପର୍ଯ୍ୟନ୍ତ ଲମ୍ବିଥିବା ସନ୍ଦେହ କରାଯାଉଛି ।
ଫେସବୁକ୍ରେ ଲୋଭନୀୟ ନିବେଶ ବିଜ୍ଞାପନ ଦେଖୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଅଧିକ ରିଟର୍ଣ୍ଣର ଲୋଭ ଦେଖାଇ ଫସାଉଛନ୍ତି ସାଇବର୍ କ୍ରିମିନାଲ୍ । ଏମିତି ଏକ ସାଇବର ଲୁଟ୍ ମାମଲାରେ ଦିଲ୍ଲୀରୁ ୩ ସାଇବର୍ ଲୁଟେରାଙ୍କୁ ଗିରଫ କରାଯାଇଛି । ଏହି ଲୁଟେରାମାନେ ଅନଲାଇନ୍ ନିବେଶ ନାଁରେ ୨୯ ଲକ୍ଷ ୫୪ ହଜାର ଟଙ୍କା ଠକେଇ କରିଥିଲେ ।
ଭୁବନେଶ୍ୱର ଲିଙ୍ଗରାଜ ଅଞ୍ଚଳର ଜଣେ ଅବସରପ୍ରାପ୍ତ କର୍ମଚାରୀ ଚାକିରିରୁ ଅବସର ନେବା ପରେ ମୋଟା ଅଙ୍କର ଅର୍ଥ ପାଇଥିଲେ । ଏହି ସମୟରେ ଫେସବୁକ୍ରେ ଏକ ଲୋଭନୀୟ ନିବେଶ ବିଜ୍ଞାପନ ଦେଖି ସେ ଠକଙ୍କ ଜାଲରେ ପଡ଼ିଥିଲେ ।
ପ୍ରଥମେ ବିଶ୍ୱାସ ଜିତିବା ପାଇଁ ହ୍ୱାଟ୍ସଆପ୍ ଚାଟ୍ ଓ ଜୁମ୍ ମିଟିଂରେ ସ୍କ୍ରିନ୍ ସେୟାରିଂ ଜରିଆରେ ନକଲି ଲାଭ ଦେଖାଇଥିଲେ ଅଭିଯୁକ୍ତ । ପର୍ଯ୍ୟାୟ କ୍ରମେ ଅଭିଯୋଗକାରୀ ୨୯ ଲକ୍ଷ ୫୪ ହଜାର ଟଙ୍କା ନିବେଶ କରିବା ପରେ ଠକମାନେ ଯୋଗାଯୋଗ ବନ୍ଦ କରିଦେଇଥିଲେ । ନା ମୂଳ ଟଙ୍କା ଫେରାଇଥିଲେ, ନା ପ୍ରତିଶ୍ରୁତି ମୁତାବକ ଲାଭ ଦେଲେ । ଯେଉଁ ୱେବସାଇଟ୍ରେ ନିବେଶ କରାଯାଇଥିଲା, ତାହା ମଧ୍ୟ ବନ୍ଦ ହୋଇଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣାରେ ହରିଶ କୁମାର, ମହମ୍ମଦ ନୌଶାଦ ଅଲ୍ଲୀ ଓରଫ ଅବିନାଶ ମିଶ୍ର ଏବଂ ମୟଙ୍କଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ରାକେଟରେ ଅନେକ ଲୋକ ଶିକାର ହୋଇଛନ୍ତି ଏବଂ ଠକେଇର ଅର୍ଥ ଦୁବାଇ ଓ ସାଉଦି ଆରବକୁ ପଠାଯାଉଛି । ଅନ୍ୟପଟେ ସାଇବର୍ ବିଶେଷଜ୍ଞଙ୍କ ମତ ଅନୁସାରେ, ଏଭଳି ଲୋଭନୀୟ ବିଜ୍ଞାପନଠାରୁ ଦୂରେଇ ରହିବା ଜରୁରୀ ।
Related Topics
Explore more stories