Bhubaneswar Crime / ରାଜଧାନୀରେ ପୁଣି ହତ୍ୟାକାଣ୍ଡ, ଶଳାକୁ ପଥରରେ ଛେଚି ମାରିଲା ଭିଣୋଇ
·1 hour ago·2 min read

Key Points
ଭୁବନେଶ୍ବରରେ ଗଡ଼ିଲା ଆଉ ଏକ ମୁଣ୍ଡ
ଶଳାର ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲା ଭିଣୋଇ
ସହିଦନଗର ଥାନା ତାରିଣୀ ବସ୍ତିରେ ହତ୍ୟାକାଣ୍ଡ
ଶଳାର ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲା ଭିଣୋଇ
ସହିଦନଗର ଥାନା ତାରିଣୀ ବସ୍ତିରେ ହତ୍ୟାକାଣ୍ଡ
ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ୱର । ଲକ୍ଷ୍ମୀସାଗର ପରେ ପୁଣି ସହିଦନଗରରେ ଘଟିଛି ଏକ ହତ୍ୟାକାଣ୍ଡ । ସାମାନ୍ୟ ପାରିବାରିକ କଳହରୁ ଘଟିଛି ହତ୍ୟାକାଣ୍ଡ । ନିଜ ଶଳାର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି ଭିଣୋଇ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ସହିଦନଗର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ।
ସୂଚନା ଅନୁଯାୟୀ, ମୃତକଙ୍କ ନାମ ପଠାଣି ହୋଇଥିବା ବେଳେ ଅଭିଯୁକ୍ତ ଭିଣୋଇଙ୍କ ନାମ ସୁରେଶ ସିଂ । ପାରିବାରିକ କଳହକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ଗଣ୍ଡଗୋଳ ଉଗ୍ରରୂପ ନେବା ପରେ ଉତ୍ତ୍ୟକ୍ତ ହୋଇ ସୁରେଶ ଏକ ପଥରରେ ପଠାଣିଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ହତ୍ୟା ପରେ ଅଭିଯୁକ୍ତ ମୃତଦେହକୁ ଘରୁ ଘୋଷାଡ଼ି ଘୋଷାଡ଼ି ନେଇ ରେଳ ଲାଇନ୍ କଡ଼ରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି । ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଖବର ପାଇ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଏବଂ ଘଟଣାର ଅନ୍ୟାନ୍ୟ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।
ସେପଟେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ଅଞ୍ଚଳରେ ଘଟିଛି ଏକ ଭୟାନକ ଗୁଳିକାଣ୍ଡ । ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଜଣେ ଯୁବକଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରାତି ପ୍ରାୟ ୩ଟା ସମୟରେ ବମିଖାଲସ୍ଥିତ ସରକାରୀ ବନ୍ଧୁକ ଦୋକାନ ସମ୍ମୁଖରେ ଏହି ଘଟଣା ଘଟିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁଯାୟୀ, ମୃତ ଯୁବକ ହଳଦୀପଡ଼ିଆ ଅଞ୍ଚଳର ବାସିନ୍ଦା । ସେ ନିଜର ୪ ଜଣ ସାଙ୍ଗଙ୍କ ସହ ରସୁଲଗଡ଼ ପେଟ୍ରୋଲ ପମ୍ପକୁ ଯାଉଥିବା ସମୟରେ ବମିଖାଲ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ପୂର୍ବରୁ ଯୋଜନାବଦ୍ଧ ଭାବେ ଛକି ରହିଥିବା ଦୁର୍ବୃତ୍ତମାନେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଯୁବକଙ୍କ ମୁଣ୍ଡକୁ ଅତି ନିକଟରୁ ଗୁଳି କରାଯାଇଥିବାରୁ ସେ ଗୁରୁତର ହୋଇପଡ଼ିଥିଲେ ।
ଘଟଣା ପରେ ପୋଲିସ ତୁରନ୍ତ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା । ତେବେ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ ।

Related Topics
Explore more stories