Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime In Odisha / ଚାକିରି ଲୋଭ ଦେଖାଇ ରାଜଧାନୀର ହୋଟେଲକୁ ଡାକୁଛନ୍ତି ଦଲାଲ, ଦେହ ବ୍ୟବସାୟରେ କରାଉଛନ୍ତି ଲିପ୍ତ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଚାକିରି ଲୋଭ ଦେଖାଇ ରାଜଧାନୀର ହୋଟେଲକୁ ଡାକୁଛନ୍ତି ଦଲାଲ, ଦେହ ବ୍ୟବସାୟରେ କରାଉଛନ୍ତି ଲିପ୍ତ

Key Points

ଚାକିରି ଦେବା ନାଁରେ ଡାକୁଛନ୍ତି ଦଲାଲ, ଦେହ ବ୍ୟବସାୟରେ ଲଗାଉଛନ୍ତି । ୟୁନିଟ-୪ରେ ଥିବା ଏକ ହୋଟେଲରୁ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ଏ ଘଟଣା ସାମ୍ନାକୁ ଆସିଛି ।

ଭୁବନେଶ୍ଵର: ରାଜଧାନୀରେ ସେକ୍ସ ରାକେଟର ନୂଆ ତରିକା । ଚାକିରି ଦେବା ନାଁରେ ଡାକୁଛନ୍ତି ଦଲାଲ, ଦେହ ବ୍ୟବସାୟରେ ଲଗାଉଛନ୍ତି । ୟୁନିଟ-୪ରେ ଥିବା ଏକ ହୋଟେଲରୁ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ଏ ଘଟଣା ସାମ୍ନାକୁ ଆସିଛି । ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ ସହ ଦଲାଲକୁ ବାନ୍ଧି କୋର୍ଟ ଚାଲାଣ କରିଛି ଖାରବେଳ ନଗର ଥାନା ପୋଲିସ ।

ଜବ୍ ଅଫର୍ ନାଁରେ ନାବାଳିକାଙ୍କୁ ଫସାଉଛନ୍ତି ଦଲାଲ । ଇଣ୍ଟରଭ୍ୟୁ ନାଁରେ ପ୍ରଥମେ ହୋଟେଲ ରୁମକୁ ଡାକୁଛନ୍ତି । ଆଉ ଡରାଇ ଧମକାଇ ଜୋର ଜବରଦସ୍ତ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଉଛନ୍ତି । ସେକ୍ସ ରାକେଟ ଦଲାଲଙ୍କ କାରନାମାର ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ ।

ଏଥିସହ ପଢ଼ନ୍ତୁ: କଲେଜ ଲ୍ୟାବ୍‌ରୁ ରୁମ୍‌ ନମ୍ବର ୧୩କୁ ଆସୁଥିଲା ବିସ୍ଫୋରକ !

ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରୁ ପୁଣି ଜଣେ ନାବାଳିକା ଉଦ୍ଧାର ପରେ ପୋଲିସ ସକ୍ରିୟ ହୋଇଛି । ନାବାଳିକାଙ୍କୁ ଏକ ହୋଟେଲକୁ ଡାକି ଦେହ ବ୍ୟବସାୟରେ ନିୟୋଜିତ କରିବାକୁ ଦଲାଲ ଯୋଜନା କରିଥିଲା । ଜଣେ ଗ୍ରାହକ ବି ହୋଟେଲ ରୁମକୁ ଆସି ନାବାଳିକାଙ୍କୁ ଅସଦାଚରଣ କରିଥିଲା । ନାବାଳିକା ଜଣଙ୍କ ନିଜର ସାଙ୍ଗକୁ ଜଣାଇବା ପରେ ପୋଲିସ ହୋଟେଲରେ ଅତର୍କିତ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି ।

ଉଦ୍ଧାର ନାବାଳିକାଙ୍କ ଘର ଢେଙ୍କାନାଳ କଙ୍କଡାହାଡ଼ ଅଞ୍ଚଳରେ । ୭ରୁ ୮ମାସ ହେବ କଟକରେ ଚାକିରି କରୁଥିଲେ । ସେଠାରୁ ଆସି ବରମୁଣ୍ଡାରେ ଅଞ୍ଚଳରେ ରହୁଥିବା ସମ୍ପର୍କୀୟ ଦାଦା ଘରେ ରହି ଚାକିରି ଖୋଜୁଥିଲେ । ୟୁନିଟ୍‌-୩ ମସଜିଦ୍‌ କଲୋନିର ମହେନ୍ଦ୍ର ପାତ୍ରଙ୍କ ସହ ପରିଚିତ ହୋଇଥିଲେ । ପରେ ନାବାଳିକାଙ୍କୁ ଚାକିରିର ପ୍ରତିଶ୍ରୁତି ଦେଇଥିଲେ ମହେନ୍ଦ୍ର ।

ଏଥିସହ ପଢ଼ନ୍ତୁ: ଟ୍ରାଫିକ ସମସ୍ୟା ଦୂର ପାଇଁ ଭୁବନେଶ୍ଵରରେ ୨୦ଟି ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା

ବୁଧବାର ନାବାଳିକାଙ୍କୁ ଆଣି ୟୁନିଟ୍‌-୪ ଅଞ୍ଚଳରେ ଥିବା ଏକ ହୋଟେଲ୍‌ରେ ରଖିଥିଲା ଦଲାଲ । ରାତି ପ୍ରାୟ ୯ଟା ସମୟରେ ମହେନ୍ଦ୍ର ଜଣେ ବ୍ୟକ୍ତିଙ୍କୁ ହୋଟେଲ୍‌କୁ ଆଣିଥିଲା । ଉକ୍ତ ବ୍ୟକ୍ତି ସହ ଅନୈତିକ ସମ୍ପର୍କ ରଖିବାକୁ ନାବାଳିକାଙ୍କୁ ଚାପ ପକାଇଥିଲା । ଏହି ସମୟରେ ପୋଲିସ ରେଡ୍ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଦଲାଲ ମହେନ୍ଦ୍ରକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ।


ଦୀପାବଳି ସମୟରେ ଲକ୍ଷ୍ମୀ ସାଗର ଅଞ୍ଚଳରୁ ସେକ୍ସ ରାକେଟ ଧରାପଡ଼ିବା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । କିଛି ଦିନ ପରେ ପୁଣି ରାଜଧାନୀର ୟୁନିଟ-୩ ଅଞ୍ଚଳରୁ ଏଭଳି ଘଟଣା କମିଶନରେଟ ପୋଲିସର ଚିନ୍ତା ବଢ଼ାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bhubaneswar Sex Racket: Minor Girl Trapped with Job Offer, Rescued from City Hotel | Argus News | Argus News