Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

New Roads / ଟ୍ରାଫିକ ସମସ୍ୟା ଦୂର ପାଇଁ ଭୁବନେଶ୍ଵରରେ ୨୦ଟି ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଟ୍ରାଫିକ ସମସ୍ୟା ଦୂର ପାଇଁ ଭୁବନେଶ୍ଵରରେ ୨୦ଟି ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା

Key Points

ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ରାଜଧାନୀ ଭୁବନେଶ୍ଵରରେ ନିର୍ମାଣ ହେବ ନୂଆ କରି ୧୮ରୁ ୨୦ଟି ରାସ୍ତା । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।

ଭୁବନେଶ୍ଵର: ଭିଡ଼ରୁ ମିଳିବ ମୁକ୍ତି । ଆଉ ଟ୍ରାଫିକ୍‌ରେ ଛିଡ଼ା ହେବାକୁ ପଡ଼ିବନି । ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ରାଜଧାନୀ ଭୁବନେଶ୍ଵରରେ ନିର୍ମାଣ ହେବ ନୂଆ କରି ୧୮ରୁ ୨୦ଟି ରାସ୍ତା । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।

ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, "ରାସ୍ତା ମରାମତି ପଲିସି ପ୍ରସ୍ତୁତ କରାଯାଇଛି । ଭୁବନେଶ୍ଵରର ବର୍ଦ୍ଧିତ ଟ୍ରାଫିକ୍ ଦୃଷ୍ଟିରୁ ନିଆଯାଇଥିବା ପ୍ରକଳ୍ପର ସମୀକ୍ଷା କରାଯାଇଛି । କେଉଁ ପ୍ରକଳ୍ପ କେଉଁଠି ଅଟକିଛି ସେନେଇ ଆଲୋଚନା ହୋଇଛି । ପ୍ରକଳ୍ପ ଶୀଘ୍ର ସାରିବାକୁ ନିଷ୍ପତ୍ତି ନିଆଯାଇଛି ।"

ଏଥିସହ ପଢ଼ନ୍ତୁ: ବରଗଡ଼ରୁ ଆରମ୍ଭ ହେବ ଖରିଫ ଧାନ କିଣା, ୨୦ ହଜାର ୫୦୦ କୋଟି କୃଷି ଋଣ ନେଇଛନ୍ତି ଚାଷୀ

ମନ୍ତ୍ରୀ କହିଛନ୍ତି, "ଭିଡ଼କୁ ଲକ୍ଷ୍ୟରେ ରଖି ଜୟଦେବ ବିହାର-ନନ୍ଦନକାନନରୁ ଆରମ୍ଭ କରି ଦୁଇ ପାର୍ଶ୍ଵ ରାସ୍ତା ସହ କଟକୁ ଯୋଡ଼ୁଥିବା ରାସ୍ତା, ଏମ୍ସକୁ ଯୋଡ଼ୁଥିବା ଖଣ୍ଡଗିରି-ଜାଗମରା ରାସ୍ତାରେ ଏଲିଭିଟେଡ୍ କରିଡର କରାଯିବ । କଳ୍ପନାରେ ହେବ ଏଲିଭିଟେଡ୍ କରିଡର । ଭୁବନେଶ୍ଵରରେ ୧୮ରୁ ୨୦ଟି ନୂଆ ରାସ୍ତା ନିର୍ମାଣ କରାଯିବ ।"


ଭୁବନେଶ୍ଵର ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ । ତିଆରି ହେବ ୨ ଥାକିଆ ରାସ୍ତା । ମାଟି ତଳେ ଓ ମାଟି ଉପରେ ଦୁଇ ଥାକିଅ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଏଲିଭେଟେଡ୍ କରିଡର୍ ପାଇଁ ଯୋଜନା କରିଛି ପୂର୍ତ୍ତ ବିଭାଗ । ଏନେଇ ପ୍ରାରମ୍ଭିକ ଡିପିଆର୍ ପ୍ରସ୍ତୁତ ହୋଇଥିବା ବେଳେ ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ପୁରୀର ବିଭିନ୍ନ ରାସ୍ତା ସହ ଅନ୍ୟ ପ୍ରକଳ୍ପ କାର୍ଯ୍ୟ ତ୍ଵରାନ୍ଵିତ ପାଇଁ ଆଲୋଚନା କରାଯାଇଛି ।

ଏଥିସହ ପଢ଼ନ୍ତୁ: କାଲି ଆସିବ ନୂଆପଡ଼ା ଉପନିର୍ବାଚନ ଜନାଦେଶ; ସକାଳ ୮ରୁ ୧୪ଟି ଟେବୁଲ୍‌ରେ ଭୋଟ୍ ଗଣତି

ପୂର୍ତ୍ତ ବିଭାଗର ସମସ୍ତ କାର୍ଯ୍ୟ ପେପରଲେସ୍ ହେବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ । କାଗଜପତ୍ରରେ ଆଉ କାମ ହେବ ନାହିଁ । ଏଥିପାଇଁ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍ସନ୍ କର୍ପୋରେସନ୍‌ର ସମସ୍ତ କାର୍ଯ୍ୟ ଅନଲାଇନ୍ ମାଧ୍ୟମରେ ହେବ । କୌଣସି କାଗଜ ଫାଇଲ୍ ବ୍ୟବହାର କରାଯିବ ନାହିଁ । ନିଷ୍ପତ୍ତି ହୋଇଛି, ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଡିଭିଜନ ପର୍ଯ୍ୟନ୍ତ ଯାହା ବି ଫାଇଲ୍ ଯିବ ଅନଲାଇନ୍ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
20 New Roads Planned in Bhubaneswar to Ease Traffic Congestion | Argus News | Argus News