Bhubaneswar Sword Attack / ଭୁବନେଶ୍ବରରେ ବୁଲିଲା ଖଣ୍ଡା, ୨ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ
·6 months ago·1 min read

Key Points
ଭୁବନେଶ୍ବର ଖାରବେଳନଗର ଥାନା ବିଗ୍ବଜାର ପାଖରେ ବୁଲିଲା ଖଣ୍ଡା
ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କର ଭୋଜି ବେଳେ ବଚସାରୁ ଆକ୍ରମଣ
ଜଣେ ଯୁବକଙ୍କର ଖଣ୍ଡା ଚୋଟରେ ୨ ଜଣ ଯୁବକ ଆହତ
ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କର ଭୋଜି ବେଳେ ବଚସାରୁ ଆକ୍ରମଣ
ଜଣେ ଯୁବକଙ୍କର ଖଣ୍ଡା ଚୋଟରେ ୨ ଜଣ ଯୁବକ ଆହତ
ନୂଆ ବର୍ଷ ପୂର୍ବରୁ ରକ୍ତ ରଞ୍ଜିତ ହେଲା ରାଜଧାନୀ । ଭୋଜି ବେଳେ ସାମାନ୍ୟ ବଚସାରୁ ମହାଭାରତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ହଣାକଟା । ରାଜଧାନୀରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ । ହାତରେ ଖଣ୍ଡା ଦୀର୍ଘ ଘଣ୍ଟାଏ ଧରି ଆତଙ୍କ ରଚିଲା ଦୁର୍ବୁତ୍ତ । କେହି କିଛି ବୁଝିବା ପୂର୍ବରୁ ଖଣ୍ଡା ଧରି ଗୋଡ଼େଇ ଗୋଡ଼େଇ ହାଣିଲେ । ଏମିତିକି ଏକ ଘଟଣା ଦେଖିବାକୁ ମିଳିଛି ଖାରବେଳ ନଗର ଥାନା ମଦର ଟେରେସା ମାର୍ଗରେ ।
ଏକ ଘରୋଇ ସଂସ୍ଥାର କର୍ମଚାରୀ ଭୋଜି କରୁଥିବା ବେଳେ ପ୍ରଥମେ ବଚସା ଓ ପରେ ହାତାହାତି ହୋଇଥିଲେ । ଆଉ ଏହା ପରେ କେହି କିଛି ବୁଝିବା ଆଗରୁ ଆଦିତ୍ୟ ପ୍ରଧାନ ନାମକ ଜଣେ ଯୁବକ ଖଣ୍ଡାରେ ହାଣି ପକେଇଲେ । ଆକ୍ରମଣରେ ରମେଶ ସେଠୀ ଓ ଅମର ନାମକ ଦୁଇ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ୨ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
ଅଧିକ ପଢ଼ନ୍ତୁ: ହୋଟେଲ ରୁମରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ମଡର ମିଷ୍ଟ୍ରିରେ ଥାଇପାରେ ଯୁବତୀଙ୍କ ଲିଙ୍କ୍
ଏକ ଘରୋଇ ସଂସ୍ଥାର କର୍ମଚାରୀ ଭୋଜି କରୁଥିବା ବେଳେ ପ୍ରଥମେ ବଚସା ଓ ପରେ ହାତାହାତି ହୋଇଥିଲେ । ଆଉ ଏହା ପରେ କେହି କିଛି ବୁଝିବା ଆଗରୁ ଆଦିତ୍ୟ ପ୍ରଧାନ ନାମକ ଜଣେ ଯୁବକ ଖଣ୍ଡାରେ ହାଣି ପକେଇଲେ । ଆକ୍ରମଣରେ ରମେଶ ସେଠୀ ଓ ଅମର ନାମକ ଦୁଇ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ୨ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories