|
logo
Live

Argus News - ଏକୁଟିଆପଣ ହେଲା କାଳ; ନିଜ ହାତରେ କାଟିଦେଲା ସ୍ତ୍ରୀ ତଣ୍ଟି

Crime

Crime In Odisha / ଏକୁଟିଆପଣ ହେଲା କାଳ; ନିଜ ହାତରେ କାଟିଦେଲା ସ୍ତ୍ରୀ ତଣ୍ଟି

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଏକୁଟିଆପଣ ହେଲା କାଳ; ନିଜ ହାତରେ କାଟିଦେଲା ସ୍ତ୍ରୀ ତଣ୍ଟି
Wife Murder Case in Bhubaneswar

Key Points

  • କାହିଁକି ପବିତ୍ର ସମ୍ପର୍କରେ ଲାଗିଲା ରକ୍ତର ଛିଟା ?
  • ଅବସର ପରେ ଅବସାଦ, ମନରେ ଭରୁଛି କି ଅପରାଧ ଭାବନା ?
  • ଏକୁଟିଆପଣ ବଢ଼ାଉଛି କି ଅପରାଧ ପ୍ରବଣତା ?
ଭୁବନେଶ୍ଵର: ମାଡ଼ି ବସୁଥିଲା ଏକଲା ପଣ । ଘର ଭିତରେ ଗୁମ୍ ସୁମ୍ ରହୁଥିଲେ । ଜୀବନ ଧୂଆଁଳିଆ ଲାଗୁଥିଲା । ଭାରାକ୍ରାନ୍ତ ଲାଗୁଥିଲା ମନ । ଅବସାଦର ଭାର ଏତେ ଅଧିକ ହେଲା ଯେ ଭଲ ମଣିଷଟା ସୈତାନ ପାଲଟିଗଲା । ନିଜ ହାତରେ କାଟି ଦେଲା ସ୍ତ୍ରୀର ତଣ୍ଟି । ଆଉ ଝିଅକୁ କରିଦେଲା ମାଆ ଛେଉଣ୍ଡ । ରାଜଧାନୀ ଉପକଣ୍ଠ ସ୍ୱସ୍ତିକ ନଗର ଅଞ୍ଚଳରେ ସ୍ତ୍ରୀର ତଣ୍ଟି କାଟି ହତ୍ୟାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ଯେଉଁ ଘରେ ସବୁଦିନ କୋଳାହଳ ଶୁଭୁଥିଲା, ଏବେ ସେ ଘର ନିସ୍ତବ୍ଧ । ଉଜୁଡି ଯାଇଛି ସଂସାର । ବେସାହାରା ହୋଇପଡ଼ିଛି ଏକମାତ୍ର ଝିଅ । କ'ଣ ଏମିତି ଘଟିଲା ଯେ ପରିବା କଟା ଛୁରୀରେ ସ୍ତ୍ରୀ ପ୍ରିୟମ୍ବଦାଙ୍କ ତଣ୍ଟି କାଟି ହତ୍ୟା କଲେ ସ୍ଵାମୀ ଦେବରାଜ । ରୋଗାକ୍ରାନ୍ତ ହେତୁ ମାନସିକ ଚାପ ନା ଆଉ କିଛି କାରଣ ସେନେଇ ଅଧିକ ଖୋଳତାଡ଼ କରୁଛି ଏୟାରଫିଲ୍ଡ ଥାନା ପୋଲିସ ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସୈତାନ ସ୍ୱାମୀ

ଏୟାରଫିଲଡ଼ ଥାନା ସ୍ୱସ୍ତିକ ନଗର ହତ୍ୟାକାଣ୍ଡ ମାମଲାରେ ପୋଲିସ ଅଭିଯୁକ୍ତ ଦେବରାଜଙ୍କୁ ଗିରଫ କରିଛି । ସ୍ତ୍ରୀକୁ ଏକାଧିକ ଥର ଛୁରୀ ଭୁସି ହତ୍ୟା କରିଥିବା ଦେବରାଜ ଷଡ଼ଙ୍ଗୀ ବୟାନ ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି । ଅବସର ପ୍ରାପ୍ତ ଏଜି ଅଫିସର ଦେବରାଜ ଏତେ ବଡ଼ ଚରମ ନିଷ୍ପତ୍ତି କାହିଁକି ନେଲେ ?

ସୂଚନା ଅନୁସାରେ, ଅବସର ପରେ ଏକୁଟିଆ ହୋଇ ଯାଉଥିଲେ ଦେବରାଜ । ୪ ବର୍ଷ ପୂର୍ବରୁ ଝିଅ ବାହାଘର ପରଠୁ ନା କାହା ସାଙ୍ଗରେ ମିଳାମିଶା କରୁଥିଲେ ନା କୌଣସି କର୍ମ ସଂସ୍ଥାରେ ନିୟୋଜିତ ଥିଲେ । ଦିନକୁ ଦିନ ରୋଗ ମାଡ଼ି ବସିବା ସହ ମାନସିକ ଦୁଃଶ୍ଚିନ୍ତାରେ ଘାଣ୍ଟି ହେଉଥିଲେ ଦେବରାଜ ।

ପ୍ରତ୍ୟକ ଦିନ ତାଙ୍କୁ ଲାଗୁଥିଲା ଜୀବନ କଣ୍ଟକିତ, ଦୁନିଆ ଭାରକ୍ରାନ୍ତ । ଏହାରି ଭିତରେ କିନ୍ତୁ ଘରଟିଏ କରି ସୁଖରେ ରହିବା ପାଇଁ ଚେଷ୍ଟା କରିଥିଲେ । ନୂଆ କରି ଘର ମଧ୍ୟ କରିଥିଲେ କିନ୍ତୁ ଏକୁଟିଆ ପଣରୁ ସେ ବାହାରି ପାରି ନଥିଲେ । ଶେଷରେ ସେ ଏବେ ସାଜିଛନ୍ତି ନିଜ ସ୍ତ୍ରୀର ହତ୍ୟାକାରୀ । ଗିରଫ ପରେ ଏବେ ଜେଲର ଚାରି କାନ୍ଥ ଭିତରେ କାଟିବାକୁ ପଡ଼ିବ ଦିନ ।

ଏଥିସହ ପଢ଼ନ୍ତୁ: ବିବାହ ମଣ୍ଡପରେ ପୋଲିସ... ପଡ଼ିପାରିଲାନି ହାତଗଣ୍ଠି

ହସଖୁସିର ସଂସାରରେ କ'ଣ ଏମିତି ଘଟିଲା ? ପରିବା କଟା ଛୁରୀରେ ପ୍ରିୟମ୍ବଦାଙ୍କ ତଣ୍ଟି କାଟି କାହିଁକି ହତ୍ୟା କଲେ ଦେବରାଜ ? ରୋଗାକ୍ରାନ୍ତ ହେତୁ ମାନସିକ ଚାପ ନା ଆଉ କିଛି କାରଣ ସେନେଇ ଅଧିକ ଖୋଳତାଡ଼ କରୁଛି ଏୟାରଫିଲ୍ଡ ଥାନା ପୋଲିସ ।

ଆଶ୍ଚର୍ଯ୍ୟର କଥା ହେଉଛି, ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ ଦେବରାଜ ନିଜେ ଥାନାରେ ପହଞ୍ଚି ନିଜ ପାପ ସ୍ୱୀକାର କରିଥିଲେ । ଯାହା ପରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ରକ୍ତ ଭିଜା ଛୁରୀ ଓ ରକ୍ତ ନମୁନା ସଂଗ୍ରହ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crime In Odisha: ଏକୁଟିଆପଣ ହେଲା କାଳ; ନିଜ ହାତରେ କାଟିଦେଲା ସ୍ତ୍ରୀ ତଣ୍ଟି | Argus News