Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Murder Mystery / ବାହା ହୋଇଥିବା ନେଇ ଲୁଚାଇଥିଲା ଦୀପକ, ଜାଣିବାରୁ ଭୁବନେଶ୍ଵରରେ ହତ୍ୟା ପରେ କେନ୍ଦୁଝରରେ ପୋତିଦେଲା

Sushanta Sahoo
Browse all articles by Sushanta Sahoo
·10 months ago·2 min read
ବାହା ହୋଇଥିବା ନେଇ ଲୁଚାଇଥିଲା ଦୀପକ, ଜାଣିବାରୁ ଭୁବନେଶ୍ଵରରେ ହତ୍ୟା ପରେ କେନ୍ଦୁଝରରେ ପୋତିଦେଲା

Key Points

ପୂର୍ବରୁ ବିବାହ କରିଥିବା ଦୀପକ ୨୦୨୪ ଜୁଲାଇରେ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲା । ଆଉ ମନ ଦେଇ ବସିଥିବା ଶୁଭମିତ୍ରା, ଦୀପକକୁ ଭରସା କରି ସଞ୍ଚିତ ଅର୍ଥ ବି ଦେଇ ଦେଇଥିଲେ । ଆଉ ପ୍ରତାରକ ଦୀପକ, ଶୁଭମିତ୍ରାଙ୍କ ବିଶ୍ଵାସରେ ବିଷ ଦେଇ ମାରିବା ପରେ ପୋତି ଦେଲା ।

ଭୁବନେଶ୍ଵର: ପ୍ରେମରେ ଭରି ରହିଥିଲା ପ୍ରତାରଣା । ଲୋଭ ଥିଲା ଖାଲି ଟଙ୍କାରେ । ବିବାହିତ ହୋଇ ବି ରଖିଥିଲା ସମ୍ପର୍କ । ଟଙ୍କା ନେଇ ମେଣ୍ଟାଉଥିଲା ସଉକ । ଆଉ ଯେତେବେଳେ ଶୁଭମିତ୍ରା ସବୁ ସତ ଜାଣିଲା, ସେତେବେଳେ ଦୀପକ ପାଲଟିଗଲା ପିଶାଚ । ରାଜଧାନୀ ଭୁବନେଶ୍ଵରରେ କାର୍ ଭିତରେ ତଣ୍ଟି ଚିପି ମାରିବା ପରେ ନେଇ ଯାଇଥିଲା କେନ୍ଦୁଝର । ଆଉ ସେଠି ଅଖାରେ ଶୁଭମିତ୍ରାଙ୍କ ମରଶରୀରକୁ ବାନ୍ଧି ମାଉସୀ ପୁଅ ସହାୟତାରେ ଜଙ୍ଗଲରେ ପୋତି ଦେଇଥିଲା । ମାମଲାରେ ପୋଲିସ ଅଭିଯୁକ୍ତ ଦୀପକ ସହ ଆଉ ୨ ଜଣଙ୍କୁ ଗିରଫ କରିଛି । ଘଟଗାଁର ଜଙ୍ଗଲରୁ ଜେସିବି ସହାୟତାରେ ମାଟି ଖୋଳି ବାହାର କରାଯାଇଛି ଶୁଭମିତ୍ରାର ମୃତଦେହ ।


ଅଭିଯୁକ୍ତ ଦୀପକ ରାଉତକୁ କ୍ରାଇମ୍ ସିନ୍‌ରିକ୍ରିଏସନ୍ ଲାଗି ପୋଲିସ କେନ୍ଦୁଝର ନେବା ସହ ହାତେଇଛି ନୂଆ ତଥ୍ୟ । ଜେସିବି ସହାୟତାରେ ମାଟି ଖୋଳି ଜଙ୍ଗଲରୁ ଉଦ୍ଧାର କରାଯାଇଛି ଶୁଭମିତ୍ରାର ମୃତଦେହ । ଭୁବନେଶ୍ଵରରେ ମାରିବା ପରେ ମାଉସୀ ପୁଅ ଓ ଅନ୍ଯ ଜଣଙ୍କ ସହାୟତାରେ ଦୀପକ ଶୁଭମିତ୍ରାଙ୍କ ମରଶରୀରକୁ ଅଖାରେ ବାନ୍ଧି ପୋତି ଦେଇଥିଲା । ଏବେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ନିଖୋଜର ୧୨ ଦିନ ପରେ ପୋଲିସ ହାତରେ ସବୁ ପ୍ରମାଣ ଲାଗିଥିବା ବେଳେ ୧୦ ଲକ୍ଷ ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି ।


ଏଥିସହ ପଢ଼ନ୍ତୁ: ନିଖୋଜ ମହିଳା କନେଷ୍ଟବଳଙ୍କୁ ହତ୍ୟା, ଜଙ୍ଗଲରେ ମାରି ଫିଙ୍ଗିଦେଲା ପ୍ରେମିକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, 'ଶୁଭମିତ୍ରା ନିଖୋଜ ଅଭିଯୋଗ ପରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷଥର ପାଇଁ ଶୁଭମିତ୍ରା, ଦୀପକଙ୍କ ସହ କଥା ହୋଇଥିବାରୁ ପୋଲିସ ତାଙ୍କ ଉପରେ ନଜର ରଖିଥିଲା । ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଦୀପକକୁ ଗିରଫ କରାଯାଇଛି । ଶୁଭମିତ୍ରାଙ୍କ ଠାରୁ ଦୀପକ ୧୦ ଲକ୍ଷ ଟଙ୍କା ନେଇଥିଲେ । ଆଉ ଧାର ଟଙ୍କା ଫେରାଇବାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଏହି ଝଗଡ଼ା ପରେ ହିଁ ଦୀପକ ରଚିଥିଲା ହତ୍ୟା ଷଡ଼ଯନ୍ତ୍ର ।' ଏହାଛଡ଼ା ଶୁଭମିତ୍ରାଙ୍କ ନାଁରେ ୧ କୋଟିର ଜୀବନ ବୀମା ଥିବାରୁ ଟଙ୍କା ହଡ଼ପ ପାଇଁ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ କରୁଛି ପୋଲିସ ।


ମାମଲାରେ ପୋଲିସ ଏବେ ଅଭିଯୁକ୍ତ ଦୀପକ ରାଉତ ସହ ତା'ର ମାଉସୀ ପୁଅ ବିନୋଧ ଭୂୟାଁଙ୍କ ସହ ତୃତୀୟ ଅଭିଯୁକ୍ତ ଜଟିଆ ମହାନ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଶୁଭମିତ୍ରାଙ୍କୁ ହତ୍ୟା ପରେ ଜଟିଆ ମହାନ୍ତଙ୍କ ଜମିରେ ମୃତଦେହକୁ ଦୀପକ ପୋତି ଦେଇଥିଲା । ଦୀପକ ମଧ୍ୟ ପୋଲିସି ବିଭାଗରେ କନଷ୍ଟେବଲ୍ ଥିବାରୁ ବେଶ ଚତୁରତାର ସହ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରିଥିଲା ।


କେହି ଯେଭଳି ଦୀପକକୁ ସନ୍ଦେହ ନ କରିବେ ସେଥିପାଇଁ ସେ ବଡ଼ ଯୋଜନା ବି କରିଥିଲା । ପୂର୍ବରୁ ବିବାହ କରିଥିବା ଦୀପକ ୨୦୨୪ ଜୁଲାଇରେ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲା । ଆଉ ମନ ଦେଇ ବସିଥିବା ଶୁଭମିତ୍ରା, ଦୀପକକୁ ଭରସା କରି ସଞ୍ଚିତ ଅର୍ଥ ବି ଦେଇ ଦେଇଥିଲେ । ଆଉ ପ୍ରତାରକ ଦୀପକ, ଶୁଭମିତ୍ରାଙ୍କ ବିଶ୍ଵାସରେ ବିଷ ଦେଇ ମାରିବା ପରେ ପୋତି ଦେଇଥିଲା ।

Related Topics

Explore more stories

Sponsored
Murder Mystery | Bhubaneswar: Lover Kills Woman for Money, Body Buried | Argus News | Argus News