Crime In Odisha / ବଣାଇରେ ବଡ଼ ଡକାୟତି; ଥାନାଠୁ ୫୦୦ ମିଟର ଦୂରରେ ବନ୍ଧୁକ ଦେଖାଇ ୩ ଘଣ୍ଟା ଧରି ଚୋରି କଲେ ଦୁର୍ବୃତ୍ତ
·8 months ago·2 min read

Key Points
ଥାନାଠୁ ମାତ୍ର ୫ ମିଟର ଦୂରରୁ ଲୁଟିନେଲେ କୋଟିଏରୁ ଅଧିକ ସମ୍ପତ୍ତି । ୩ ଘଣ୍ଟା ଧରି ନିର୍ଜନ ରାତିରେ ଲୁଟପାଟ୍ ଚାଲିଥିଲା । ଚାରିଜଣ ମୁଖାପିନ୍ଧା ସଶସ୍ତ୍ର ଡକାୟତ ପ୍ରଥମେ ଚାକରକୁ ମାଡ଼ ମାରି ଘରେ ପଶି ବନ୍ଧୁକ ମୁନରେ ସବୁକିଛି ଲୁଟି ନେଇଛନ୍ତି ।
ବଣାଇ (ସୁନ୍ଦରଗଡ଼): ରାତି ଅଧରେ ବଡ଼ ଧରଣର ଡକାୟତି । ଥାନାଠୁ ମାତ୍ର ୫ ମିଟର ଦୂରରୁ ଲୁଟିନେଲେ କୋଟିଏରୁ ଅଧିକ ସମ୍ପତ୍ତି । ୩ ଘଣ୍ଟା ଧରି ନିର୍ଜନ ରାତିରେ ଲୁଟପାଟ୍ ଚାଲିଥିଲା । ଚାରିଜଣ ମୁଖାପିନ୍ଧା ସଶସ୍ତ୍ର ଡକାୟତ ପ୍ରଥମେ ଚାକରକୁ ମାଡ଼ ମାରି ଘରେ ପଶି ବନ୍ଧୁକ ମୁନରେ ସବୁକିଛି ଲୁଟି ନେଇଛନ୍ତି । ଭୋର୍ରୁ ଖବର ପାଇ ଛାନଭିନ୍ ଆରମ୍ଭ କରିଛି ବଣାଇ ପୋଲିସ ।
ସୂଚନା ଅନୁସାରେ, ରାତି ପ୍ରାୟ ୧୨ଟା ସମୟରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସିଥିଲେ । ସେମାନଙ୍କ ହାତରେ ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଥିଲା । ବଣାଇ ସହରରେ ଥିବା ରଶ୍ମି ଇଲେକ୍ଟ୍ରିକାଲ୍ ମାଲିକଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ । ପ୍ରଥମେ ଦୋକାନରେ କାମ କରୁଥିବା ଯୁବକଙ୍କୁ ଡକାୟତ ମାଡ଼ ମାରିବା ସହ ବାନ୍ଧି ଦେଇଥିଲେ । ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ମାଲିକାଣିଙ୍କୁ କବାଟ ଖୋଲିବାକୁ କହିବା ଲାଗି ଚାପ ପକାଇଥିଲେ ।
ଏଥିସହ ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଭେଟି; ଉପକୃତ ହେବେ ୨୨ ଜିଲ୍ଲାର ୯ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳୀ
ଜୀବନ ବିକଳରେ ଯୁବକ ଜଣଙ୍କ ମାଲାକାଣିଙ୍କୁ ଫୋନ୍ କରି ପେଟ କାଟୁଥିବା କହି ଔଷଧ ମାଗିଥିଲା । ମାଲାକାଣି ଓ ତାଙ୍କ ଝିଅ ଔଷଧ ଆଣି କବାଟ ଖୋଲିବା ମାତ୍ରେ ଘର ଭିତରକୁ ଧସେଇ ପଶିଥିଲେ ସଶସ୍ତ୍ର ଡକାୟତ । ମାଆଝିଅଙ୍କୁ ବନ୍ଧୁକ ଦେଖାଇ ଡରାଇବା ସହ ସବୁ ଚାବି ମାଗିଥିଲେ । ଚାବି ନଦେଲେ ଝିଅକୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଇଥିଲେ ।
ଫଳରେ ବାଧ୍ୟ ହୋଇ ଚାବି ଦେଇ ଦେଇଥିଲେ ଘର ଲୋକ । ମାଆଝିଅଙ୍କୁ ଡକାୟତି ବାନ୍ଧି ଦେବା ସହ ଚାବି ନେଇ ଘରୁ ସମସ୍ତ ସୁନା ଅଳଙ୍କାର, ନଗଦ ୨୫ ଲକ୍ଷ ଟଙ୍କା ଏଭଳି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି । ବିଳମ୍ବିତ ରାତିରେ ପ୍ରାୟ ୩ ଘଣ୍ଟା ଧରି ଦୁର୍ବୃତ୍ତ ଘରୁ ଲୁଟ୍ କରି ପଳାଇଥିଲେ ।
ଏଥିସହ ପଢ଼ନ୍ତୁ: ରାଡାରରେ ଦେଖାଗଲା ବାତ୍ୟା 'ମୋନ୍ଥା'ର ବାହ୍ୟବଳୟ; ଉପକୂଳରେ ତୀବ୍ର ବୃଷ୍ଟିପାତ ସହ ଝଟ୍କା ପବନ
ଭୋର୍ରେ ଘର ଲୋକ ଚୋରି ନେଇ ବଣାଇ ଥାନା ପୋଲିସକୁ ଖବର ଦେବା ପରେ ପହଞ୍ଚିଥିଲା ପୋଲିସ । ବଣାଇ ପୋଲିସର ଏକ ଟିମ୍ ଡକାୟତି ଘଟଣାର ତଦନ୍ତ ଆରମ୍ଭ କରିଛି । ବଣାଇରେ ପୂର୍ବରୁ ଏତେ ବଡ଼ଧରଣର ଡକାୟତି କେବେ ହୋଇ ନଥିବା ବେଳେ ଏବେ ହୋଇଥିବା ଲୁଟ୍ ପଛରେ ସୁଚିନ୍ତିତ ଯୋଜନା କରାଯାଇଥିବା ସନ୍ଦେହ କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: