Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାଡାରରେ ଦେଖାଗଲା ବାତ୍ୟା 'ମୋନ୍ଥା'ର ବାହ୍ୟବଳୟ; ଉପକୂଳରେ ତୀବ୍ର ବୃଷ୍ଟିପାତ ସହ ଝଟ୍‌କା ପବନ

Odisha

Cyclone Montha / ରାଡାରରେ ଦେଖାଗଲା ବାତ୍ୟା 'ମୋନ୍ଥା'ର ବାହ୍ୟବଳୟ; ଉପକୂଳରେ ତୀବ୍ର ବୃଷ୍ଟିପାତ ସହ ଝଟ୍‌କା ପବନ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ରାଡାରରେ ଦେଖାଗଲା ବାତ୍ୟା 'ମୋନ୍ଥା'ର ବାହ୍ୟବଳୟ; ଉପକୂଳରେ ତୀବ୍ର ବୃଷ୍ଟିପାତ ସହ ଝଟ୍‌କା ପବନ

Key Points

ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ 'ମୋନ୍ଥା' ମୁହାଁଉଛି । ସେପଟେ ବିଶାଖାପାଟଣମ ଏବଂ ମଛିଲପାଟଣମ ରାଡାରରେ ବାତ୍ୟା 'ମୋନ୍ଥା'ର ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ଦେଖିବାକୁ ମିଳିଛି ।

ଭୁବନେଶ୍ଵର: ଦକ୍ଷିଣପଶ୍ଚିମ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ମୋନ୍ଥା' ଆଗକୁ ଅଗ୍ରସର ହେଉଛି । ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ 'ମୋନ୍ଥା' ମୁହାଁଉଛି । ସେପଟେ ବିଶାଖାପାଟଣମ ଏବଂ ମଛିଲପାଟଣମ ରାଡାରରେ ବାତ୍ୟା 'ମୋନ୍ଥା'ର ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ଦେଖିବାକୁ ମିଳିଛି ।


ରାଡାରରୁ ମିଳୁଥିବା ତଥ୍ୟ ଅନୁଯାୟୀ, ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ ତୀବ୍ର ବୃଷ୍ଟିପାତ ସହ ଝଟ୍‌କା ପବନର ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ରହିଛି । ଏବେ ସାମୁଦ୍ରିକ ଝଡ଼ 'ମୋନ୍ଥା' ଚେନ୍ନାଇ ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୫୬୦ କିଲୋମିଟର, କାକିନଡ଼ା ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୬୨୦ କିଲୋମିଟର ଏବଂ ଗୋପାଳପୁର ଠାରୁ ଦକ୍ଷିଣରେ ୭୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।

ଏଥିସହ ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶ ମୁହାଁ ମୋନ୍ଥା, ୧୩ କିଲୋମିଟର ବେଗରେ ଗତି କରୁଛି ବାତ୍ୟା

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା 'ମୋନ୍ଥା' କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗାମୀ ୧୫ ଘଣ୍ଟା ଗତି କରିବ । ଏହାପରେ ବାତ୍ୟା ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇ ଉତ୍ତର-ଉତ୍ତରପଶ୍ଚିମକୁ ଗତି କରି ୨୮ ସକାଳେ ଭୀଷଣ ବାତ୍ୟାରେ ପରିଣତ ହେବ ।

'ମୋନ୍ଥା' ଭୀଷଣ ବାତ୍ୟାର ରୂପ ନେବା ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗକୁ ଅଗ୍ରସର ହୋଇ ଆନ୍ଧ୍ରପ୍ରଦେଶ ଉପକୂଳର ମଛଲିପାଟଣମ୍ ଓ କଳିଙ୍ଗପାଟଣମ୍ ମଧ୍ୟରେ କାକିନଡ଼ା ପାଖାପାଖି ୨୮ ସନ୍ଧ୍ୟା କିମ୍ବା ରାତିରେ ଉପକୂଳ ଅତିକ୍ରମ କରିବ । ସେହି ସମୟରେ ପବନର ସର୍ବାଧିକ ବେଗ ୯୦ରୁ ୧୦୦ କିଲୋମିଟର ଘଣ୍ଟାପ୍ରତି ରହିବ । ଘଣ୍ଟାକୁ ୧୧୦ କିଲୋମିଟର ବେଗରେ ଝଟ୍‌କା ପବନ ବହିପାରେ ।

ବାତ୍ୟାର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ଅଧିକ ରହିବ । ଆଜି ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏଥିସହ ପଢ଼ନ୍ତୁ: ଦକ୍ଷିଣ ଚୀନ୍ ସାଗରରେ ରହସ୍ୟମୟ ଦୁର୍ଘଟଣା; ଆମେରିକାର ହେଲିକପ୍ଟର ଓ ଯୁଦ୍ଧ ବିମାନକୁ କିଏ ଖସାଇଲା ?

୨୮ ତାରିଖରେ ଭୀଷଣ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଗଞ୍ଜାମକୁ ରେଡ୍ ଆଲର୍ଟ ରହିଛି । ସେହିଭଳି ନବରଙ୍ଗପୁର, କଳାହାଣ୍ଜି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ୨୯ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାକୁ ରହିଛି ରେଡ୍ ଆଲର୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ଓଡ଼ିଶାର ସମସ୍ତ ବନ୍ଦରରେ ୨ ନମ୍ବର ବିପଦ ସଂକେତ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଥିବା ବେଳେ ଯେଉଁମାନେ ଗଭୀର ସମୁଦ୍ରରେ ଅଛନ୍ତି ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି ।

Related Topics

Explore more stories

Painting
Sponsored
Cyclone Montha: IMD Issues Red Alert for South Odisha Districts | Argus News | Argus News