Videos
|
Crime

Crime In Odisha / ବନ୍ଧାହେଲେ ବଡ଼ ଚୋର; ଜଣଙ୍କ ନାଁରେ ୩୩, ଅନ୍ୟ ଜଣଙ୍କ ନାଁରେ ୩୮ ମାମଲା

Sushanta Sahoo
Browse all articles by Sushanta Sahoo
·7 months ago·2 min read
ବନ୍ଧାହେଲେ ବଡ଼ ଚୋର; ଜଣଙ୍କ ନାଁରେ ୩୩, ଅନ୍ୟ ଜଣଙ୍କ ନାଁରେ ୩୮ ମାମଲା
Two Brothers With Dozens of Cases Arrested

Key Points

ଗାନ୍ଧୀନଗରରୁ ଏକ ଚୋରି ମାମଲାରେ ପୋଲିସ ଶମ୍ଭୁ ମୂଳି ଏବଂ ସାଗର ମୂଳି ଦୁଇ ଭାଇଙ୍କୁ ଗଣେଶ ନଗରରୁ ଗିରଫ କରିଛି ।
ବ୍ରହ୍ମପୁର: ଦୁଇ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ଟାଉନ୍ ଥାନା ପୋଲିସ । ଗାନ୍ଧୀନଗରରୁ ଏକ ଚୋରି ମାମଲାରେ ପୋଲିସ ଶମ୍ଭୁ ମୂଳି ଏବଂ ସାଗର ମୂଳି ଦୁଇ ଭାଇଙ୍କୁ ଗଣେଶ ନଗରରୁ ଗିରଫ କରିଛି ।

ଉଭୟ ଗତ ୧୯ ତାରିଖରେ ଗାନ୍ଧୀନଗରର ବଳରାମ ପଣ୍ଡାଙ୍କ ଘରୁ ଚୋରି କରିଥିଲେ । ଏକ ଲକ୍ଷ ନଗଦ ଟଙ୍କା ସହ ମୋବାଇଲ୍ ଫୋନ୍‍, ଶାଢ଼ୀ ଚୋରି କରି ନେଇଥିଲେ । ଆଉ ଚୋରି ଲକ୍ଷେ ଟଙ୍କାକୁ ଦୁହେଁ ଦୁହିଁଙ୍କ ମଧ୍ୟରେ ବାଣ୍ଟି ଦେଇ ମଦ ପିଇବା ସହ ବ୍ରାଉନ୍ ସୁଗାର ଖାଇଥିଲେ ।

ଏଥିସହ ପଢ଼ନ୍ତୁ: ସାଟେଲାଇଟ୍ ସର୍ଭେରୁ ଧରାପଡ଼ୁଛି ସତ; ରାସ୍ତା ଓ ନଦୀକୁ ଜମି ଦର୍ଶାଇ କରିଛନ୍ତି ପଞ୍ଜୀକରଣ

ଚୋରି ନେଇ ଅଭିଯୋଗ ପରେ ବ୍ରହ୍ମପୁର ଟାଉନ୍ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଶମ୍ଭୁ ଓ ସାଗରଙ୍କ ଠିକଣା ପାଇବା ପରେ ନଜର ରଖିଥିଲା । ମଙ୍ଗଳବାର ଉଭୟ ଘରେ ଥିବା ବେଳେ ପୋଲିସ ଦୁଇ ଭାଇଙ୍କୁ ଗିରଫ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗିରଫ ଦୁଇ ଭାଇଙ୍କ ଠାରୁ ପୋଲିସ ୨୦ ହଜାର ୫୦୦ ଟଙ୍କା ସହ ଲୁଟ୍‌ରେ ବ୍ୟବହୃତ ରଡ୍ ଏବଂ ଲୁଟ୍ କରିଥିବା ବ୍ୟାଗ ଓ ଅନ୍ୟ ସାମଗ୍ରୀ ଜବତ କରିଛି । ଦୁଇ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

ଏଥିସହ ପଢ଼ନ୍ତୁ: ଅଜିତ ପାୱାରଙ୍କ ମୃତ୍ୟୁ ଖବର ମାଆ ଜାଣିବେନି ବୋଲି କାଟିଦେଲେ TV କେବୁଲ୍; ମୋବାଇଲ୍ କରିଦେଲେ ଫ୍ଲାଇଟ୍ ମୋଡ୍

ଗିରଫ ଶମ୍ଭୁ ନାଁରେ ଚୋରି, ସଂଘବଦ୍ଧ ଅପରାଧ ଭଳି ୩୩ଟି ମାମଲା ରହିଛି । ବ୍ରହ୍ମପୁରେ ୨୦୧୮ରୁ ବିଭିନ୍ନ ଅପରାଧରେ ସକ୍ରିୟ ରହିଛି ଶମ୍ଭୁ । ସେହିଭଳି ସାଗର ମଧ୍ୟ ଅସଦାଚରଣ, ନିଶା ଦ୍ରବ୍ୟ ଚାଲାଣ ସହ ଚୋରି ଭଳି ୩୮ଟି ମାମଲାରେ ସମ୍ପୃକ୍ତ ।

Related Topics

Explore more stories