Brutal Attacks / ପବିତ୍ର ଦିନରେ ବି ନୃଶଂସ କାର୍ଯ୍ୟ: ଦୁଇଟି ସ୍ଥାନରେ ଭିନ୍ନ ଭିନ୍ନ ଆକ୍ରମଣ
·2 months ago·2 min read

Key Points
ମସାରୀ ଟାଙ୍ଗୀ ଘର ବାହାରେ ଶୋଇଥିବା ଅବସ୍ଥାରେ ହତ୍ୟା
ରାଜଧାନୀରେ ବି ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହାତଗୋଡ ହାଣିଦେଲେ

ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ବର୍ଷକ ଅପେକ୍ଷାର ଅନ୍ତ ଘଟାଇ ରତ୍ନ ସିଂହାସନ ଛାଡ଼ି ବାହାରକୁ ଆସିଛନ୍ତି ଶ୍ରୀଜିୟୁ । ସ୍ନାନ ବେଦିରେ ଭକ୍ତଙ୍କୁ ଦୁର୍ଲଭ ଦର୍ଶନ ଦେବେ ମହାପ୍ରଭୁ । ଯେଉଁଥି ଲାଗି ଭକ୍ତମୟ ପାଲଟିଯାଇଛି ଶ୍ରୀକ୍ଷେତ୍ର ପୁରୀ । ସ୍ନାନ ପୂର୍ଣ୍ଣିମାକୁ ନଜରରେ ରଖି ପୁରୀରେ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା । ଜଗାକୁ ଦେଖିବା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ। ଆଜି ଏକ ପବିତ୍ର ଦିନ ହୋଇଥିଲେ ବି କିଛି ନିର୍ଦ୍ଦୟ ବ୍ୟକ୍ତି ନିଜର ଖରାପ କାର୍ଯ୍ୟ କରିବାରୁ ବର୍ତ୍ତିବେ ନାହିଁ।
ମସାରୀ ଟାଙ୍ଗୀ ଘର ବାହାରେ ଶୋଇଥିବା ଅବସ୍ଥାରେ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି ଜଣେ ବ୍ୟକ୍ତିଙ୍କର । ଅଜଣା ବ୍ୟକ୍ତି ଛୁରୀ ମାରି ହତ୍ୟା କରିଥିବା ସନ୍ଦେହ । କୋକସରା ଥାନା ଅନ୍ତର୍ଗତ ଡାଲଗୁମା ମଣ୍ଡି ନିକଟରେ ଥିବା ରାସ୍ତା କଡ ଳ ଏକ ଘର ଆଗରେ ବାହାରେ ମଶାରୀ ଟାଙ୍ଗି ଶୋଇଥିବା ବ୍ୟକ୍ତିଙ୍କୁ ବିଳମ୍ବିତ ରାତିରେ କେହି ଧାରୁଆ ଅସ୍ତ୍ର ରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଡାଲଗୁମା ଗ୍ରାମ ର ଶୁକଦେବ ଧରୁଆ(୫୫) ବୋଲି ଜଣାପଡିଛି। ସକାଳେ ତାଙ୍କ ସମ୍ପର୍କୀୟ ଭାଇ ଦେଖି ପରିବାର ଓ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ।।ପରେ କୋକସରା ପୋଲିସକୁ ସୂଚନା ଦେବାପରେ କୋକସରା ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ଘଟଣା ର ତଦନ୍ତ ଜାରି ରଖିଛନ୍ତି। ତେବେ ହତ୍ୟା କାଣ୍ଡ ର କାରଣ କଣ ସ୍ପଷ୍ଟ ସୂଚନା ମିଳିପାରିନାହିଁ।''
ଏଥିସହ ପଢ଼ନ୍ତୁ: ଚେତନଙ୍କ ସହ ଉଦୟପୁର ଯାଇଥିଲେ ସିଆ,କେତନଙ୍କଠାରୁ ନେଇଥିଲେ ୧ କୋଟି ଟଙ୍କା
କେବଳ ସେତିକି ନୁହେଁ, ଠିକ ସେହିପରି ଆଉ ଏକ ଅପରାଧିକ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଦୁଇ ହାତ ଦୁଇ ଗୋଡ ହାଣିଦେଲେ ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଘଟଣାରେ ଗୁରୁତର ଆହତ ଯୁବକ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଗତକାଲି ବିଳମ୍ବିତ ରାତିରେ ମୂଳାପଡ଼ିଆ ନିକଟରେ ଘଟିଛି ଏହି ଆକ୍ରମଣ।ସନ୍ଦୀପ ସାମର୍ଥ ନାମକ ଯୁବକକୁ ଗୁରୁତର ହୋଇଥିବା ବେଳେ ହସ୍ପିଟାଲରେ ଚାଲିଛି ଚିକିତ୍ସା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଛି ଏଭଳି ଆକ୍ରମଣ ବୋଲି କୁହାଯାଉଛି। ଗତକାଲି ରାତ୍ରିରେ ପୋଲିସର ଜୋରଦାର ଚେକିଂ ବ୍ଳକିଂ ପେଟ୍ରୋଲିଂ କରାଯାଉଛି। ଏହା ଭିତରେ ବି ରାଜଧାନୀରେ ଏଭଳି କାଣ୍ଡ ଘଟାଉଛନ୍ତି ଦୁର୍ବୃତ୍ତ I''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଅପରାଧ ଖବର:
Related Topics
Explore more stories