Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime in India / ସିସିଟିଭିରେ କଏଦ୍ ହେଲା ଦୃଶ୍ୟ , ଫିଲ୍ମ ଷ୍ଟାଇଲରେ ଛାତ୍ରୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ସିସିଟିଭିରେ କଏଦ୍ ହେଲା ଦୃଶ୍ୟ , ଫିଲ୍ମ ଷ୍ଟାଇଲରେ ଛାତ୍ରୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ

Key Points

ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ସେହି ଏଟିଏମ ନିକଟରେ ଜଣେ ୧୨ ବର୍ଷର ଝିଅ ଛିଡା ହୋଇଥିଲା । ଏହି ସମୟରେ ଏକ ମହିନ୍ଦ୍ରା ବୋଲେରୋ ହଠାତ ସେଠାରେ ଆସି ଅଟକି ଯାଇଥିଲା । ସେହି ବୋଲେରୋରୁ ୩ ଜଣ ବ୍ୟକ୍ତି ବାହାରିଥିଲେ ।

ବୋଲେରୋରେ ଆସିଲେ, ଆଉ ହଠାତ ଟେକି ନେଇଗଲେ । ଫିଲ୍ମ ଷ୍ଟାଇଲରେ କଲେ ଅପହରଣ । ସିସିଟିଭି ଫୁଟେଜରେ କଏଦ ହେଲା କିଛି ଏମିତି ଭିଡିଓ । ମଧ୍ୟପ୍ରଦେଶର 'ଧର୍‌'ରେ ଏକ ସ୍କୁଲ ଝିଅକୁ ଅପହରଣ କରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ବାତାବରଣ ସୃଷ୍ଟି କରିଛି ।

ମଧ୍ୟପ୍ରଦେଶ ଗନ୍ଧୱାନୀ ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଏଟିଏମ (ATM)ନିକଟରେ ଏପରି ଅପହରଣ କରାଯାଇଥିଲା । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ସେହି ଏଟିଏମ ନିକଟରେ ଜଣେ ୧୨ ବର୍ଷର ଝିଅ ଛିଡା ହୋଇଥିଲା । ଏହି ସମୟରେ ଏକ ମହିନ୍ଦ୍ରା ବୋଲେରୋ ହଠାତ ସେଠାରେ ଆସି ଅଟକି ଯାଇଥିଲା । ସେହି ବୋଲେରୋରୁ ୩ ଜଣ ବ୍ୟକ୍ତି ବାହାରିଥିଲେ । ସେମାନେ ସେହି ଝିଅକୁ ଜୋର ଜବରଦସ୍ତି ଟାଣି ନିଜ ଗାଡିରେ ପଶେଇ ଫେରାର ହେବାକୁ ଚେଷ୍ଟା କରିଥିଲେ ।

ହେଲେ ପାଖ ଗାଁର କିଛି ଲୋକ ଏହାକୁ ଦେଖିବା ପରେ ସେହି ବୋଲେରୋର ପିଛି କରିଥିଲେ । ଗାଁର ଅନେକ ଲୋକ ନିଜ ବାଇକ ଏବଂ କାରରେ ସେହି ବୋଲେରୋର ପିଛା କରିଥିଲେ । ପ୍ରାୟ ୨୦ କିଲୋମିଟର ଯିବାପରେ ଆମ୍ବପୁରା ରୋଡ ନିକଟରେ ସେହି ଅପହରଣକାରୀଙ୍କ ଗାଡିକୁ ଅବରୋଧ କରିଥିଲା ଗାଁ ଲୋକେ । ତେବେ ସେହି ବାଇକ ଗାଡି ଗୁଡିକୁ ଧକ୍କା ମାରି ଫେରାର ହେବାକୁ ଚେଷ୍ଟା କରୁଥିଲେ ଅପହରଣକାରୀ । ଏହି ସମୟରେ ଅନେକ ଗୁଡିଏ ଛେଳି ତାଙ୍କ ଆଗରେ ପଶି ଯାଇଥିଲେ । ଆଉ ବୋଲେରୋଟି ଓଲଟି ପଡିଥିଲା ।

ଅଧିକ ପଢନ୍ତୁ : କ୍ୟାବ୍ ଡ୍ରାଇଭରଙ୍କ ମୃତ୍ୟୁ ଉପରୁ ହଟିଲା ପରଦା; ଅପହରଣକାରୀଙ୍କ କବ୍‌ଜାରେ ଜୀବନ ହାରିଥିଲେ ବିଦ୍ୟାଧର


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଉ ସେଠାରେ ହିଁ ଅପହରଣକାରୀମାନେ ସେହି ଝିଅକୁ ଗାଡିରେ ସେଠାରେ ଛାଡି ଫେରାର ହୋଇଯାଇଥିଲେ । ତେବେ ଝିଅଟିକୁ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରି ତାଙ୍କ ପରିବାର ନିକଟରେ ତାକୁ ପହଞ୍ଚାଇଥିଲେ ଗ୍ରାମବାସୀ । ଆଉ ପୋଲିସ ନିକଟରେ
ଦେଖିଥିବା ଅପହରଣକାରୀଙ୍କ ନାଁରେ ଅଭିଯୋଗ କରିଥିଲେ । ଏବେ ସେମାନଙ୍କ ଅଭିଯୋଗ ଆଧାରରେ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

କିଛିଦିନ ତଳେ ମଧ୍ୟପ୍ରଦେଶରେ ମଧ୍ୟ ଏକ ଅପହରଣ ଘଟଣା ଦେଖିବାକୁ ମିଳିଥିଲା । ମଧ୍ୟପ୍ରଦେଶର ମନ୍ଦସୌରରେ ଜଣେ ୨୩ ବର୍ଷୀୟ ମହିଳା ଗର୍ବା ଖେଳୁଥିବା ବେଳେ କିଛି ଯୁବକ ଏବଂ ମହିଳା ତାଙ୍କୁ ଅପହରଣ କରି ନେଇଥିଲେ । ପରେ ଜଣାପଡିଥିଲା କି ସେମାନେ ତାଙ୍କ ସମ୍ପର୍କୀୟ ଏବଂ ପରିବାର ଲୋକେ ଥିଲେ ।

Related Topics

Explore more stories

Sponsored
Crime in India | CCTV captures the scene of a girl student being kidnapped in a film style | Argus News