Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Swami Chaitanyananda Saraswati / ଯୌନ ଶୋଷଣ ମାମଲାର ଅଭିଯୁକ୍ତ ଚୈତନ୍ୟାନନ୍ଦ ଗିରଫ

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ଯୌନ ଶୋଷଣ ମାମଲାର ଅଭିଯୁକ୍ତ ଚୈତନ୍ୟାନନ୍ଦ ଗିରଫ

Key Points

2025 ଜୁଲାଇ 23ରେ ଠକେଇ ଅଭିଯୋଗରେ ପ୍ରଥମ FIR ରୁଜୁ ହୋଇଥିଲା । ଅଗଷ୍ଟ 1 ତାରିଖରେ ପୀଠମକୁ ମେଲ୍ ପଠାଇ 300 ପୃଷ୍ଠାର ପ୍ରମାଣ ଦେଲା ପୋଲିସ। 4 ଅଗଷ୍ଟରେ ଛାତ୍ରୀମାନେ ଯୌନ ଶୋଷଣ ନେଇ ଅଭିଯୋଗ କଲେ। ଛାତ୍ରୀମାନଙ୍କୁ ଚୈତନ୍ୟାନନ୍ଦ ବିଳମ୍ବିତ ରାତିରେ ନିଜ କୋଠରୀକୁ ଡାକୁଥିବା ଅଭିଯୋଗ ହୋଇଥିଲା ।

ଯୌନ ଶୋଷଣ ମାମଲାର ଅଭିଯୁକ୍ତ ଚୈତନ୍ୟାନନ୍ଦ ସରସ୍ବତୀ ଗିରଫ । ଉତ୍ତରପ୍ରଦେଶ ଆଗ୍ରାରୁ ବାନ୍ଧିଲା ଦିଲ୍ଲୀ ପୋଲିସ । ଚୈତନ୍ୟାନନ୍ଦଙ୍କୁ ଆଗ୍ରାରୁ ଦିଲ୍ଲୀ ଆଣିଲା ଦିଲ୍ଲୀ ପୋଲିସ । ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ନେଇ ଚୈତନ୍ୟାନନ୍ଦଙ୍କ ବିରୋଧରେ ରହିଛି ଅଭିଯୋଗ । ଯୌନ ଶୋଷଣ ଅଭିଯୋଗରେ ଫେରାର ଥିଲେ ଚୈତନ୍ୟାନନ୍ଦ ସରସ୍ବତୀ । ଚୈତନ୍ୟାନନ୍ଦ ବିରୋଧରେ ଆସିଥିବା ଅଭିଯୋଗର ଘଟଣାକ୍ରମ ଉପରେ ନଜର ପକାଇବା ।

2025 ଜୁଲାଇ 23ରେ ଠକେଇ ଅଭିଯୋଗରେ ପ୍ରଥମ FIR ରୁଜୁ ହୋଇଥିଲା । ଅଗଷ୍ଟ 1 ତାରିଖରେ ପୀଠମକୁ ମେଲ୍ ପଠାଇ 300 ପୃଷ୍ଠାର ପ୍ରମାଣ ଦେଲା ପୋଲିସ। 4 ଅଗଷ୍ଟରେ ଛାତ୍ରୀମାନେ ଯୌନ ଶୋଷଣ ନେଇ ଅଭିଯୋଗ କଲେ। ଛାତ୍ରୀମାନଙ୍କୁ ଚୈତନ୍ୟାନନ୍ଦ ବିଳମ୍ବିତ ରାତିରେ ନିଜ କୋଠରୀକୁ ଡାକୁଥିବା ଅଭିଯୋଗ ହୋଇଥିଲା । ଆଉ ଗତକାଲି ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଆଗ୍ରାରୁ ଗିରଫ କରିଛି। ସେଠାରେ ସେ ହୋଟେଲରେ ଲୁଚିଥିଲା ।

ଓଡ଼ିଶାରେ ଜନ୍ମ ହୋଇ ଦିଲ୍ଲୀରେ ଆଶ୍ରମ ଚଳାଉଥିଲେ ଏହି ଭଣ୍ଡ ବାବା ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥି । ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଗୋଟିଏ ଘରୋଇ ମ୍ୟାନେଜମେଣ୍ଟ ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ପାର୍ଥ ସାରଥି।
ନିଜ ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କୁ କହୁଥିଲେ, "ମୋ ରୁମକୁ ଆସ, ମୁଁ ତୁମକୁ ବିଦେଶ ବୁଲାଇ ନେବି। ଏଥିପାଇଁ ତୁମକୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏଭଳି ଅଭଦ୍ର ମେସେଜ ପଠାଇ ଛାତ୍ରୀମାନଙ୍କୁ ନିଜ ପାଖକୁ ଡାକୁଥିଲେ । ଯିଏ ତାଙ୍କ କଥା ନଶୁଣିଲା, ତାକୁ ପରୀକ୍ଷାରେ ଫେଲ କରିବାକୁ ଦେଉଥିଲେ ଧମକ ।

ଅଧିକ ପଢନ୍ତୁ : କିଏ ଏହି ବାବା ପାର୍ଥ ସାରଥୀ ? କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉକ୍ତ ଶିକ୍ଷାନୁଷ୍ଠାନର ୫୦ ଜଣ ଯୁବତୀଙ୍କ ହ୍ୱାଟସଆପ୍‌ରୁ ଏପରି ମେସେଜ ସଂଗ୍ରହ କରିଛି ପୋଲିସ । ଦୀର୍ଘ ବର୍ଷ ହେଲା ଏଠାକାର ଯୁବତୀମାନେ କେମିତି ଯୌନ ନିର୍ଯାତନାର ଶିକାର ହେଉଥିଲେ, ତା’ର କିଛି ତଥ୍ୟ ପୋଲିସ୍‌ ହାତରେ ଲାଗିଛି। ବାବା ପାର୍ଥ ସାରଥି ଅଶାଳୀନ ମେସେଜ ଓ ବଳପୂର୍ବକ ଶାରିରୀକ ସମ୍ପର୍କ ରଖିବାକୁ ଯୁବତୀମାନଙ୍କୁ ବାଧ୍ୟ କରୁଥିଲେ।

୨୦୦୯ ଓ ୨୦୧୬ରେ ତାଙ୍କ ବିରୋଧରେ ରୁଜୁ ହୋଇଥିଲା ଅସଦାଚରଣ ମାମଲା । ହେଲେ ସେଥିରୁ ସେ କୌଶଳକ୍ରମେ ଖସିଯିବାରେ ସକ୍ଷମ ହୋଇଥିଲେ। ୨୦୧୬ରେ ଖୋଦ ବସନ୍ତ କୁଞ୍ଜ ଆଶ୍ରମର ଜଣେ ଯୁବତୀ ବାବା ପାର୍ଥ ସାରଥିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତଥାପି ପୁଲିସ୍‌ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

ବାବାଙ୍କ ଏପରି କାଣ୍ଡ କାରନାମାରେ ତାଙ୍କୁ ସମ୍ଭବତଃ ସହାୟତା କରୁଥିଲେ ୩ ଜଣ ମହିଳା ୱାର୍ଡେନ। ସେମାନେ ମଧ୍ୟ ହ୍ୱାଟସଆପରେ ଯୁବତୀମାନଙ୍କୁ ମେସେଜ ଓ କଲ କରି ବାବାଙ୍କ ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିଲେ। ପୋଲିସ୍‌ ୩ ୱାର୍ଡେନଙ୍କ ବୟାନକୁ ରେକର୍ଡ କରିଛି।

୧୭ ଜଣ ଯୁବତୀ ଦିଲ୍ଲୀର ଡିଫେନ୍ସ କୋଲନୀ ପୋଲିସ୍‌ ଷ୍ଟେସନରେ ଚଳିତ ବର୍ଷ ଅଗଷ୍ଟରେ ବାବାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ସମୟରେ ବାବା ଲଣ୍ଡନରେ ଥିଲେ। ଶେଷଥର ପାଇଁ ତାଙ୍କୁ ଆଗ୍ରାରେ ଦେଖିବାକୁ ମିଳିଥିବା ପୋଲିସ୍‌ କହିଛି। ୨୦୦୯ରେ ରୁଜୁ ହୋଇଥିବା ଠକେଇ ଓ ଅସଦାଚରଣ ମାମଲାରେ ପୋଲିସ୍‌ ତାଙ୍କୁ ଗିରଫ ମଧ୍ୟ କରିଥିଲା। ହେଲେ ପରେ ସେ ବାହାରିଯାଇଥିଲେ ।


ବର୍ତ୍ତମାନ ପୁଣି ଉତ୍ତରପ୍ରଦେଶ ଆଗ୍ରାରୁ ତାଙ୍କୁ ଗିରଫ କରିଛି ପୋଲିସ ।

Related Topics

Explore more stories

Sponsored
Chaitanya Nanda, accused in sexual assault case, arrested | Argus News