Crime In Odisha / ରାତିରେ କାମକୁ ଯାଇଥିଲେ; ସକାଳୁ ଗ୍ୟାରେଜ୍ରୁ ମିଳିଲା ୨ ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
·6 months ago·2 min read

Key Points
ଗ୍ୟାରେଜ୍ ଘରୁ ମିଳିଲା ୨ ଯୁବକଙ୍କ ମୃତଦେହ । ଚୌଦ୍ଵାର ନିର୍ଗୁଣ୍ଡି ଷ୍ଟେସନ ନିକଟ ଜାତୀୟ ରାଜପଥ ୧୬ କଡ଼ର ଏକ ଗ୍ୟାରେଜ୍ରୁ ୨ ଯୁବକଙ୍କ ମୃତଦେହ ମିଳିବା ଚାଞ୍ଚଲ୍ୟ ସୃଷ୍ଟି କରିଛି ।
କଟକ (ଚୌଦ୍ଵାର): ବର୍ଷର ଶେଷ ଦିନରେ ମୁଣ୍ଡ ଗଡ଼ିଲା । ଗ୍ୟାରେଜ୍ ଘରୁ ମିଳିଲା ୨ ଯୁବକଙ୍କ ମୃତଦେହ । ଚୌଦ୍ଵାର ନିର୍ଗୁଣ୍ଡି ଷ୍ଟେସନ ନିକଟ ଜାତୀୟ ରାଜପଥ ୧୬ କଡ଼ର ଏକ ଗ୍ୟାରେଜ୍ରୁ ୨ ଯୁବକଙ୍କ ମୃତଦେହ ମିଳିବା ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୂଚନା ଅନୁସାରେ, ଗ୍ୟାରେଜ୍ରୁ ମିଳିଥିବା ୨ ଯୁବକଙ୍କ ଦେହରେ କ୍ଷତ ଚିହ୍ନ ରହିଛି । ମୃତଦେହ ନିକଟରେ ଯୁବକଙ୍କ ଜୋତା ଓ ପ୍ୟାଣ୍ଟସାର୍ଟ ପଡ଼ିଛି । ଜଣେ ଯୁବକ ଚୌଦ୍ଵାର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ତେରୁଆ ଗାଁର ବୋଲି ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: ସକାଳୁ ଗଡ଼ିଲା ଦୁଇ ମୁଣ୍ଡ, ଚାପି ହୋଇଗଲେ ଗାଡି ଚକା ତଳେ
ମୃତ ପରିବାର ଲୋକଙ୍କ କହିବା ଅନୁସାରେ, ଜଣେ ଯୁବକ ସନ୍ଧ୍ୟାରେ କାମକୁ ଯାଉଥିବା କହି ଘରୁ ବାହାରିଥିଲେ । ହେଲେ ସକାଳୁ ସେମାନଙ୍କ ଫୋନ୍ ଲାଗି ନଥିଲା । ଗ୍ୟାରେଜ୍ରୁ ମୃତଦେହ ମିଳିଥିବାରୁ ଗ୍ୟାରେଜ୍ କର୍ମଚାରୀ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ।
ସନ୍ଦେହ କରାଯାଉଛି, ରାତିରେ ୨ ଯୁବକଙ୍କୁ ଚୋର ସନ୍ଦେହରେ ମାଡ଼ ମରାଯିବା ସହ ଥଣ୍ଡା ପାଣି ଢାଳି ନିର୍ଯାତନା ଦିଆଯାଇଛି । ରାତି ସାରା ନିର୍ଯାତନା ଓ ମାଡ଼ ସହି ନପାରି ୨ ଯୁବକ ଆଖି ବୁଜିଛନ୍ତି ।
ଏଥିସହ ପଢ଼ନ୍ତୁ: ମାସିକ ୨ ହଜାର ଟଙ୍କା ଦରମାରୁ କୋଟିପତି; ଅତିରିକ୍ତ ତହସିଲଦାରଙ୍କ ଘରୁ ମିଳିଲା ନଗଦ ୭୫ ଲକ୍ଷ
ଗ୍ୟାରେଜ୍ରୁ ୨ ଯୁବକଙ୍କ ମୃତଦେହ ମିଳିବା ପରେ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ସହ ଅତିରିକ୍ତ ଏସ୍ପି ଓ ଗ୍ରାମାଞ୍ଚଳ ଏସ୍ପି ପହଞ୍ଚି ତଦନ୍ତ କରୁଛନ୍ତି । ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ୨ ଯୁବକଙ୍କ ମୃତ୍ୟୁ କେମିତି ହେଲା ? ନିର୍ଯାତନା ଦିଆଯିବା ପରେ କେହି ହତ୍ୟା କରିଛନ୍ତି କି ?
ଜଣେ ଯୁବକ କାମକୁ ଯାଉଥିବା କହି ଘରୁ ବାହାରିଥିଲେ । ଅନ୍ୟ ଯୁବକ ଜଣଙ୍କ ତାଙ୍କ ସହ କେଉଁଠି ଭେଟ ହୋଇ ଗ୍ୟାରେଜ୍କୁ ଆସିଲେ ? ଏହା ପଛରେ କିଛି ସୁଚିନ୍ତିତ ଷଡ଼ଯନ୍ତ୍ର ରହିଛି କି ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୋଲିସ ତଦନ୍ତ ପରେ ସବୁକିଛି ହୋଇଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories