Vigilance Raid / ନଗଦ ୨ ଲକ୍ଷ ୬୩ ହଜାର ଟଙ୍କା ସହ ଧରାପଡ଼ିଲେ ବଡ଼ମେଡିକାଲ୍ର ଡାକ୍ତର, ୩ଟି ସ୍ଥାନରେ ଚଢ଼ାଉ
·3 months ago·2 min read

Key Points
- ଭିଜିଲାନ୍ସ ଜାଲରେ SCB ଆସୋସିଏଟ୍ ପ୍ରଫେସର
- ହେପାଟୋଲୋଜି ବିଭାଗ ଆସୋସିଏଟ୍ ପ୍ରଫେସର ସନାତନ ବେହେରା
- ୨.୬୩ ଲକ୍ଷ ଟଙ୍କା ନେଇ ଯିବାବେଳେ ସନାତନଙ୍କୁ ଧରିଲା ଭିଜିଲାନ୍ସ
- ସ୍କୁଟରରେ ଟଙ୍କା ନେଇ ସରକାରୀ ବାସଭବନକୁ ଯିବା ବେଳେ ଧରାପଡ଼ିଲେ
କଟକ: ବଡ଼ ଡାକ୍ତରଖାନାର ବଡ଼ ଡ଼ାକ୍ତର । ମିଳିଲା ବିପୁଳ ଟଙ୍କା । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜର ଆସୋସିଏଟ୍ ପ୍ରଫେସରଙ୍କ ଠାରୁ ଭିଜିଲାନ୍ସ ଜବତ କରିଛି ଲକ୍ଷ ଲକ୍ଷ ଟଙ୍କା । ତାହା ବି ଡାକ୍ତର ସ୍କୁଟିରେ ନେଇ ଯାଉଥିବା ବେଳେ ଧରାପଡ଼ିଛନ୍ତି ।
ଏସ୍ସିବି ମେଡିକାଲ୍ କଲେଜର ହେପାଟୋଲୋଜି ବିଭାଗ ଆସୋସିଏଟ୍ ପ୍ରଫେସର ସନାତନ ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ନିଜେ ସ୍କୁଟିରେ ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯିବାବେଳେ ସନାତନଙ୍କୁ କଟକ ଭିଜିଲାନ୍ସ ଧରିବାରେ ସଫଳ ହୋଇଛି ।
ଏଥିସହ ପଢ଼ନ୍ତୁ: ଡେଲିଭରି ବୟଙ୍କୁ ହତ୍ୟା କରି ବିଲରେ ଫିଙ୍ଗିଦେଲେ ! ନିଖୋଜର ୨ ଦିନ ପରେ ମୃତଦେହ ଠାବ
ସୂଚନା ଅନୁସାରେ, ଏସ୍ସିବି ହେପାଟୋଲଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସନାତନ ବେହେରା ନିଲାମଧାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ । ହେପାଟୋଲଜି ବିଭାଗର ମେଡିକାଲ ସାମଗ୍ରୀ ସପ୍ଲାଏ ପାଇଁ ଆସିଥିବା ନିଲାମଧାରୀଙ୍କ ଠାରୁ ନେଉଥିଲେ ୨ ଲକ୍ଷ ୬୩ ହଜାର ଟଙ୍କା ଲାଞ୍ଚ । ଟଙ୍କା ନେବା ପରେ ସ୍କୁଟିରେ ସରକାରୀ ବାସଭବନକୁ ଯାଉଥିଲେ ।
ଡାକ୍ତରଙ୍କ ଠାରୁ ଏତେ ପରିମାଣର ବିପୁଳ ନଗଦ ଟଙ୍କା ଜବତ ପରେ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଡାକ୍ତର ସନାତନ ବେହେରାଙ୍କ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।
ଏଥିସହ ପଢ଼ନ୍ତୁ: ପରିବହନ ବିଭାଗର ବଡ଼ ଘୋଷଣା; ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବାହାର କଲେ ଛାଡ଼ ହେବ ଜରିମାନା
ସୂଚନା ଅନୁସାରେ, ଡାକ୍ତର ସନାତନ ଏତେ ଟଙ୍କାକୁ ନେଇ କାଠଗୋଲାସାହି-ମେଡିକାଲ୍ ରାସ୍ତାରେ ସରକାରୀ ବାସଭବନକୁ ଯାଉଥିଲେ । ନିଜ ଆକ୍ଟିଭା ସ୍କୁଟର୍ OD 05 BS 7309ରେ ଟଙ୍କା ନେଇ ଯିବା ବେଳେ ଭିଜିଲାନ୍ସ ଡାକ୍ତର ସନାତନଙ୍କୁ ଟଙ୍କା ସହ ଧରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories