Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Commissionerate Police / ରାଜଧାନୀରେ ପୋଲିସର ବୁଲଡୋଜର ଫଣ୍ଡା, ଘର ମାଟିରେ ମିଶିବା ଦେଖି ଛାନିଆ ମାଫିଆ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ରାଜଧାନୀରେ ପୋଲିସର ବୁଲଡୋଜର ଫଣ୍ଡା, ଘର ମାଟିରେ ମିଶିବା ଦେଖି ଛାନିଆ ମାଫିଆ
Commissionerate Police

Key Points

ଗର୍ଜିଲା ବୁଲଡୋଜର
ଭାଙ୍ଗିଲା ଚୋର ସିଣ୍ଡିକେଟ୍‌ର ଆଡ୍ଡା
ସରେଣ୍ଡର କଲେ ଫେରାର୍ ଅଭିଯୁକ୍ତ
ଗୁଣ୍ଡା ମାଫିଆଙ୍କ ପରେ ଏବେ ଚୋର ତସ୍କରଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସ ଆପଣାଇଛି ‘ବୁଲଡୋଜର ଅସ୍ତ୍ର’। ଆଉ ପୋଲିସର ଏହି ବୁଲଡୋଜର ଆକ୍ସନ ଦେଖି ଭୟରେ ଥାନାରେ ଆତ୍ମସର୍ମପଣ କରିଛନ୍ତି ଫେରାର୍ ଅଭିଯୁକ୍ତ ।

କମିଶନରେଟ ପୋଲିସର ଜବରଦସ୍ତ ଆକ୍ସନରେ ଅପରାଧୀଙ୍କ ରିଆକ୍ସନ । ବୁଲଡୋଜର ଚଢିବା ପରେ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିବା ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଶେଷରେ ଥାନାରେ ଆତ୍ମସମର୍ପଣ କରିଛି । ସେକ୍ ହମିଦ ଓ ସେକ୍ ରମଜାନ। ଯେଉଁମାନଙ୍କ ଟେର ପାଉନଥିଲା ପୋଲିସ । ଏମାନଙ୍କ କାରନାମା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ରାଜଧାନୀର ସ୍ମାର୍ଟ ସିଟିରେ ଲାଗିଥିବା ସ୍ମାର୍ଟ ଲାଇଟ୍ ସବୁକୁ ଖୋଲି ଚୋରାରେ ବିକ୍ରି କରୁଥିଲା ଏହି ଗ୍ୟାଙ୍ଗ । ଜନପଥରୁ ବାଣୀ ବିହାର ସବୁଠି ଲାଗିଥିବା ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରିପୋଲ୍ ଚୋରି ଘଟଣାର ମାଷ୍ଟରମାଇଣ୍ଡ ଥିଲେ ଏମାନେ । ଚୋରି କରିବା ପରେ ଶ୍ରୀୟା ଛକ ନିକଟରେ ଥିବା ସେକ୍ ରମଜାନର କବାଡ଼ିଆ ଦୋକାନରେ ଏସବୁକୁ ଖଣ୍ଡ ଖଣ୍ଡ କରି କାଟି ବିକ୍ରି କରାଯାଉଥିଲା ।

ପୂର୍ବରୁ ଏହି ବଡ଼ ଚୋରି ଘଟଣାରେ ଖାରବେଳ ନଗର ଥାନା ପୋଲିସ ଛାନଭିନ୍ କରି ସେକ ଯାଇବୁରକୁ ଗିରଫ କରିଥିଲା । ହେଲେ ସେକ୍ ହମିଦ ଓ ସେକ୍ ରମଜାନ୍ ଫେରାର୍ ହୋଇଯାଇଥିଲେ । ଆଜି ସେମାନଙ୍କ ଆଡ୍ଡା, ଦୋକାନ ଆଉ ବସ୍ତିରେ ଥିବା ଘର ଉପରେ ଯେତେବେଳେ ପୋଲିସ ବୁଲଡୋଜର ଚଢାଇଲା, ସେତେବେଳେ ଭୟରେ ଥାନାକୁ ଦୌଡ଼ି ଆସି ନିଜେ ଧରାଦେଲେ ଫେରାର୍ ଅଭିଯୁକ୍ତ । ଅପରାଧୀଙ୍କ ବିରୋଧରେ ପୋଲିସର ଏହି କଡ଼ା ଆକ୍ସନକୁ ଜୋରଦାର ସମର୍ଥିନ କରିଛନ୍ତି ବସ୍ତି ବାସିନ୍ଦା ।

କମିଶନରେଟ ପୋଲିସର ଏହି ବୁଲଡୋଜର ଷ୍ଟ୍ରାଟେଜି ଏବେ ଅପରାଧୀଙ୍କ ଭିତରେ ଛନକା ପଶାଇ ଦେଇଛି । ଯେଉଁ ଅଭିଯୁକ୍ତଙ୍କୁ ଖୋଜିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ୁଥିଲା, ବୁଲଡୋଜର ଗର୍ଜନ ଶୁଣି ସେମାନେ ଏବେ ନିଜେ ଆସି ଥାନାରେ ଆତ୍ମସମର୍ପଣ କରୁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Commissionerate Police Uses Bulldozer Action, Absconding Accused Surrenders | Argus News