Videos
|
Crime

Bhubaneswar Crime / ରାଜଧାନୀରେ କ୍ରାଇମକୁ ରୋକିବାକୁ ପୋଲିସର ନୂଆ ପଦକ୍ଷେପ, ଗାଡ଼ି ବଦଳରେ ବସ୍ତିରେ ହେବ ଫୁଟ୍ ପାଟ୍ରୋଲିଂ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ରାଜଧାନୀରେ କ୍ରାଇମକୁ ରୋକିବାକୁ ପୋଲିସର ନୂଆ ପଦକ୍ଷେପ, ଗାଡ଼ି ବଦଳରେ ବସ୍ତିରେ ହେବ ଫୁଟ୍ ପାଟ୍ରୋଲିଂ
Bhubaneswar Crime

Key Points

କ୍ରାଇମ୍ ଉପରେ ଲାଗିବ ବ୍ରେକ
ଫୁଟ୍ ପାଟ୍ରୋଲିଂ ସାଙ୍ଗକୁ ନିଶା ଆଡ୍ଡାରେ ଛାପା ପାଇଁ ଡିସିପିଙ୍କ ଟାସ୍କ
ସ୍କାନରରେ ପେସାଦାର ଅପରାଧୀ ଓ ନିଶା ମାଫିଆ


କ୍ରାଇମ୍ କଣ୍ଟ୍ରୋଲ ପାଇଁ ପୋଲିସର ନୂଆ ଫଣ୍ଡା I ଗାଡ଼ିରେ ନୁହେଁ ଚାଲି ଚାଲି ହେବ ପାଟ୍ରୋଲିଂ I ବସ୍ତିରେ କ୍ରାଇମ୍ ବଢୁଥିବା ବେଳେ ତାକୁ ରୋକିବା ପାଇଁ କମିଶନରେଟ ପୋଲିସର ବ୍ଲୁ ପ୍ରିଣ୍ଟ । ସନ୍ଦିଗ୍ଧ ସ୍ଥାନ ଓ ବସ୍ତି ଅଞ୍ଚଳରେ ଜୋରଦାର୍ ହେବ ଫୁଟ ପାଟ୍ରୋଲିଂ । ସେପଟେ ଧଉଳି ମର୍ଡର କେସରେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ବନ୍ଧୁକ ଲିଙ୍କ ଖୋଜୁଛି ପୋଲିସ । ହତ୍ୟାକାଣ୍ଡ ଘଟଣାରେ ପୋଲିସ ହାତରେ ବନ୍ଧୁକ କାରବାରର ବଡ଼ ସୁରାଗ ମିଳିଛି । ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ଗଜେନ୍ଦ୍ରଙ୍କ ଘରୁ ଜବତ ହୋଇଛି ଅଫୁଟା ଗୁଳି ।

ରାତି ବଢ଼ିଲେ କ୍ରିମିନାଲଙ୍କ ତାତି ବଢୁଛି, ରାଜଧାନୀରେ ଦିନକୁ ଦିନ ବଢୁଛି କ୍ରିମିନାଲ୍ ଉତ୍ପାତ । କେଉଁଠି ବନ୍ଧୁକ ଗର୍ଜିଲାଣି ତ ପୁଣି କେଉଁଠି ଯାଉଛି ଜୀବନ, ରାଜଧାନୀରେ ଗୋଟିଏ ପରେ ଗୋଟିଏ ୫ଟି ହତ୍ୟାକାଣ୍ଡ ପରେ ଅପରାଧ ରୋକିବାକୁ କମିଶନରେଟ୍ ପୋଲିସ ଏଭଳି ପଦକ୍ଷେଫ ଗ୍ରହଣ କରିଛି । ଫୁଟ୍ ପାଟ୍ରୋଲିଂ ସହ ପିସିଆର୍ ପାଟ୍ରୋଲିଂକୁ ମଧ୍ୟ ଜୋରଦାର କରାଯାଇଛି । ବିଭିନ୍ନ ବସ୍ତି ସହ ସହରର ସମ୍ବେଦନଶୀଳ ଅଞ୍ଚଳରେ ପଇଁତରା ମାରୁଛନ୍ତି ପୋଲିସର ଦକ୍ଷ ଅଧିକାରୀ ।

ଗତ ୫ ତାରିଖ ରାତିରେ ଭୋଜିଭାତ ଆୟୋଜନ ଭିତରେ ଫୁଟିଥିଲା ଗୁଳି । ବନ୍ଧୁକ ପାଇଁ ସେଲିବ୍ରେସନ ଚାଲିଥିବା ବେଳେ ସେହି ବନ୍ଧୁକ ଫୁଟି ତପୁ ନାୟକର ଚାଲିଗଲା ଜୀବନ । ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିଥିଲା ଧଉଳି ଥାନା ପୋଲିସ ଏବଂ କ୍ରାଇମ ସ୍ପଟ୍‌ରୁ ଜବତ ହୋଇଥିଲା ବନ୍ଧୁକ । ଆଜି ସେହି ବନ୍ଧୁକ ଡିଲ୍ ଓ ରୁଟ୍ ମ୍ୟାପ୍ ସମ୍ପର୍କରେ ଜାଣିବା ପାଇଁ ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ଗଜେନ୍ଦ୍ର ଓ ଉମେଶ ପଟ୍ଟନାୟକଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଛି ଧଉଳି ଥାନା ପୋଲିସ ।

ଗତ କିଛି ସପ୍ତାହ ଭିତରେ ଖଣ୍ଡଗିରି, ଧଉଳି ଓ ଲକ୍ଷ୍ମୀସାଗର ଅଞ୍ଚଳରେ ଗୁଳିକାଣ୍ଡ ଘଟି ବନ୍ଧୁକ ଜବତ ହେବା ପରେ, ଏଥିରେ ବସ୍ତିରେ ରହୁଥିବା ପିଲାଙ୍କ ବେଶୀ ସମ୍ପୃକ୍ତି ଥିବା ଘଟଣା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେମାନଙ୍କ ପାଖକୁ କେଉଁଠୁ ଆସୁଛି ବନ୍ଧୁକ ? ତେଣୁ ବନ୍ଧୁକ ବେପାରୀଙ୍କ ଲିଙ୍କ୍ ଏବଂ ଆର୍ମସ୍ ସିଣ୍ଡିକେଟ୍ ସମ୍ପର୍କରେ ଜାଣିବା ପାଇଁ ପୋଲିସ ଆରମ୍ଭ କରିଛି ବ୍ୟାପକ ଖୋଳତାଡ଼ । ସହରର ଛାତି ଉପରେ ଅପରାଧୀ ହଲ୍ଲାବୋଲ ଡାକରା ଦେଉଥିବାବେଳେ ତାଙ୍କୁ ମାତ୍ ଦେବାକୁ ଆରମ୍ଭ ହୋଇଛି ଥାନାୱାରୀ ଫୁଟ୍ ପାଟ୍ରୋଲିଂ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: