Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ଭ୍ୟାକ୍ସିନ୍‌ ନେବା ପରେ ସଂକୁଚିତ ହେଉଥିଲା ଗୁପ୍ତାଙ୍ଗ'; ମିଛ ଗୁଜବରୁ ହିଂସା, ସ୍ଵାସ୍ଥ୍ୟକର୍ମୀଙ୍କ ସହ ୧୭ ମୃତ

Crime

Fake News Horror / 'ଭ୍ୟାକ୍ସିନ୍‌ ନେବା ପରେ ସଂକୁଚିତ ହେଉଥିଲା ଗୁପ୍ତାଙ୍ଗ'; ମିଛ ଗୁଜବରୁ ହିଂସା, ସ୍ଵାସ୍ଥ୍ୟକର୍ମୀଙ୍କ ସହ ୧୭ ମୃତ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
'ଭ୍ୟାକ୍ସିନ୍‌ ନେବା ପରେ ସଂକୁଚିତ ହେଉଥିଲା ଗୁପ୍ତାଙ୍ଗ'; ମିଛ ଗୁଜବରୁ ହିଂସା, ସ୍ଵାସ୍ଥ୍ୟକର୍ମୀଙ୍କ ସହ ୧୭ ମୃତ
Viral Vaccine Rumour Turns Deadly

Key Points

ଏକ ରହସ୍ୟମୟ ରୋଗ ପୁରୁଷଙ୍କୁ 'ନପୁଂସକ' କରି ଦେଉଛି । ଆଉ ଏହି ଗୁଜବକୁ ସରକାର ଓ ସ୍ଵାସ୍ଥ୍ୟ ସଂଗଠନ ରୋକିବା ପୂର୍ବରୁ ଏହା ହିଂସାରେ ପରିଣତ ହୋଇଥିଲା । ଯେଉଁଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ମିଛ ଖବର । ସମାଜରେ ସୃଷ୍ଟି କଲା ହିଂସା । ମଚାଇଲା ମୃତ୍ୟୁର ତାଣ୍ଡବ । ଦେଖୁ ଦେଖୁ ଝଡ଼ିଗଲା ୧୭ ଜୀବନ । ତାହା ବି ଜୀବନ ରକ୍ଷାକାରୀ ଭ୍ୟାକ୍ସିନ୍‌କୁ ନେଇ ଗୁଜବରୁ । ଏଭଳି ଘଟିଛି କେନ୍ଦ୍ରୀୟ ଆଫ୍ରିକୀୟ ଦେଶ କଙ୍ଗୋରେ ।

ରିପବ୍ଲିକ ଅଫ୍ କଙ୍ଗୋ (DRC)ର ଶୋପୋ ପ୍ରଦେଶରେ ଗୁଜବ ଯୋଗୁଁ ଚାଲି ଯାଇଛି ୧୭ ଜଣଙ୍କ ଜୀବନ । ସୂଚନା ଅନୁସାରେ, କଙ୍ଗୋରେ ସୋସିଆଲ୍ ମିଡିଆରେ ଏକ ଗୁଜବ ଭାଇରାଲ୍ ହୋଇଥିଲା । କୁହାଯାଇଥିଲା, ଭ୍ୟାକ୍ସିନ୍ ନେବାରୁ ଗୁପ୍ତାଙ୍ଗ ସଂକୁଚିତ ହୋଇ ଯାଉଛି । ଆଉ ଏହି ଗୁଜବରୁ ହିଂସାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ଭାରତର ଏହି ନଦୀଗୁଡ଼ିକୁ କାହିଁକି କୁହାଯାଏ ଅଭିଶପ୍ତ ? 

କେମିତି ବ୍ୟାପିଲା ଗୁଜବ ?

ମିଛ, ଗୁଜବରୁ ସୃଷ୍ଟି କାଳ୍ପନିକ ରୋଗର ଡରରେ ଭୟଭୀତ ଲୋକେ ରିସର୍ଚ୍ଚ କରୁଥିବା ସ୍ଵାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ସୋସିଆଲ୍ ମିଡିଆରେ ଦାବି କରାଯାଇଥିଲା, ଏକ ରହସ୍ୟମୟ ରୋଗ ପୁରୁଷଙ୍କୁ 'ନପୁଂସକ' କରି ଦେଉଛି । ଆଉ ଏହି ଗୁଜବକୁ ସରକାର ଓ ସ୍ଵାସ୍ଥ୍ୟ ସଂଗଠନ ରୋକିବା ପୂର୍ବରୁ ଏହା ହିଂସାରେ ପରିଣତ ହୋଇଥିଲା ।

ସୂଚନା ଅନୁସାରେ, ୨୦୨୫ ଅକ୍ଟୋବର ୬ ତାରିଖରେ ଇସାଙ୍ଗି ଅଞ୍ଚଳକୁ ସ୍ଵାସ୍ଥ୍ୟକର୍ମୀଙ୍କ ଏକ ଟିମ୍ ଟୀକାକରଣ ଉପରେ ଅଧ୍ୟୟନ ଲାଗି ଯାଇଥିଲା । ବାହାରୁ ଆସିଥିବା ଲୋକଙ୍କୁ ସୁଟ୍ ବୁଟ୍ ପିନ୍ଧିଥିବା ଏବଂ ହାତରେ ଟାବଲେଟ୍‌ ଧରିଥିବାରୁ ଗାଁ ଲୋକେ ଭାବିଥିଲେ ଏମାନେ ରୋଗ ସୃଷ୍ଟି କରୁଛନ୍ତି ।

ଏହି ଭାବନାରେ ସେମାନେ ଆକ୍ରମଣ କରିଥିଲେ । ଆଉ ଦେଖୁ ଦେଖୁ ଦଳରେ ଥିବା ୨ ଜଣ ଡାକ୍ତରଙ୍କ ସହ ୪ ଜଣଙ୍କୁ ଲୋକେ ସେଇଠି ହିଁ ମାରି ଦେଇଥିଲେ । ମାରିବା ପରେ ମୃତଦେହକୁ ସେଇଠି ଜାଳି ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ସମୁଦ୍ର ମଝିରେ ହାଣ୍ଟାଭାଇରସ୍ ଆତଙ୍କ ! ୧୨ ଦେଶକୁ WHOର ଚେତାବନୀ 

ଗୁଜବ ପଛରେ ଚର୍ଚ୍ଚ ଓ ସୋସିଆଲ୍ ମିଡିଆ

କଙ୍ଗୋରେ ଏହି ଗୁଜବ ପଛରେ ସୋସିଆଲ୍ ମିଡିଆ ସହ ସ୍ଥାନୀୟ ଧାର୍ମିକ ସଂଗଠନ ଜଡ଼ିତ ବୋଲି ଜଣାପଡ଼ିଛି । ଏକ ଭିଡିଓରେ ଦେଖା ଯାଉଛି, କିସଙ୍ଗାନିର ଏକ ଚର୍ଚ୍ଚର ପାଷ୍ଟର ପ୍ରାର୍ଥନା ଜରିଆରେ ରହସ୍ୟମୟ ରୋଗ ଠିକ୍ କରି ଦେଉଛନ୍ତି । ଉକ୍ତ ଭିଡିଓ ଟିକଟକ ଓ ଫେସବୁକ୍‌ରେ ଭାଇରାଲ୍ ପରେ ଲୋକଙ୍କ ମନରେ ବିଶ୍ଵାସ ସୃଷ୍ଟି ହୋଇଥିଲା ଏବଂ ଗୁଜବ ବଢ଼ିଥିଲା ।

ଏହା ପୂର୍ବରୁ ପାଷ୍ଟର ଜଣଙ୍କ କରୋନାକୁ ନେଇ ମିଛ ଦାବି କରି ଜେଲ୍ ବି ଯାଇଛନ୍ତି । ହେଲେ ତାଙ୍କର ପ୍ରଭାବ ଏବେ ବି ରହିଛି । ଆଉ ପାଷ୍ଟରଙ୍କ ସେହି ଭିଡିଓ ସୋସିଆଲ୍ ମିଡିଆରେ ମାସ ମାସ ଧରି ଭାଇରାଲ୍ ହେବା ପରେ ସରକାର ପଦକ୍ଷେପ ନେଇଛନ୍ତି । ପାଷ୍ଟରଙ୍କ ସହ ଏକାଧିକ ଲୋକଙ୍କୁ ଗିରଫ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fake Vaccine Rumour Sparks Violence in Congo, 17 Dead | Argus News | Argus News