Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସମୁଦ୍ର ମଝିରେ ହାଣ୍ଟାଭାଇରସ୍ ଆତଙ୍କ ! ୧୨ ଦେଶକୁ WHOର ଚେତାବନୀ

International

Hantavirus Scare / ସମୁଦ୍ର ମଝିରେ ହାଣ୍ଟାଭାଇରସ୍ ଆତଙ୍କ ! ୧୨ ଦେଶକୁ WHOର ଚେତାବନୀ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ସମୁଦ୍ର ମଝିରେ ହାଣ୍ଟାଭାଇରସ୍ ଆତଙ୍କ ! ୧୨ ଦେଶକୁ WHOର ଚେତାବନୀ
Hanta Virus

Key Points

କ୍ରୁଜ୍ ସିପ୍‌ରେ ଭୟଙ୍କର ହାଣ୍ଟାଭାଇରସ୍
୩ ଜଣଙ୍କ ମୃତ୍ୟୁ ପରେ ଭୟ
WHOର ବଡ଼ ଚେତାବନୀ
ସମୁଦ୍ର ମଝିରେ ହାଣ୍ଟାଭାଇରସ୍ ଆତଙ୍କ । କ୍ରୁଜ୍ ସିପ୍‌ରେ ୮ ସଂକ୍ରମିତ, ୩ ମୃତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ପକ୍ଷରୁ ଜାରି ହୋଇଛି ଏକ ବଡ଼ ଚେତାବନୀ । ଆର୍ଜେଣ୍ଟିନାରୁ କାବୋ ଭର୍ଡେ ଯାଉଥିବା ଏକ ବଡ଼ କ୍ରୁଜ୍ ସିପ୍ ‘MV Hondius’ରେ ଦେଖାଦେଇଛି ମାରାତ୍ମକ ହାଣ୍ଟାଭାଇରସ୍ । ଏହି ଭୂତାଣୁ ଯୋଗୁଁ ଏପର୍ଯ୍ୟନ୍ତ ୮ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି ।

ଡଚ୍ ପତାକାଧାରୀ ଜାହାଜ MV Hondius ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । WHO ମୁଖ୍ୟ ଟେଡ୍ରୋସ୍ ଆଧାନୋମ୍ ଗେବ୍ରିଏସସ୍‌ଙ୍କ ସୂଚନା ଅନୁସାରେ, ଏହି ଜାହାଜରେ ଯାତ୍ରା କରୁଥିବା କିଛି ଯାତ୍ରୀଙ୍କଠାରେ ଗୁରୁତର ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖାଦେଇଛି । ପରୀକ୍ଷା ପରେ ଜଣାପଡ଼ିଛି ଯେ, ଏହା ହେଉଛି ‘ଆଣ୍ଡିଜ୍ ହାଣ୍ଟାଭାଇରସ୍’ । ଜାହାଜରୁ ପୂର୍ବରୁ ଓହ୍ଲାଇଥିବା ଯାତ୍ରୀମାନେ ଏବେ ବିଭିନ୍ନ ଦେଶରେ ଅଛନ୍ତି । ସେଥିପାଇଁ WHO ପକ୍ଷରୁ କାନାଡା, ଜର୍ମାନୀ, ସିଙ୍ଗାପୁର ଏବଂ ଆମେରିକା ସମେତ ୧୨ଟି ଦେଶକୁ ସତର୍କ କରାଯାଇଛି ।

ଜଣେ ଯାତ୍ରୀ ସୁଇଜରଲ୍ୟାଣ୍ଡର ଜୁରିକ୍‌ର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ଯାହାଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯାଉଛି । କାନାଡା, ଡେନମାର୍କ, ଜର୍ମାନୀ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ସିଙ୍ଗାପୁର, ସୁଇଡେନ, ସୁଇଜରଲ୍ୟାଣ୍ଡ, ତୁର୍କୀ, ବ୍ରିଟେନ, ଆମେରିକା ଏବଂ ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ କୁ ଆଲର୍ଟ ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WHO Alert After Suspected Hantavirus Cases Reported on Cruise Ship | Argus News