Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Odisha Bomb Threat / କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ; ବୋମା ନିଷ୍କ୍ରିୟକାରୀ ଟିମ୍‌ର ଛାନଭିନ୍

Sushanta Sahoo
Browse all articles by Sushanta Sahoo
·5 months ago·2 min read
କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ; ବୋମା ନିଷ୍କ୍ରିୟକାରୀ ଟିମ୍‌ର ଛାନଭିନ୍
Bomb Threat to District Court

Key Points

ବୋମା ପକାଇ କୋର୍ଟ ଉଡ଼ାଇ ଦେବାକୁ ଇମେଲ୍‌ରେ ଆସିଛି ଧମକ । କଟକ ଜିଲ୍ଲା କୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍ ଆସିଛି ।
କଟକ: ପୁଣି ଧମକପୂର୍ଣ୍ଣ ଇମେଲ୍ । ବୋମା ପକାଇ କୋର୍ଟ ଉଡ଼ାଇ ଦେବାକୁ ଇମେଲ୍‌ରେ ଆସିଛି ଧମକ । କଟକ ଜିଲ୍ଲା କୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍ ଆସିଛି । ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ କଟକ ଜିଲ୍ଲା କୋର୍ଟ ପରିସରକୁ ଖାଲି କରି ଦିଆଯାଇଛି ।

କମିଶନରେଟ୍ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । କୋର୍ଟ ପରିସରରୁ ସମସ୍ତଙ୍କୁ ଖାଲି କରାଯାଇ ବୋମା ନିଷ୍କ୍ରିୟକାରୀ ଟିମ୍ ସହ ସନ୍ଧାନୀ କୁକୁର ତନ୍ନ ତନ୍ନ କରି ଯାଞ୍ଚ ଆରମ୍ଭ କରିଛନ୍ତି । ତେବେ କେଉଁଠୁ ଓ କିଏ ଏଭଳି ଧମକପୂର୍ଣ୍ଣ ଇମେଲ୍ ଦେଇଛି ତାହା ଜଣାପଡ଼ି ନାହିଁ ।

ଏଥିସହ ପଢ଼ନ୍ତୁ: ଉଡ଼ାଇ ଦେବାକୁ ଧମକ ଦେଇ ୩ ଘଣ୍ଟା ଅଚଳ କରିଦେଲେ କୋର୍ଟ କାର୍ଯ୍ୟ

ଏହା ପୂର୍ବରୁ ଜାନୁଆରୀ ୮ ତାରିଖରେ ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା । ରାଜ୍ୟରେ ୩ଟି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ପାଇବା ପରେ ଆରମ୍ଭ ହୋଇଥିଲା ତନାଘନା । ସମ୍ବଲପୁର, ଦେବଗଡ଼ ଓ କଟକ ଜିଲ୍ଲା କୋର୍ଟରେ ବମ୍ ଓ ଡଗ୍ ସ୍କ୍ଵାଡ୍ ପହଞ୍ଚି ଖାନତଲାସୀ ହୋଇଥିଲା ।

ସେତେବେଳେ ସେଭଳି କୌଣସି ଆପତ୍ତିଜନକ ସାମଗ୍ରୀ ମିଳି ନଥିଲା । ତଥାପି ମେଲ୍ ଆସିଥିବା ସୋର୍ସର ମିଳିତ ତଦନ୍ତ ପୋଲିସ ଓ କ୍ରାଇମବ୍ରାଞ୍ଚ କରିବ ବୋଲି କୁହା ଯାଇଥିଲା । ଅପରାଧୀକୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଧମକପୂର୍ଣ୍ଣ ଇ-ମେଲ ପରେ କୋର୍ଟ ପରିସରରେ ବମ୍ ଓ ଡଗ୍ ସ୍କ୍ଵାଡ୍ ପହଞ୍ଚିଥିଲେ । ବିଭିନ୍ନ ସ୍ଥାନରେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ସୁରକ୍ଷାକର୍ମୀ । ପ୍ରଥମେ ବିଚାରପତିମାନଙ୍କୁ କୋର୍ଟ ପରିସରରୁ ସୁରକ୍ଷିତ ବାହାର କରିବା ସହ ଓକିଲ ମାନଙ୍କୁ ମଧ୍ୟ କ୍ୟାମ୍ପସ ଛାଡ଼ିବାକୁ କୁହାଯାଇଥିଲା । କ୍ୟାମ୍ପସରେ ସର୍ଚ୍ଚ କରିଥିଲେ ସନ୍ଧାନୀ କୁକୁର । ମେଟାଲ ଡିଟେକ୍ଟର ସହାୟତାରେ ଖୋଜା ଯାଇଥିଲା ବୋମା ।

ଏଥିସହ ପଢ଼ନ୍ତୁ: ଆପ୍ ନେତା ଲକ୍କି ଓବେରୋଇଙ୍କୁ ହତ୍ୟା; ଗୁରୁଦ୍ଵାର ସମ୍ମୁଖରେ ୫ ରାଉଣ୍ଡ ଫାୟାରିଂ

ସେତେବେଳେ ତାମିଲନାଡୁରେ କନେଷ୍ଟବଳମାନଙ୍କୁ ରାଜନେତାଙ୍କ ପୋଷାକ ଓ ମଇଳା ବାସନ ସଫା କରିବାକୁ ବାଧ୍ୟ କରାଯାଉଥିବା ପ୍ରତିବାଦରେ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଏଥିରେ ଧମକ ଦିଆଯାଇଥିଲା । ପୋଲିସ ଏହାର ଯାଞ୍ଚ କରୁଥିବାବେଳେ, ଅପରାଧୀକୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ପୋଲିସ ସହ କ୍ରାଇମବ୍ରାଞ୍ଚ ମିଳିତ ଭାବେ ଏହାର ତଦନ୍ତ କରିବ ବୋଲି ପୋଲିସ କମିଶନର କହିଛନ୍ତି । କୋର୍ଟକୁ ଆସିଥିବା ଇ-ମେଲର ସୋର୍ସକୁ ଖୋଜି ବାହାର କରାଯିବ । ସେତେବେଳେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଥିବା କୋର୍ଟକୁ ଏଭଳି ଧମକ ଆସିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bomb Threat Email to Cuttack District Court, BDS Team Deployed | Argus News | Argus News