Fraudster / ସମାଜସେବୀ ନା ମହାଠକ ? ମଞ୍ଚରେ ମାରୁଥିଲା ଭାଷଣ, ପଛରେ ରଚୁଥିଲା ଠକେଇର ଜାଲ
·14 hours ago·2 min read

Key Points
କେତେବେଳେ NGO ମୁଖ୍ୟ ତ କେତେବେଳେ ଶିଳ୍ପପତି
ବାଲେଶ୍ଵରରୁ ଗିରଫ ହେଲା ବହୁରୂପୀ ଠକ ୪୨୦
ବିଳାସପୂର୍ଣ୍ଣ ଜୀବନ, କୋଟି କୋଟିର ଠକେଇ
ବାଲେଶ୍ଵରରୁ ଗିରଫ ହେଲା ବହୁରୂପୀ ଠକ ୪୨୦
ବିଳାସପୂର୍ଣ୍ଣ ଜୀବନ, କୋଟି କୋଟିର ଠକେଇ
କଟକ: କମିଶନରେଟ ପୋଲିସ ହାତରେ ଠକ ୪୨୦ । କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି କଟକ ବିଡ଼ାନାସୀ ଅଞ୍ଚଳର ଶଶଧର ପଣ୍ଡା । ନିଜକୁ ସରକାରୀ ଚାକିରିଆ କହି ଲୋକଙ୍କୁ ଜମି ଏବଂ ଘର ଦେବା ବାହାନାରେ ଠକେଇ କରୁଥିଲା ଏହି ଅଭିଯୁକ୍ତ । ଏପର୍ଯ୍ୟନ୍ତ ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ଆସିଥିବା ବେଳେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିବା ସହ ପୂର୍ବରୁ ସେ ଜେଲ୍ ମଧ୍ୟ ଯାଇଛି ।
କେତେବେଳେ ନିଜକୁ ଜଣେ ସରକାରୀ ଚାକିରିଆ, ତ ପୁଣି କେତେବେଳେ NGOର ମୁଖ୍ୟ । ଆଉ କେତେବେଳେ ନିଜକୁ ବଡ଼ ଶିଳ୍ପପତି ବୋଲି ପରିଚୟ ଦେଉଥିଲା । ଏମିତି ଭିନ୍ନ ଭିନ୍ନ ନକଲି ପରିଚୟ ଦେଇ ଚଲାଇଥିଲା ଠକେଇର ଏକ ବଡ଼ ସାମ୍ରାଜ୍ୟ । କେବଳ ସେତିକି ନୁହେଁ, ନିଜକୁ ଜଣେ ବଡ଼ ସମାଜସେବୀ ଭାବେ ଦେଖାଇ ବିଭିନ୍ନ ସାହିତ୍ୟ ସଭା ଓ ସାମାଜିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ମଞ୍ଚ ଉପରେ ବଡ଼ ବଡ଼ ଭାଷଣ ମଧ୍ୟ ମାରୁଥିଲା ।
ଏଥିସହ ପଢ଼ନ୍ତୁ: ରଥଯାତ୍ରାରେ ଚୋରି: ୨୫୦ରୁ ଅଧିକ ଚୋରି ମୋବାଇଲ ଜବତ, ୧୪୩ ଗିରଫ
ବିଭିନ୍ନ ଜିଲ୍ଲାର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ମହାଠକ ଶଶଧର ପଣ୍ଡା ଏବେ କମିଶନରେଟ ପୋଲିସ କବଜାରେ । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମୋଟା ଅଙ୍କର ଟଙ୍କା ଦାନ କରି ସେ ପ୍ରଥମେ ଲୋକଙ୍କ ବିଶ୍ୱାସ ଜିତୁଥିଲା । ଏହାପରେ ବଡ଼ ବଡ଼ ଲୋକଙ୍କୁ ଟାର୍ଗେଟ୍ କରୁଥିଲା ।
ଦୀର୍ଘ ବର୍ଷ ହେବ ଶଶଧର ଏଭଳି ଠକେଇର ସାମ୍ରାଜ୍ୟ ଚଲାଇ ଆସୁଥିଲା । କଟକ, ଭୁବନେଶ୍ଵର, ପୁରୀ, ଯାଜପୁର, ବାଲେଶ୍ଵର ଏବଂ ଭଦ୍ରକ ଆଦି ଜିଲ୍ଲାରେ ଏକାଧିକ ଲୋକଙ୍କ ଠାରୁ ସେ ପାଖାପାଖି ୫୦ କୋଟି ଟଙ୍କା ଠକେଇ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । କେବଳ ମଙ୍ଗଳାବାଗ ଥାନାରେ ହିଁ ତା' ନାଁରେ ୭ଟି ମାମଲା ରୁଜୁ ହୋଇସାରିଛି ।
ଏଥିସହ ପଢ଼ନ୍ତୁ: OTET, SI ଆଉ ଏବେ ASO ପରୀକ୍ଷା କେଳେଙ୍କାରୀ; ସମାନ ଢଙ୍ଗରେ ଜାଲିଆତି
ଶଶଧର ଠକେଇ ଟଙ୍କାରେ ଅତି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା । ବିଭିନ୍ନ ରାଜ୍ୟ ଭ୍ରମଣ କରିବା ସହ ଅନେକ ସ୍ଥାନରେ ଜମି ଓ ଘର କିଣିଛି ଏବଂ ବିଭିନ୍ନ ବ୍ୟାଙ୍କରେ ମଧ୍ୟ ଟଙ୍କା ଜମା ରଖିଛି । ବର୍ତ୍ତମାନ ପୋଲିସ ପକ୍ଷରୁ ତାର ସମସ୍ତ ବ୍ୟାଙ୍କ ଆକାଉଣ୍ଟ, ଜମି ଓ ଘରକୁ ଫ୍ରିଜ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିସହ ତାର ଆର୍ଥିକ କାରବାରର ଅଧିକ ଖୋଳତାଡ଼ ପାଇଁ ED ଏବଂ IT ବିଭାଗର ସହାୟତା ନିଆଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories