ASO Exam Scam / OTET, SI ଆଉ ଏବେ ASO ପରୀକ୍ଷା କେଳେଙ୍କାରୀ; ସମାନ ଢଙ୍ଗରେ ଜାଲିଆତି
·17 hours ago·2 min read

Key Points
ହାଇକୋର୍ଟ ASO ପରୀକ୍ଷା କେଳେଙ୍କାରୀରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ପୂର୍ବରୁ ହୋଇଥିବା SI ପରୀକ୍ଷା ଦୁର୍ନୀତିର ମୁଖ୍ୟ କାର୍ପଟଦାର ସୁରେଶ ଚନ୍ଦ୍ର ନାୟକ ଓ ଶଙ୍କର ପୃଷ୍ଟି ହିଁ ଏହି ASO ନିଯୁକ୍ତି ଜାଲିଆତିର ସାଜିଛନ୍ତି ମୁଖ୍ୟ ଖଳନାୟକ ।
କଟକ: ଟଙ୍କା ଦିଅ, ଚାକିରି ନିଅ ! ୪ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା ଓଡ଼ିଶା ହାଇକୋର୍ଟଙ୍କ ASO ଚାକିରି । ଏହି ମହାଘୋଟାଲାର ଶୁଣାଣି କରି ହାଇକୋର୍ଟ ଦେଇଛନ୍ତି ବଡ଼ ରାୟ। ମାମଲାରେ ଗିରଫ ହୋଇଥିବା ୧୪ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ମାନ୍ୟବର ହାଇକୋର୍ଟ ।
କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହା କୌଣସି ସାଧାରଣ ଅପରାଧ ନୁହେଁ, ବରଂ ଏହା ଏକ ସାମାଜିକ ଓ ଆର୍ଥିକ ଅପରାଧ । ଯାହା ଲକ୍ଷ ଲକ୍ଷ ମେଧାବୀ ଓ ପରିଶ୍ରମୀ ଯୁବକଙ୍କ ଭବିଷ୍ୟତ ସହ ଖେଳ ।
ଏଥିସହ ପଢ଼ନ୍ତୁ: ଏପ୍ରିଲ କିମ୍ବା ମେ'ରେ ପଞ୍ଚାୟତ ଏବଂ ପୌର ନିର୍ବାଚନ, ମାର୍ଚ୍ଚରେ ହେବ ନୋଟିଫିକେସନ୍
ହାଇକୋର୍ଟ ASO ପରୀକ୍ଷା କେଳେଙ୍କାରୀରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ପୂର୍ବରୁ ହୋଇଥିବା SI ପରୀକ୍ଷା ଦୁର୍ନୀତିର ମୁଖ୍ୟ କାର୍ପଟଦାର ସୁରେଶ ଚନ୍ଦ୍ର ନାୟକ ଓ ଶଙ୍କର ପୃଷ୍ଟି ହିଁ ଏହି ASO ନିଯୁକ୍ତି ଜାଲିଆତିର ସାଜିଛନ୍ତି ମୁଖ୍ୟ ଖଳନାୟକ । ସୁରେଶଙ୍କ ‘ସିଲିକନ ଟେକ ଲ୍ୟାବ ପ୍ରାଇଭେଟ ଲିମିଟେଡ’କୁ ପରୀକ୍ଷା ପରିଚାଳନା ଦାୟିତ୍ଵ ଦିଆଯାଇଥିଲା ।
ଆଉ ସୁରେଶ, SI ପରୀକ୍ଷା ଭଳି ଏହି ASO ପରୀକ୍ଷାରେ ମଧ୍ୟ ଶଙ୍କର ପୃଷ୍ଟିଙ୍କ ‘ପଞ୍ଚସଫ୍ଟ’ କମ୍ପାନୀକୁ ନିଜର ପାର୍ଟନର ବନାଇଥିଲେ । ହାଇକୋର୍ଟରେ ୧୪୭ଟି ASO ପଦବୀ ପାଇଁ ପରୀକ୍ଷା ପରିଚାଳନା ଦାୟିତ୍ଵ ଏହି ସଂସ୍ଥାମାନଙ୍କୁ ମିଳିଥିଲା ।
ପୂର୍ବରୁ OTET, SI ଆଉ ଏବେ ASO ପରୀକ୍ଷା କେଳେଙ୍କାରୀ । ସବୁଥିରେ ସମାନ ଢଙ୍ଗରେ ଜାଲିଆତି କରାଯାଇଛି । ASOର ଗୋଟିଏ ଗୋଟିଏ ପଦବୀ ପାଇଁ ଆଶାୟୀଙ୍କ ଠାରୁ ୨ରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିଲ୍ ହୋଇଥିଲା ବୋଲି ଅଭିଯୋଗ ହେଉଛି ।
ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଜାଣିବା ପରେ ମାନ୍ୟବର କୋର୍ଟ ଏହାର ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ୍ କରି ଦେଇଥିଲେ । ଏହା ସହ ପରୀକ୍ଷା ପରିଚାଳନା ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କ ବିରୋଧରେ କଟକ ଲାଲବାଗ ଥାନାରେ ଏତଲା ଦିଆଯାଇଥିଲା । କୋର୍ଟଙ୍କ ଏହି କଡ଼ା ଆଭିମୁଖ୍ୟକୁ ସ୍ଵାଗତ କରିଛନ୍ତି ବୁଦ୍ଧିଜୀବୀ ଓ ଆଇନଜୀବୀ ।
୨୦୨୫ ମସିହାରେ ପ୍ରକାଶ ପାଇଥିବା ୧୪୭ଟି ASO ପଦବୀ ପାଇଁ ୩୨ ହଜାର ୨୩୯ ଜଣ ଆଶାୟୀ ଆବେଦନ କରିଥିଲେ । ସେଥି ମଧ୍ୟରୁ ଯୋଗ୍ୟ ବିବେଚିତ ହୋଇ ପ୍ରିଲିମ୍ ପରୀକ୍ଷା ଦେଇଥିଲେ ୨୦ ହଜାର ୨୬୦ ଜଣ । ମେନ୍ ପରୀକ୍ଷା ପାଇଁ ୭ ହଜାର ୧୧୩ ଜଣ ଯୋଗ୍ୟତା ଅର୍ଜନ କରିଥିଲେ ।
ଏଥିସହ ପଢ଼ନ୍ତୁ: ହସ୍ପିଟାଲ୍ ଭିତରେ ନର୍ସଙ୍କୁ ହତ୍ୟା; ଅଭିଯୁକ୍ତଙ୍କୁ ଧରାଇଦେଲା ସୁଇସାଇଡ୍ ନୋଟ୍
ତେବେ ତଦନ୍ତରୁ ଯେଉଁ ତଥ୍ୟ ଆସିଛି, ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଭୁବନେଶ୍ଵର, କଟକ ଓ ବ୍ରହ୍ମପୁରର ବିଭିନ୍ନ କୋଚିଂ ସେଣ୍ଟରରେ ପରୀକ୍ଷା ପୂର୍ବରୁ ହିଁ ହାତଲେଖା 'ମଡେଲ୍ ଆନ୍ସର' ବଣ୍ଟା ଚାଲିଥିଲା ।
ସେପଟେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ପ୍ରଶ୍ନପତ୍ର ଲିକ୍ ଏବଂ ମଡେଲ୍ ଆନସର ବଣ୍ଟନ କୌଣସି ଛୋଟ ଘଟଣା ନୁହେଁ । ଏହା ସଚ୍ଚୋଟ ଭାବେ ଦିନରାତି ପରିଶ୍ରମ କରୁଥିବା ଲକ୍ଷ ଲକ୍ଷ ଯୁବକମାନଙ୍କ ଭବିଷ୍ୟତ ଉପରେ ଏକ ସିଧାସଳଖ ଆକ୍ରମଣ । ଏହାଦ୍ଵାରା ସରକାରୀ ନିଯୁକ୍ତି ପ୍ରକ୍ରିୟା ଉପରୁ ସାଧାରଣ ଲୋକଙ୍କ ବିଶ୍ଵାସ ତୁଟି ଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories