|
logo
Live
Argus News App
GET APP

Argus News - ୧୮ ଲକ୍ଷ ଖର୍ଚ୍ଚ ପରେ ଧୋକା; ଦେଖା କରିବାକୁ ଡାକି ମୁହଁକୁ ଛେଚି ବ୍ୟାରେଜ୍‌ ତଳେ ଫିଙ୍ଗିଦେଲା

Crime

Crime In Odisha / ୧୮ ଲକ୍ଷ ଖର୍ଚ୍ଚ ପରେ ଧୋକା; ଦେଖା କରିବାକୁ ଡାକି ମୁହଁକୁ ଛେଚି ବ୍ୟାରେଜ୍‌ ତଳେ ଫିଙ୍ଗିଦେଲା

Sushanta Sahoo
Browse all articles by Sushanta Sahoo
·5 months ago·2 min read
୧୮ ଲକ୍ଷ ଖର୍ଚ୍ଚ ପରେ ଧୋକା; ଦେଖା କରିବାକୁ ଡାକି ମୁହଁକୁ ଛେଚି ବ୍ୟାରେଜ୍‌ ତଳେ ଫିଙ୍ଗିଦେଲା

Key Points

ସ୍ନେହଲତାଙ୍କ ସ୍ନେହ ବୋଳା କଥାରେ ଯେ ଖାଲି ବିଷ ଭରି ରହିଥିଲା ତାହା ଜାଣିବା ବେଳକୁ ବେଶ ବିଳମ୍ବ ହୋଇ ସାରିଥିଲା । ବେଉରିଆଙ୍କ ୧୫ ବର୍ଷର ପ୍ରେମରେ ବିଶ୍ଵାସ ଘାତ କରି ବାନ୍ଧବୀ ଜୀବନରୁ ହଟେଇ ଦେବାକୁ କରିଥିଲେ ସୁଚିନ୍ତିତ ଷଡ଼ଯନ୍ତ୍ର । ଆଉ ମୃତ୍ୟୁ ମୁଖରୁ ବହୁ ସଂଘର୍ଷ ପରେ କାଲାଚାନ୍ଦ ପାଇଛନ୍ତି ପୁନର୍ଜନ୍ମ ।

କଟକ: ୧୫ ବର୍ଷର ପ୍ରେମ, ୧୮ ଲକ୍ଷ ଖର୍ଚ୍ଚ... ଆଉ ନରାଜରେ ନାଟକର ଅନ୍ତ । ଫିଲ୍ମ କାହାଣୀ ଭଳି ଏଥିରେ ଅଛି ଭଲ ପାଇବା, ହିଂସା । କିନ୍ତୁ ଏଠି ନିର୍ଯାତିତ ଓ ପୀଡ଼ିତ ପ୍ରେମିକ, ପ୍ରେମିକା ସାଜିଛି ଭିଲିଆନ୍ । ବର୍ଷ ବର୍ଷ ଧରି ଜୀବନଠୁ ଅଧିକ ଯାହାକୁ ସେ ଭଲ ପାଉଥିଲେ, ସେ ଯେ ତାଙ୍କର ଏଭଳି ଅବସ୍ଥା କରିବ ସେ ସ୍ଵପ୍ନରେ ବି ଭାବି ନଥିଲେ । କିନ୍ତୁ ସ୍ନେହଲତାଙ୍କ ସ୍ନେହ ବୋଳା କଥାରେ ଯେ ଖାଲି ବିଷ ଭରି ରହିଥିଲା ତାହା ଜାଣିବା ବେଳକୁ ବେଶ ବିଳମ୍ବ ହୋଇ ସାରିଥିଲା । ବେଉରିଆଙ୍କ ୧୫ ବର୍ଷର ପ୍ରେମରେ ବିଶ୍ଵାସ ଘାତ କରି ବାନ୍ଧବୀ ଜୀବନରୁ ହଟେଇ ଦେବାକୁ କରିଥିଲେ ସୁଚିନ୍ତିତ ଷଡ଼ଯନ୍ତ୍ର । ଆଉ ମୃତ୍ୟୁ ମୁଖରୁ ବହୁ ସଂଘର୍ଷ ପରେ କାଲାଚାନ୍ଦ ପାଇଛନ୍ତି ପୁନର୍ଜନ୍ମ ।


ଏଥିସହ ପଢ଼ନ୍ତୁ: ଫୁଲ ପାଇଁ ଯାଇ ଆଉ ଫେରିଲେନି..., ନଦୀରୁ ମିଳିଲା ଡେଣା ନଥିବା ମୃତଦେହ


କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲାକ ହାଟସାହିଁର କାଲାଚାନ୍ଦ ବେଉରିଆ । ସେ ଦୀର୍ଘ ୧୫ ବର୍ଷ ଧରି ସେହି ଗାଁର ସ୍ନେହଲତାଙ୍କୁ ମନ ଭରି ଭଲ ପାଉଥିଲେ । ଦୁହିଁଙ୍କ ମିଳାମିଶା ଥିଲା । ସ୍ନେହଲତାଙ୍କୁ ଉଚ୍ଚଶିକ୍ଷିତ କରିବାକୁ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଥିଲେ କାଲାଚାନ୍ଦ । ପ୍ରେମିକା କିଭଳି OAS ପାଇବ ଆଖି ବୁଝି ୧୮ ଲକ୍ଷ ଉଡ଼ାଇ ଦେଲେ । ହେଲେ ପ୍ରେମିକା ଯେ ନିଜ ସ୍ଵପ୍ନ ପୂରଣ ପାଇଁ ଖାଲି ନାଟକ କରୁଥିଲା, ଷଡ଼ଯନ୍ତ୍ର ରଚିଥିଲା ତାହା ଜାଣି ପାରିନଥିଲେ କାଲାଚାନ୍ଦ ବେଉରିଆ ।


ଏବେ ବିଶ୍ଵାସଘାତର ଶିକାର ହେବା ପରେ ଅର୍ଗସ୍ ନ୍ୟୁଜ୍ କ୍ୟାମେରାରେ କାଲାଚାନ୍ଦ ବଖାଣିଛନ୍ତି ସବୁ କାହାଣୀ । ସେ କହିଛନ୍ତି, "ଗତ ୩ ତାରିଖରେ ଉଭୟ କଟକ ନରାଜରେ ଦେଖା କରିଥିଲେ । ରାତି ପ୍ରାୟ ୮ଟାରେ ଦୁହେଁ ଦେଖା ହୋଇଥିବା ବେଳେ ସ୍ନେହଲତା ତାଙ୍କୁ କିଛି ନିଶା ମିଶ୍ରିତ ଖାଦ୍ୟ ସହ ପାନୀୟ ଦେଇଥିଲେ । ଆଉ ସେ ସବୁ ଖାଇ ମୁଁ ଅଚେତ୍ ହୋଇ ପଡ଼ିଥିଲି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ବିବାହ ପ୍ରସ୍ତାବ ଦେଖିବାକୁ ଆସି କାଟିଦେଲା ଯୁବତୀଙ୍କ ଗଳା


ଆଉ ଚେତା ଆସିବା ବେଳକୁ କାଲାଚାନ୍ଦ ନିଜରୁ ନରାଜର ବ୍ରିଜ୍ ତଳେ ପାଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଦେହ, ମୁହଁ ସାରା ରକ୍ତାକ୍ତ ଅବସ୍ଥାରେ ସେ ରାସ୍ତାକୁ ଆସି ସାହାଯ୍ୟ ମାଗିଥିଲେ । ସ୍ଥାନୀୟ ଲୋକ ଓ ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଥିଲେ । ଏନେଇ କାଲାଚାନ୍ଦ ବାରଙ୍ଗ ଥାନାରେ ପ୍ରେମିକା ସ୍ନେହଲତାଙ୍କ ବିରୋଧରେ ଏତଲା ଦେଇଛନ୍ତି । ପୋଲିସ ତଦନ୍ତ BNSର ଧାରା ୧୦୯ (୧) ହତ୍ୟା ପାଇଁ ଉଦ୍ୟମ, ୧୨୩ ନିଶା ଦେଇ ଅପରାଧ ଘଟାଇବା, ୩୦୯ (୬) ଚୋରି ଭଳି ଦଫା ଲଗାଇ ତଦନ୍ତ ଜାରି ରଖିଛି ।



କାଲାଚାନ୍ଦଙ୍କ ଅଭିଯୋଗ ଅନୁସାରେ, ଘଟଣା ଦିନ ପ୍ରେମିକା ସ୍ନେହଲତା ତାଙ୍କର ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସହ ଆସିଥିଲେ । ଖାଦ୍ୟରେ ନିଶା ଦେଇ ଅଚେତ କରିବା ପରେ ପଥରରେ ମୁହଁକୁ ଛେଚିବା ସହ ନଖରେ ବେକକୁ ରାମ୍ପୁଡ଼ି ଥିଲେ । ଧାରୁଆ ଅସ୍ତ୍ରରେ ଚୋଟ ପରେ ଚୋଟ ପକାଇ ରକ୍ତାକ୍ତ କରିଥିଲେ । ଲାପଟପ୍‍, ରୂପା ବ୍ରେସଲେଟ, ଆଇଫୋନ୍‍ ହୀରା ମୁଦି ନେଇଯିବା ସହ ମୃତ ଭାବି ନରାଜ ବ୍ୟାରେଜ୍ ତଳକୁ କାଲାଚାନ୍ଦଙ୍କୁ ଫିଙ୍ଗି ଦେଇ ଫେରାର୍ ହୋଇ ଯାଇଥିଲେ । ଏବେ କାଲାଚାନ୍ଦଙ୍କ ଏତଲା ପରେ ସ୍ନେହଲତାକୁ ପୋଲିସ ଖୋଜୁଛି ।

Related Topics

Explore more stories

Sponsored
Crime In Odisha: ୧୮ ଲକ୍ଷ ଖର୍ଚ୍ଚ ପରେ ଧୋକା; ଦେଖା କରିବାକୁ ଡାକି ମୁହଁକୁ ଛେଚି ବ୍ୟାରେଜ୍‌ ତଳେ ଫିଙ୍ଗିଦେଲା | Argus News