|
logo
Live
Argus News App
GET APP

Argus News - ଫୁଲ ପାଇଁ ଯାଇ ଆଉ ଫେରିଲେନି..., ନଦୀରୁ ମିଳିଲା ଡେଣା ନଥିବା ମୃତଦେହ

Odisha

Crime In Odisha / ଫୁଲ ପାଇଁ ଯାଇ ଆଉ ଫେରିଲେନି..., ନଦୀରୁ ମିଳିଲା ଡେଣା ନଥିବା ମୃତଦେହ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଫୁଲ ପାଇଁ ଯାଇ ଆଉ ଫେରିଲେନି..., ନଦୀରୁ ମିଳିଲା ଡେଣା ନଥିବା ମୃତଦେହ

Key Points

୬୦ ବର୍ଷୀୟ ବୃଦ୍ଧଙ୍କ ଡେଣା କାଟି ଦେଇ ନଦୀରେ ମୃତଦେହ ଫିଙ୍ଗିଦେଲେ ଦୁର୍ବୃତ୍ତ । ଚିକିଟିରେ ଚାଞ୍ଚଲ୍ୟ, ନଦୀରେ ଭାସୁଛି ମୃତଦେହ ।

ଚିକିଟି (ଗଞ୍ଜାମ): ଅତି ବୀଭତ୍ସ, ନିର୍ମମ, ଜଘନ୍ୟ ହତ୍ୟା । ଗଞ୍ଜାମରେ ପୁଣି ହତ୍ୟାକାଣ୍ଡ । ୬୦ ବର୍ଷୀୟ ବୃଦ୍ଧଙ୍କ ଡେଣା କାଟି ଦେଇ ନଦୀରେ ମୃତଦେହ ଫିଙ୍ଗିଦେଲେ ଦୁର୍ବୃତ୍ତ । ଚିକିଟିରେ ଚାଞ୍ଚଲ୍ୟ, ନଦୀରେ ଭାସୁଛି ମୃତଦେହ । ପୂର୍ବ ଶତ୍ରୁତାକୁ ନେଇ କେ. ନୂଆଗାଁ ଥାନା ନୂଆପଡ଼ା ଗାଁ ଚାରିଆପଡ଼ା ସାହିରେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି ।


ଯାହାକୁ ନେଇ ଚାରିଆପଡ଼ାରେ ଚହଳ ପଡ଼ିଥିବା ବେଳେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ସୂଚନା ଅନୁସାରେ, ସେହି ଗାଁରେ ନାରାୟଣ ପ୍ରଧାନ ରବିବାର ଭୋର୍ ପ୍ରାୟ ୪ଟା ସମୟରେ ଫୁଲ ତୋଳିବାକୁ ନିଜ ବାରିକୁ ଯାଇଥିଲେ । ହେଲେ କେହି ଅଜଣା ଦୁର୍ବୃତ୍ତ ନାରାୟଣଙ୍କ ଉପରେ ଆକ୍ରମଣ କରିଥିଲା ।


ଏଥିସହ ପଢ଼ନ୍ତୁ: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ବଡ଼ ଖୁଲାସା


ଆକ୍ରମଣକାରୀ ନାରାୟଣଙ୍କ ବାମ ହାତ ଡେଣା ପାଖକୁ କାଟି ଦେବା ସହ ଶରୀରର ଏକାଧିକ ସ୍ଥାନକୁ ଆଘାତ କରିଥିଲା । ଆଉ ନାରାୟଣଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହଖୁ ନଦୀ ସୁଅରେ ଭସାଇ ଦେଇ ଫେରାର୍ ହୋଇ ଯାଇଛି ଆକ୍ରମଣକାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସକାଳେ ନଦୀରେ ମୃତଦେହକୁ ଦେଖି ଚମକି ଯାଇଥିଲେ ଲୋକେ । ତୁରନ୍ତ ପୋଲିସକୁ ଖବର ଦେଇଥିଲେ । କେ.ନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି । ମୃତଦେହ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ଼ ମେଡିକାଲ୍ ପଠା ଯାଇଛି ।


ଏଥିସହ ପଢ଼ନ୍ତୁ: ଗୁଣି ସନ୍ଦେହରେ ମାଡ଼ ମାରି ଗୋଡ଼ରେ ପକାଇଲେ ବେଡ଼ି, ଚାଲିଗଲା ଜୀବନ


ପୋଲିସର ଅନୁମାନ ଅନୁସାରେ, ନାରାୟଣଙ୍କୁ ପୂର୍ବ ବ୍ୟକ୍ତିଗତ ଶତ୍ରୁତାରୁ ହତ୍ୟା କରାଯାଇ ଥାଇପାରେ । ପୋଲିସ ମାମଲା ରୁଜୁ କରି ହତ୍ୟାକାରୀଙ୍କୁ ଧରିବା ଲାଗି ଛାନଭିନ୍ ଆରମ୍ଭ କରିଛି । ତେବେ କିଏ ଭୋର୍ ସମୟରେ ନାରାୟଣଙ୍କୁ ଆକ୍ରମଣ କଲା ? ଆକ୍ରମଣକାରୀ ଜଣେ ନା ଏକରୁ ଅଧିକ ? ଭୋର୍ ୪ଟାରେ ନାରାୟଣ ଫୁଲ ତୋଳିବାକୁ ଯାଉଥିବା କେମିତି ଜାଣିଲା ? ଏବେ ପୋଲିସ ଏଭଳି ଅନେକ ପ୍ରଶ୍ନକୁ ନେଇ ତଦନ୍ତ ଆରମ୍ଭ କରିଛି ।

Related Topics

Explore more stories

Sponsored
Crime In Odisha: ଫୁଲ ପାଇଁ ଯାଇ ଆଉ ଫେରିଲେନି..., ନଦୀରୁ ମିଳିଲା ଡେଣା ନଥିବା ମୃତଦେହ | Argus News