Crime In Odisha / କଟକ ପୁରୀଘାଟରେ ରକ୍ତାକ୍ତ ସଂଘର୍ଷ... ଘଟଣାରେ ୧୦ରୁ ଅଧିକ ବ୍ୟକ୍ତି ଅଟକ

Key Points
ଘଟଣାରେ ୧୦ରୁ ଅଧିକ ବ୍ୟକ୍ତି ଅଟକ
ଉଭୟ ପକ୍ଷରୁ ଏକାଧିକ ଆହତ ଓ ଗୁରୁତର
ପୂର୍ବ ଶତ୍ରୁତାରୁ ଭୟଙ୍କର ଗଣ୍ଡଗୋଳ
କଟକ: କଟକ ପୁରୀଘାଟ ନିକଟ କାଠଯୋଡି ରିଂ ବନ୍ଧରେ ରକ୍ତାକ୍ତ ସଂଘର୍ଷ ଘଟଣା । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି । ସିସିଟିଭି ଫୁଟେଜ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି ।
ଘଟଣାରେ ଉଭୟ ପକ୍ଷରୁ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଘଟଣାରେ ଯାଇଛି ଜଣଙ୍କ ଜୀବନ । ମୃତକ ହେଲେ ଗଣେଶ ଘାଟ ସାହି ସଭାପତି ଅମରେନ୍ଦ୍ର ସାମଲ ଓରଫ ବୁଲୁ । ଏଥିରେ ନିରଞ୍ଜନ ସାମଲ ଓରଫ ନିଲୁଆଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେ ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାରେ ଉଭୟ ପକ୍ଷରୁ ଏକାଧିକ ଆହତ ଓ ଗୁରୁତର ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି ।
ପୁରୀଘାଟ ବୁରୁଜ୍ ସାହି ଓ ଗଣେଷ ଘାଟ ସାମଲ ସାହି ମଧ୍ୟରେ ଶୁକ୍ରବାର ସନ୍ଧ୍ୟାବେଳେ ହୋଇଥିଲା ଏହି ରକ୍ତାକ୍ତ ସଂଘର୍ଷ । ଢେଲା ପଥର, କାଚ ବୋତଲ ମାଡ଼ ସହ ଠେଙ୍ଗା ବାଡ଼ିରେ ବାଳିଆ ପିଟା ହେବା ସହ ଖଣ୍ଡରେ ହଣାକଟା ହୋଇଥିଲେ ।
ଏଥି ସହ ପଢନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ଠେଲାପେଲାରୁ ଗଣ୍ଡଗୋଳ, ଚାଲିଗଲା ଜୀବନ
ସାମାନ୍ୟ ବଚସାରୁ ଭୟଙ୍କର ରୂପ ନେଲା ବିବାଦ । ଠେଲାପେଲାରୁ ଆରମ୍ଭ, ଶେଷରେ ହଣାକଟା, ଢେଲାପଥର ଓ କାଚ ବୋତଲ ମାଡ଼ରେ ରଣକ୍ଷେତ୍ର ପାଲଟିଲା କଟକର କାଠଯୋଡ଼ି ରିଂ ବନ୍ଧ । ଦୁଇ ସାହି ମଧ୍ୟରେ ଏହି ଭୟଙ୍କର ସଂଘର୍ଷରେ ଝରିଲା ରକ୍ତ, ଚାଲିଗଲା ଜଣଙ୍କ ଜୀବନ । ଆଉ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି । ପୂର୍ବ ଶତ୍ରୁତାର ନିଆଁ ଏଭଳି ଉଗ୍ର ରୂପ ନେବ ଏବଂ ଗୋଟିଏ ଜୀବନ ନେଇଯିବ, ତାହା କେହି ଭାବି ନଥିଲେ ।
ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା... କଟକ ପୁରୀଘାଟ ବୁରୁଜ ସାହି ଓ ଗଣେଶ ଘାଟ ସାମଲ ସାହିର ଯୁବକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରଥମେ ଠେଲାପେଲା ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ । ଠେଙ୍ଗାବାଡ଼ି, ଢେଲାପଥର ଓ କାଚ ବୋତଲ ମାଡ଼ ସାଙ୍ଗକୁ ଖଣ୍ଡାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ଦୋକାନ ଘର ମଧ୍ୟ ଭାଙ୍ଗି ଦିଆଯାଇଥିଲା ।
ଏହି ସଂଘର୍ଷରେ ଗଣେଶ ଘାଟ ସାମଲ ସାହିର ୫୦ ବର୍ଷୀୟ ଅମରେନ୍ଦ୍ର ସାମଲ ଓରଫ ବୁଲୁଙ୍କ ମୃତ୍ୟୁ ହୋଇଛି । ନିରଞ୍ଜନ ସାମଲ ଓରଫ ନିଲୁଆ ଗୁରୁତର ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ୫ ଜଣ ମଧ୍ୟ ଆହତ ହୋଇଛନ୍ତି ।
ଖବର ପାଇ ଡିସିପିଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ଉଭୟ ପକ୍ଷରୁ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ସାଇଣ୍ଟିଫିକ୍ ଟିମ୍ ପ୍ରମାଣ ସଂଗ୍ରହ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ଗଠନ ହୋଇଥିବା ଡିସିପି କହିଛନ୍ତି । ଏବେ ପୋଲିସର ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ।
📱 Get Argus News App
✨Related Topics
Explore more stories