Crime In Odisha / ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ଠେଲାପେଲାରୁ ଗଣ୍ଡଗୋଳ, ଚାଲିଗଲା ଜୀବନ
·45 mins ago·2 min read

Key Points
ପୂର୍ବ ଶତ୍ରୁତାକୁ ନେଇ ଠେଲାପେଲାରୁ ଗଣ୍ଡଗୋଳ, ହଣାକଟା, ପଥର ମାଡ଼ । ଦୁଇ ସାହି ମଧ୍ୟରେ ମୁହାଁମୁହିଁରେ ଚାଲିଗଲା ଜଣଙ୍କ ଜୀବନ ।
କଟକ: କଟକ ପୁରୀଘାଟ ନିକଟରେ ଖଣ୍ଡଯୁଦ୍ଧ । ପୂର୍ବ ଶତ୍ରୁତାକୁ ନେଇ ଠେଲାପେଲାରୁ ଗଣ୍ଡଗୋଳ, ହଣାକଟା, ପଥର ମାଡ଼ । ଦୁଇ ସାହି ମଧ୍ୟରେ ମୁହାଁମୁହିଁରେ ଚାଲିଗଲା ଜଣଙ୍କ ଜୀବନ । ମୃତକ ହେଲେ ଗଣେଶ ଘାଟ ସାମଲ ସାହିର ୫୦ ବର୍ଷୀୟ ଅମରେନ୍ଦ୍ର ସାମଲ ଓରଫ ବୁଲୁ ।
ଏହି ଗଣ୍ଡଗୋଳରେ ଅନ୍ୟ ଜଣେ ଗୁରୁତର ହୋଇଥିବା ବେଳେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ମାନଙ୍କର ମଧ୍ୟ ଚିକିତ୍ସା ଚାଲିଛି ।
ଏଥିସହ ପଢ଼ନ୍ତୁ: ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା, ୩ ଗୁଣା ବୃଦ୍ଧି ପାଇଲା ଅବସରକାଳୀନ ସହାୟତା ରାଶି
ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ପୁରୀଘାଟର ବୁରୁଜ ସାହି ଓ ଗଣେଶ ଘାଟର ସାମଲ ସାହି ଯୁବକଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ଠେଲାପେଲା ହୋଇଥିଲା । ଏହା ପରେ ଦୁଇ ସାହି ମଧ୍ୟରେ ଖଣ୍ଡଯୁଦ୍ଧ, ହଣାକଟା, ଢେଲା ପଥର ମାଡ଼, କାଚ ବୋତଲ ମାଡ଼ ହୋଇଥିଲା । ଦୋକାନ ଘର ମଧ୍ୟ ଭାଙ୍ଗି ଦେଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖବର ପାଇ କଟକ ଡିସିପିଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲେ । ମୃତକଙ୍କ ପୁତୁରା ତପନ ସାମଲ କହିଛନ୍ତି, "ଆମ ପିଲା କାଲି ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିଲା । ଗାଡ଼ି ସାଇଡ୍ କରିବାକୁ ନେଇ ପ୍ରଥମେ ମାଡ଼ ମାରିଥିଲେ । ପରେ ବୁଝାସୁଝା କରି ଅଡ଼ୁଆ ତୁଟିଥିଲା । ପରେ ଆଜି ଆମର ଭାଇ ଅଟୋ ଚଲାଇବା ବେଳେ ପ୍ରଥମେ ମାଡ଼ ମାରିଥିଲେ । ଏବେ ଆମ ଦାଦାଙ୍କୁ ମାରି ଦେଇଛନ୍ତି ।"
ଏଥିସହ ପଢ଼ନ୍ତୁ: ବାରଙ୍ଗରେ ଚାଞ୍ଚଲ୍ୟ; ଦିନ ଦ୍ଵି-ପ୍ରହରରେ କାର୍ ସହ ଯୁବକଙ୍କୁ ଜାଳିଦେଲେ
କଟକ ଡିସିପି ଖିଲାରୀ ଋଷିକେଶ କହିଛନ୍ତି, "୨ ସାହି ଝଗଡ଼ା ନେଇ ପ୍ରଥମେ ପିସିଆରକୁ କଲ୍ ଆସିଥିଲା । ପିସିଆର୍ ପହଞ୍ଚିବା ପରେ ପଥର ମାଡ଼ କରିଥିଲେ । ଜଣେ ହାବିଲଦାର ସହ ଉଭୟ ପକ୍ଷର ଏକାଧିକ ଆହତ ହୋଇଛନ୍ତି । ତଦନ୍ତ କରୁଛୁ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ଗଠନ କରିଛୁ ।"