Curfew In Cuttack / ହିଂସା ପରେ କଟକରେ ସ୍ଵାଭାବିକ ହେଉଛି ସ୍ଥିତି, ପଇଁତରା ମାରୁଛି ପୋଲିସ

Key Points
କଟକ ହିଂସା ଘଟଣାରେ ୮ ଜଣ ଗିରଫ । ପୋଲିସ ରୁଜୁ କଲା ୩ଟି ମାମଲା । ରବିବାର ରାତିରୁ ସହରରେ କର୍ଫ୍ୟୁ ଜାରି ରହିଥିବା ବେଳେ ଏବେ ସ୍ଥିତି ଧିରେ ଧିରେ ସ୍ଵାଭାବିକ ହେବାରେ ଲାଗିଛି ।
କଟକ: ଭାଇଚାରାର ସହରକୁ ଅଶାନ୍ତ ଘଟଣାରେ ୮ ଜଣ ଗିରଫ । ପୋଲିସ ରୁଜୁ କଲା ୩ଟି ମାମଲା । ରବିବାର ରାତିରୁ ସହରରେ କର୍ଫ୍ୟୁ ଜାରି ରହିଥିବା ବେଳେ ଏବେ ସ୍ଥିତି ଧିରେ ଧିରେ ସ୍ଵାଭାବିକ ହେବାରେ ଲାଗିଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।
ପୋଲିସ କମିଶନର କହିଛନ୍ତି, "ଗତକାଲିର ଘଟଣାରେ ସମ୍ପୃକ୍ତ ହିଂସାକାରୀଙ୍କୁ ଚିହ୍ନଟ କରାଯାଇଛି । ଏବେ ସୁଦ୍ଧା ୮ ଜଣଙ୍କୁ ଗିରଫ କରିଛି । ସ୍ଥିତି ସୁଧୁରୁଥିବା ବେଳେ ଶୀଘ୍ର ସବୁକିଛି ସାଧାରଣ ହୋଇଯିବ । ଯିଏ ବି ହିଂସା ଭିଆଇବ, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।"
ଏଥିସହ ପଢ଼ନ୍ତୁ: କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ; ଆଇନ୍ ଶୃଙ୍ଖଳା ADG କହିଲେ 'ଚିହ୍ନଟ ହୋଇଛନ୍ତି ହିଂସାକାରୀ'
ସହରରେ ସ୍ଥିତିକୁ ସ୍ଵାଭାବିକ କରିବାକୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି ପୋଲିସ କର୍ମୀ । କଟକରେ ୫୦ରୁ ୬୦ ପୋଲିସ ଫୋର୍ସ ସହ ୫ କମ୍ପାନୀ ସିଏପିଏଫ ଫୋର୍ସ ଓ ଗୋଟିଏ ରାପିଡ୍ ଆକ୍ସନ ଫୋସ ମୁତୟନ କରାଯାଇଛି ।
ସେପଟେ ସୋସିଆଲ ମିଡିଆରେ କୌଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରିବାକୁ କହିଛି ଓଡ଼ିଶା ପୋଲିସ । Xରେ ପୋଲିସ କହିଛି, "ସୋସିଆଲ୍ ମିଡିଆ ପୋଷ୍ଟରେ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ବିରତ ରହନ୍ତୁ । ଯେଉଁମାନେ ମିଥ୍ୟା କିମ୍ବା ଭ୍ରାନ୍ତି ସୂଚନା ପ୍ରଚାର ଓ ପ୍ରସାର କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
Advisory
ସୋସିଆଲ ମିଡ଼ିଆରେ କୌଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରନ୍ତୁ। ଏହା ସହ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ବିରତ ରହନ୍ତୁ। ଯେଉଁମାନେ ମିଥ୍ୟା କିମ୍ବା ଭ୍ରାନ୍ତି ସୂଚନା ପ୍ରଚାର ଓ ପ୍ରସାର କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କିଛି ବ୍ୟକ୍ତି…
📱 Get Argus News App
✨କିଛି ବ୍ୟକ୍ତି ବିଶେଷ ମିଥ୍ୟା ଖବର ପ୍ରସ୍ତୁତ ଓ ପ୍ରଚାର କରି ସମାଜରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି। ନାଗରିକମାନେ ସଚେତନ ରୁହନ୍ତୁ ଏବଂ କୌଣସି ପରିସ୍ଥିତିରେ ମଧ୍ୟ ମିଛ ଭିଡିଓ କିମ୍ବା ସୋସିଆଲ ମିଡିଆ ପୋଷ୍ଟ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି । .
କଟକ ହିଂସାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, "ଉଦବେଗଜନକ ସ୍ଥିତିରୁ ଧିରେ ଧିରେ ସାଧାରଣ ହେଉଛି ପରିସ୍ଥିତି । ପୋଲିସ ଯଥା ଯୋଗ୍ୟ ପଦକ୍ଷେପ ନେବା କଥା ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଶାନ୍ତି ପାଇଁ ଅପିଲ କରିଛନ୍ତି ।. ସରକାରଙ୍କ ତରଫରୁ ଅନୁରୋଧ କରାଯାଉଛି । ଏଭଳି କିଛି ଘଟଣା ନଘଟୁ ଯାହାଦ୍ବାରା ଓଡିଶା କିମ୍ବା କଟକର ସମ୍ମାନରେ ଆଞ୍ଚ ଆସିବ । ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ । ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଠୋର ଶାସ୍ତି ବିଧାନ ହେବ ।"
ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏଁ ଲାଗୁ ହୋଇଛି କଟକରେ କର୍ଫ୍ୟୁ । ଦରଘା ବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ମାଲଗୋଦାମ, ବାଦାମବାଡ଼ି ଥାନା ସମେତ ୧୩ ଟି ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି ।
ଜଗତପୁର, ବୟାଳିଶିମୌଜା ଓ କଟକ ସଦର ଥାନା ଅଞ୍ଚଳରେ ବି ଲାଗିଛି କର୍ଫ୍ୟୁ । ଏହି ସମୟରେ ସରକାରୀ ଅଫିସ୍ ଖୋଲା ରହିବ, ଜରୁରୀ ସେବା ଓ ସ୍କୁଲକୁ କର୍ଫ୍ୟୁରୁ ବାଦ୍ ଦିଆଯାଇଛି । କିନ୍ତୁ ପ୍ରଦର୍ଶନ, ଶୋଭାଯାତ୍ରା ତଥା ଲୋକ ଗହଳିକୁ ବାରଣ କରାଯାଇଛି ।