|
logo
Live
Argus News App
GET APP

Argus News - କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ; ଆଇନ୍‌ ଶୃଙ୍ଖଳା ADG କହିଲେ 'ଚିହ୍ନଟ ହୋଇଛନ୍ତି ହିଂସାକାରୀ'

Odisha

Curfew In Cuttack / କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ; ଆଇନ୍‌ ଶୃଙ୍ଖଳା ADG କହିଲେ 'ଚିହ୍ନଟ ହୋଇଛନ୍ତି ହିଂସାକାରୀ'

Sushanta Sahoo
Browse all articles by Sushanta Sahoo
·5 months ago·2 min read
କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ; ଆଇନ୍‌ ଶୃଙ୍ଖଳା ADG କହିଲେ 'ଚିହ୍ନଟ ହୋଇଛନ୍ତି ହିଂସାକାରୀ'

Key Points

ସହରର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ରବିବାର ରାତି ୧୦ଟାରୁ ଲାଗୁ ହୋଇଛି । ୫୦ରୁ ୬୦ ପ୍ଲାଟୁନ୍ ଫୋର୍ସ ସହ ୬ କମ୍ପାନୀ ସିଏପିଏଫ୍ ଫୋର୍ସ ମୁତୟନ କରାଯାଇଛି । ୨ଟି ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ ହୋଇଛନ୍ତି ।

କଟକ: କର୍ଫ୍ୟୁ ଭିତରେ କଟକ, ହିଂସାକାରୀଙ୍କୁ ଖୋଜୁଛି ପୋଲିସ । ଏବେ କଟକରେ ପରିସ୍ଥିତି ଶାନ୍ତ ରହିଛି । ଏନେଇ ସୂଚନା ଦେଇଛନ୍ତି ଆଇନ୍ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର । ସେ କହିଛନ୍ତି, "ଗତକାଲି କିଛି ଲୋକ ବଦମାସୀ କରିଥିଲେ, ସେମାନଙ୍କୁ ଚିହ୍ନଟ କରାଯାଇଛି ।"


ସହରର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ରବିବାର ରାତି ୧୦ଟାରୁ ଲାଗୁ ହୋଇଛି । ୫୦ରୁ ୬୦ ପ୍ଲାଟୁନ୍ ଫୋର୍ସ ସହ ୬ କମ୍ପାନୀ ସିଏପିଏଫ୍ ଫୋର୍ସ ମୁତୟନ କରାଯାଇଛି । ଗୋଟିଏ ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ ହୋଇଛନ୍ତି । କୌଣସି ପ୍ରକାର ଅପରାଧିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଆଇନ୍ ଶୃଙ୍ଖଳା ଏଡିଜି ।


ଏଥିସହ ପଢ଼ନ୍ତୁ: କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଘୋଷଣା, ବିଶୃଙ୍ଖଳା କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ


ବିଶୃଙ୍ଖଳା ଓ ହିଂସା ସୃଷ୍ଟି କରୁଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ସିସିଟିଭିରୁ ସେମାନଙ୍କୁ ଚିହ୍ନଟ କରାଯାଉଛି । ଡିଜିଟାଲ୍ ଏଭିଡେନ୍ସ ଅନୁସାରେ ଚିହ୍ନଟ ଚାଲିଛି । କଟକ ସବୁବେଳେ ଶାନ୍ତି ପ୍ରିୟ ସହର । ଗୁଜବ ଉପରେ ଲୋକ ବିଶ୍ଵାସ କରନ୍ତୁ ନାହିଁ । ଯିଏ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ତାଙ୍କୁ ଆମେ ଧରିବୁ ବୋଲି କହିଛନ୍ତି ଏଡିଜି ।


ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏଁ ଲାଗୁ ହୋଇଛି କଟକରେ କର୍ଫ୍ୟୁ । ଦରଘା ବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍‌-୨, ମାଲଗୋଦାମ, ବାଦାମବାଡ଼ି ଥାନା ସମେତ ୧୩ ଟି ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ଜଗତପୁର, ବୟାଳିଶିମୌଜା ଓ କଟକ ସଦର ଥାନା ଅଞ୍ଚଳରେ ବି ଲାଗିଛି କର୍ଫ୍ୟୁ । ଏହି ସମୟରେ ସରକାରୀ ଅଫିସ୍ ଖୋଲା ରହିବ, ଜରୁରୀ ସେବା ଓ ସ୍କୁଲକୁ କର୍ଫ୍ୟୁରୁ ବାଦ୍ ଦିଆଯାଇଛି । କିନ୍ତୁ ପ୍ରଦର୍ଶନ, ଶୋଭାଯାତ୍ରା ତଥା ଲୋକ ଗହଳିକୁ ବାରଣ କରାଯାଇଛି ।


ଏଥିସହ ପଢ଼ନ୍ତୁ: ବରୁଣେଇରେ ବାର୍‌ହା ନେଲା ଜୀବନ, ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ କର୍ମଚାରୀ ମୃତ


କଟକରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ଶାନ୍ତି ଶୃଙ୍ଖଳା ଭଙ୍ଗକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭାଇଚାରା ବଜାୟ ରଖନ୍ତୁ, ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ ବୋଲି ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।


ସେହିଭଳି କଟକରେ ଶାନ୍ତି ବଜାୟ ରଖିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିବେଦନ କରିଛନ୍ତି । Xରେ ଧର୍ମେନ୍ଦ୍ର କହିଛନ୍ତି, "କଟକରେ ଦୁର୍ଗାପୂଜା ଭସାଣି ବେଳେ ଘଟିଥିବା ଅଭାବନୀୟ ଘଟଣା ଅତ୍ୟନ୍ତ ଦୁଃଖର ବିଷୟ । ହଜାର ବର୍ଷର ଭାଇଚାରାର ସହର କଟକରେ ଏଭଳି ଘଟଣା ଘଟିବା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ରାଜ୍ୟ ସରକାର ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ନେବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ଆମେ ସମସ୍ତେ ମିଳିମିଶି ସଂଯମତା ରକ୍ଷା କରିବା ସହ ସାମାଜିକ ସଦଭାବନା ବଜାୟ ରଖିବା ଜରୁରୀ । କଟକର ଗୌରବମୟ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ଆମର ଦାୟିତ୍ୱ ।"

Related Topics

Explore more stories

Sponsored
Curfew In Cuttack: କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ; ଆଇନ୍‌ ଶୃଙ୍ଖଳା ADG କହିଲେ 'ଚିହ୍ନଟ ହୋଇଛନ୍ତି ହିଂସାକାରୀ' | Argus News