Videos
|
Crime

Dead Body Found / ରାଗ ରଖି ଏମିତି ମାରିଦେଲେ, ଶେଷରେ ମୁଣ୍ଡ କାଟି ଫୋପାଡି ଚାଲିଗଲେ

Banajyotshna Ray
Browse all articles by Banajyotshna Ray
·7 months ago·2 min read
ରାଗ ରଖି ଏମିତି ମାରିଦେଲେ, ଶେଷରେ ମୁଣ୍ଡ କାଟି ଫୋପାଡି ଚାଲିଗଲେ
Dead Body Found

Key Points

ରାସ୍ତାକଡ଼ରେ ପଡିଛି ମୃତଦେହ। ଯାଜପୁର ସୁକିନ୍ଦା ଥାନା ଲୋମ୍ବୋ ଗ୍ରାମ ପଞ୍ଚାୟତରେ ଚାଞ୍ଚଲ୍ୟ। ମୃତକ ଦଶରଥ ବେହେରା ବୋଲି ସୂଚନା ମିଳିଛି।
ରାସ୍ତାରେ ପଡ଼ିଛି କଟା ମୁଣ୍ଡ। ସବୁଠୁ ବଡ ଖବର ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୋ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଟିଗାଡ଼ିଆ ଗାଁରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ରାସ୍ତା କଡ଼ରେ ପଡ଼ିରହିଛି ଜଣେ ବ୍ୟକ୍ତିଙ୍କର କଟା ହୋଇଥିବା ମୁଣ୍ଡ। ମୃତ ବ୍ୟକ୍ତିଙ୍କ ନାଁ ଦଶରଥ ବେହେରା ବୋଲି ଜଣାପଡ଼ିଛି। ସୂଚନା ମୁତାବକ କେହି ଅଜଣା ବ୍ୟକ୍ତି ମାଟିଗାଡ଼ି ବାସିନ୍ଦା ଦଶରଥ ବେହେରାଙ୍କୁ ମାରି ମୃତଦେହକୁ ମାଟି ଗାଡିଆ ରାସ୍ତା କଡ଼ରେ ପକାଇ ଚାଲି ଯାଇଛି।

ସ୍ଥାନୀୟ ଲୋକେ ଆଜି ସକାଳୁ ଦେଖି ସୁକିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ସୁକିନ୍ଦା ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଗାଁଲୋକେ କହୁଛନ୍ତି ବୋଧେ ପୂର୍ବର ଶତ୍ରୁତାକୁ ନେଇ କେହି ରାଗ ରଖି ଏପରି କରିଥାଇପାରେ। ହେଲେ ଜଣେ ବ୍ୟକ୍ତି ଏତେ ନୃଂଶସ ହେଲା କିପରି ।

ଯେକୌଣସି କାରଣ ବି ହେଉ ଏଭଳି ଭାବରେ ଜଣଙ୍କୁ ଜୀବନରୁ ମାରିଦେବା କେତେଦୂର ଠିକ। ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ ଏଭଳି ହଣାକଟା, ମାଡପିଟ ଖବର ସାମ୍ନାକୁ ଆସୁଛି। ଅନେକ ଲୋକଙ୍କ ଜୀବନ ଯାଉଛି। କେବଳ ସେତିକି ନୁହେଁ, ଆଜିକାଲି ଦୁର୍ଘଟଣା ଜନିତ ମୃତ୍ୟୁ ମଧ୍ୟ ଅଧିକ ହେଉଛି। ଥାର୍ ଆତଙ୍କରେ ରାଜଧାନୀ ଥରହର । ଆଖି ପିଛୁଳାକେ ମାଡ଼ି ଆସୁଛି । ନେଇଯାଉଛି ଜୀବନ । ଗଲା ୨୪ ଘଣ୍ଟାରେ ରାଜଧାନୀରେ ଦୁଇ ଦୁଇଟି ଥାର୍ ଦୁର୍ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ କ୍ୟାପିଟାଲ ହସ୍ପିଟାଲ ନିକଟରେ ବୁଲେଟ ଆରୋହୀ ତିନି ଯୁବକଙ୍କୁ ଧକ୍କା ଦେଇଛି ଥାର୍।

ଏଥିସହ ପଢ଼ନ୍ତୁ: ଯଦି ଚାଚାଙ୍କର ୩୦ ଛୁଆ ହୋଇପାରୁଛି, ହିନ୍ଦୁଙ୍କର ୪ଟା କାହିଁକି ନୁହେଁ: ବାଗେଶ୍ଵର ବାବା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାହା ଶବ୍ଦରେ ପ୍ରକାଶ କରିବା କଷ୍ଟ । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ମୃତ ରାଜା ଏକ ପାର୍ଲରେ କାମ କରି ପେଟ ପୋଷୁଥିବା ବେଳେ ତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛି ତାଙ୍କ ପରିବାର। ସେପଟେ କ୍ୟାପିଟାଲ ହସ୍ପିଟାଲ ଛକ ନିକଟ ଦୁର୍ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ଚନ୍ଦକା ଥାନା ଅଞ୍ଚଳରେ ଦୁର୍ଘଟଣା ଘଟାଇଛି ଆଉ ଏକ ଥାର୍। ଭେନ୍ୟୁ ସହ ଧକ୍କା ପରେ ଦୁଇଟି ଗାଡିକୁ ଅଟକ ରଖିଛି ପୋଲିସ । ତେବେ ବାରମ୍ବାର ଏଭଳି ଦୁର୍ଘଟଣା ଏବେ ପୋଲିସର ମୁଣ୍ଡବିନ୍ଧା ପାଲଟିଛି । ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ।

ଅଧିକ ପଢ଼ନ୍ତୁ ଅପରାଧ ଖବର: 

Related Topics

Explore more stories