Subhamitra Murder Case / ବୀମା ଟଙ୍କା ପାଇଁ ୨ ପତ୍ନୀଙ୍କୁ ହତ୍ୟା କରିଛି ଦୀପକ ! ଖୋଲିବ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ

Key Points
ଖୋଲିବ ଅପର୍ଣ୍ଣା ପ୍ରିୟଦର୍ଶନୀଙ୍କ ମୃତ୍ୟୁ ରହସ୍ୟ। ଗିରଫ ସ୍ବାମୀ ଦୀପକର ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କ ମୃତ୍ୟୁ ରହସ୍ୟର ଖୋଳତାଡ଼। ଖୁଣ୍ଟୁଣୀ ଅଞ୍ଚଳରେ ହୋଇଥିବା ଆକ୍ସିଡେଣ୍ଟ ସ୍ପଟକୁ ଯିବ ପୋଲିସ।
ଶୁଭମିତ୍ରା ହତ୍ୟା ମାମଲାରେ ଗିରଫ ହୋଇଥିବା ସ୍ବାମୀ ଦୀପକର ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶନୀଙ୍କ ମୃତ୍ୟୁ ରହସ୍ୟ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ । ଖୁଣ୍ଟୁଣୀ ଅଞ୍ଚଳରେ ହୋଇଥିବା ଆକ୍ସିଡେଣ୍ଟ ସ୍ପଟକୁ ଯିବ ପୋଲିସ । ଖୁଣ୍ଟୁଣୀ ଥାନାରେ ଅପର୍ଣ୍ଣାଙ୍କ ମୃତ୍ୟୁ ନେଇ ଅଭିଯୋଗର ହେବ ଖୋଳତାଡ଼ । ସେହିପରି ପୋଷ୍ଟମୋର୍ଟମ ରିପୋର୍ଟକୁ ଯାଞ୍ଚ କରିବା ସହ ସେତେବେଳର ଥାନା ଅଧିକାରୀଙ୍କ ବୟାନ ରେକର୍ଡ କରିବ ପୋଲିସ ।
ଦୀପକଙ୍କ ବିରୋଧରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ପରିବାର ଆଣିଛନ୍ତି ସାଂଘାତିକ ଅଭିଯୋଗ । ଶୁଭମିତ୍ରାଙ୍କ ପରି ଅପର୍ଣ୍ଣାଙ୍କୁ ହତ୍ୟା କରାଯାଇଛି । ଅଭିଯୋଗ ହୋଇଛି ଯେ ଦୁର୍ଘଟଣା ପୂର୍ବରୁ ଦୀପକଙ୍କ ସହ ବୁଲିବାକୁ ଯାଇଥିବା ନେଇ ଭଉଣୀକୁ ଫୋନ କରି ଜଣାଇଥିଲେ ଅପର୍ଣ୍ଣା । କିଛି ସମୟ ପରେ ଖୁଣ୍ଟୁଣୀ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ଅପର୍ଣ୍ଣାଙ୍କ ଘରକୁ ଫୋନ କରିଥିଲା ଦୀପକ । ଘରଲୋକ ମେଡିକାଲରେ ପହଞ୍ଚିବା ବେଳକୁ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଯାଇଥିଲା ।
ଅଧିକ ପଢ଼ନ୍ତୁ: ଶୁଭମିତ୍ରାଙ୍କ ବାପାଙ୍କ ସାଂଘାତିକ ଅଭିଯୋଗ, ହତ୍ୟାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଦୀପକର ବଡ଼ ଭାଇ
ସେପଟେ ଶୁଭମିତ୍ରାଙ୍କ ବାପା ଅଭିଯୁକ୍ତ ଦୀପକ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଅର୍ଗସ କ୍ୟାମେରାରେ ବଡ଼ ବୟାନ ଦେଇଛନ୍ତି ଶୁଭମିତ୍ରାଙ୍କ ବାପା । ୧ କୋଟି ୨୫ ଲକ୍ଷର ବୀମା ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରିଛି ଦୀପକ । ତେବେ ହତ୍ୟାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଦୀପକର ବଡ଼ ଭାଇ ବୋଲି ବଡ଼ ଅଭିଯୋଗ କରିଛନ୍ତି ଶୁଭମିତ୍ରାଙ୍କ ବାପା ।
ସେ ଆହୁରି କହିଛନ୍ତି, ଶୁଭମିତ୍ରା ନାଁରେ ୧ କୋଟି ୨୫ ଲକ୍ଷ ଟଙ୍କାର ବୀମା କରିଥିଲା ଦୀପକ । ବୀମା ଟଙ୍କା ହାତେଇବାକୁ ଯୋଜନା କରିଥିଲେ ଦୀପକ ଓ ତା’ର ବଡ଼ ଭାଇ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ନାଁରେ ବି ବୀମା କରିଥିଲା ଦୀପକ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ନାଁରେ ଦୀପକ ଦେଢ଼ କୋଟି ଟଙ୍କାର ବୀମା କରିଥିଲା । ଆଉ ଅପର୍ଣ୍ଣାକୁ ମଧ୍ୟ ହତ୍ୟା କରିବା ପରେ ସେ ସେହି ଦେଢ଼ କୋଟି ଟଙ୍କା ହାତେଇଥିବା ଅଭିଯୋଗ କରିଛନ୍ତି ଶୁଭମିତ୍ରାଙ୍କ ବାପା । ଦୀପକ ହତ୍ୟା କରି ପାଉଥିବା ବୀମା ଟଙ୍କାକୁ ତା ଭାଇ ବ୍ୟବସାୟରେ ଲଗାଏ । ଅପର୍ଣ୍ଣା, ଶୁଭମିତ୍ରା ଭଳି ଆଉ କେତେ ଜଣଙ୍କୁ ଦୀପକ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବ ବୋଲି ସେ ଅଭିଯୋଗ କରିଛନ୍ତି।
📱 Get Argus News App
✨Related Topics
Explore more stories