Crime News / ପଡ଼ୋଶୀଙ୍କ ଫୋନ୍ରେ ସ୍ଵାମୀ ଦେଖିଦେଲେ ସ୍ତ୍ରୀର ଫଟୋ, ଭିଡିଓ; ପ୍ରେମିକ ସହ ମିଶି ମାରିଦେଲା
·1 hour ago·2 min read

Key Points
ଘଞ୍ଚ ଜଙ୍ଗଲ, ଅନ୍ଧାର ରାତିରେ ମଦ ପିଇବାକୁ ଡାକି ସ୍ଵାମୀକୁ ଛୁରି ଭୁସି ପ୍ରେମିକ ସହ ହତ୍ୟା କରିଛି ସ୍ତ୍ରୀ । ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍ରେ ।
ନୂଆଦିଲ୍ଲୀ: ଫଟୋରୁ ଜଣାପଡ଼ିଲା ପ୍ରତାରଣା । ଦୁଇ ଜଣଙ୍କୁ ମାରିଦେବାକୁ ଧମକ ପଡ଼ିଗଲା ମହଙ୍ଗା । ପ୍ରେମିକ ସହ ମିଶି ପତ୍ନୀ ନେଇଗଲା ସ୍ଵାମୀର ଜୀବନ । ଘଞ୍ଚ ଜଙ୍ଗଲ, ଅନ୍ଧାର ରାତିରେ ମଦ ପିଇବାକୁ ଡାକି ସ୍ଵାମୀକୁ ଛୁରି ଭୁସି ପ୍ରେମିକ ସହ ହତ୍ୟା କରିଛି ସ୍ତ୍ରୀ । ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍ରେ ।
ମିଳିଥିବା ସୂଚନା ଅନୁସାରେ, ମୃତକ ହେଉଛନ୍ତି ୩୨ ବର୍ଷୀୟ ମଦନ ମୁଖିୟା । ପୋଲିସ ମାମଲାର ପର୍ଦ୍ଦାଫାସ୍ କରିବା ସହ ମଦନଙ୍କ ପତ୍ନୀ ୩୦ ବର୍ଷୀୟ ଦେବୀଙ୍କ ସହ ପଡ଼ୋଶୀ ୨୩ ବର୍ଷର ଲଲ୍ଲନ ଶର୍ମାଙ୍କୁ ଗିରଫ କରି ନେଇଛି । ଶନିବାର ମଦନଙ୍କ ମୃତଦେହ ପ୍ରେମନଗର ନିକଟସ୍ଥ ଜଙ୍ଗଲୁ ମିଳିଛି । ଶରୀରରେ ଛୁରାମାଡ଼ର ଅନେକ ଦାଗ ରହିଛି ।
ଏଥିସହ ପଢ଼ନ୍ତୁ: ସାରଣରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ; ଛୁରାମାଡ଼ରେ ଚାଲିଗଲା ୩ ଜୀବନ
ପୋଲିସ ଅନୁସାରେ, ହତ୍ୟାର ପ୍ରାୟ ଦୁଇ ଦିନ ପୂର୍ବରୁ ଲଲ୍ଲନଙ୍କ ଫୋନ୍ରେ ମଦନ ତାଙ୍କ ସ୍ତ୍ରୀଙ୍କ ଫଟୋ ଓ ଭିଡିଓ ଦେଖି ଥିଲେ । ଲଲ୍ଲନ ଓ ଦେବୀଙ୍କ ମଧ୍ୟରେ କିଛି ସମ୍ପର୍କ ଥିବା ଜାଣିପାରିଥିଲେ ମନ । ଯାହାକୁ ନଇ ମଦନ ଦୁହିଁଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏପରିକି ସେମାନଙ୍କ ଅବୈଧ ସମ୍ପର୍କ ବାବଦରେ ସମସ୍ତଙ୍କୁ କହିଦେବା ନେଇ ଧମକ ଦେଇଥିଲେ । ପୋଲିସ କହିବା ଅନୁସାରେ, ମଦନ ଧମକ ଦେବା ପରେ ଦେବୀ ଓ ଲଲ୍ଲନ ମିଶି ଷଡ଼ଯନ୍ତ୍ର ରଚିଥିଲେ । ମଦନଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ।
ଡେରାଡୁନ ପୋଲିସ କହିଛି, "ଦେବୀ ଓ ଲଲ୍ଲନ ଶର୍ମା ବିଗତ ୨ରୁ ୩ ବର୍ଷ ହେଲା ପରସ୍ପର ସମ୍ପର୍କରେ ଥିଲେ । ମଦନ ଓ ଲଲ୍ଲନ ଦୁହେଁ ଦିନ ମଜୁରିଆ ଅଟନ୍ତି । ଶୁକ୍ରବାର ସନ୍ଧ୍ୟାରେ ଦେବୀ, ମଦନଙ୍କୁ ମଦ ପିଇବା ବାହାନାରେ ନିକଟସ୍ଥ ଜଙ୍ଗଲକୁ ଡାକି ନେଇଥିଲେ । ସେଠାରେ ପୂର୍ବରୁ ଲଲ୍ଲନ ମଧ୍ୟ ଥିଲା । ଦୁହେଁ ମିଶି ମଦନଙ୍କୁ ଛୁରିରେ ଆକ୍ରମଣ କରିଥିଲେ, ଫଳରେ ମଦନ ସେଇଠି ହିଁ ଟଳି ପଡ଼ିଥିବା ଅଭିଯୋଗ ହୋଇଛି ।
ଏଥିସହ ପଢ଼ନ୍ତୁ: ୪ ବର୍ଷ ପରେ ଜୀବିତ ମିଳିଲେ ମୃତ ବ୍ୟକ୍ତି; ହତ୍ୟା ମାମଲାରେ ଜେଲ ଯାଇଥିଲେ ୩ ଅଭିଯୁକ୍ତ
ମଦନଙ୍କ ରକ୍ତାକ୍ତ ମୃତଦେହ ପ୍ରେମନଗର ଜଙ୍ଗଲରୁ ମିଳିଛି । ସୂଚନା ପାଇବା ମାତ୍ରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆଖପାଖରେ ଲାଗିଥିବା CCTV ଫୁଟେଜ୍ ଅନୁଧ୍ୟାନ କରିଥିଲା । ପୋଲିସ BNS ଧାରା ୧୦୩ (୧)ରେ ମାମଲା ରୁଜୁ କରି CCTV ସହାୟତାରେ ହତ୍ୟା ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା ।
ଶନିବାର ଲଲ୍ଲନ ଶର୍ମାଙ୍କୁ ଏକ ମନ୍ଦିର ନିକଟରୁ ଗିରଫ କରାଯାଇଛି । ପଚରାଉଚରା ବେଳେ ଲଲ୍ଲନ, ମଦନଙ୍କୁ ହତ୍ୟାରେ ସାମିଲ୍ ଥିବା ମାନିଛି । ଯାହାପରେ ପୋଲିସ ମଦନଙ୍କ ପତ୍ନୀ ଦେବୀଙ୍କୁ ମଧ୍ୟ ଗିରଫ କରିଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Related Topics
Explore more stories