Videos
|
Crime

Knife Attack / ସାରଣରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ; ଛୁରାମାଡ଼ରେ ଚାଲିଗଲା ୩ ଜୀବନ

Sushanta Sahoo
Browse all articles by Sushanta Sahoo
·52 mins ago·2 min read
ସାରଣରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ; ଛୁରାମାଡ଼ରେ ଚାଲିଗଲା ୩ ଜୀବନ
3 Dead After Knife Attack in Bihar

Key Points

ଛୁରାମାଡ଼ରେ ଚାଲିଗଲା ୩ ଜୀବନ । ବିହାରର ସାରଣ ଜିଲ୍ଲାରେ ଶନିବାର-ରବିବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି ।
ପାଟନା: ଗୋଷ୍ଠୀ ସଂଘର୍ଷରୁ ଗଡ଼ିଲା ମୁଣ୍ଡ । ଛୁରାମାଡ଼ରେ ଚାଲିଗଲା ୩ ଜୀବନ । ବିହାରର ସାରଣ ଜିଲ୍ଲାରେ ଶନିବାର-ରବିବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ସାରଣ ଜିଲ୍ଲାର ଏକମା ଥାନା ଅଞ୍ଚଳରେ ହୋଇଥିବା ସଂଘର୍ଷରେ ୩ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

୩ ମୃତକ ହେଉଛନ୍ତି- ମୁକେଶ ଯାଦବ, ରବିଶ ଯାଦବ ଓ ଅଙ୍କୁ କୁମାର । ଗୁରୁତର ଆହତ ଜଣଙ୍କ ନାଁ ବିବେକ କୁମାର ବୋଲି ଜଣାପଡ଼ିଛି । ପୋଲିସ ସୂଚନା ଅନୁସାରେ, ସଂଘର୍ଷ ପରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ଆହତ ୨ ଜଣ ଚିକିତ୍ସା ବେଳେ ପ୍ରାଣ ହରାଇଛନ୍ତି ।

ଏଥିସହ ପଢ଼ନ୍ତୁ: ୪ ବର୍ଷ ପରେ ଜୀବିତ ମିଳିଲେ ମୃତ ବ୍ୟକ୍ତି; ହତ୍ୟା ମାମଲାରେ ଜେଲ ଯାଇଥିଲେ ୩ ଅଭିଯୁକ୍ତ 

ଏବେ ଆହତ ବିବେକଙ୍କ ଚିକିତ୍ସା ସରକାରୀ ଚିକିତ୍ସାଳୟରେ ଚାଲିଛି । ସାରଣର ବରିଷ୍ଠ ପୋଲିସ ଅଧିକ୍ଷକ ରୋଶନ କୁମାର କହିଛନ୍ତି, "ଗୋଷ୍ଠୀ ସଂଘର୍ଷ ଖବର ମିଳିବା ମାତ୍ରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେବା ସହ ଛାନଭିନ୍ ଆରମ୍ଭ କରିଛି ।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଦୁଇ ଗୋଷ୍ଠୀ କାହିଁକି ମୁହାଁମୁହିଁ ହେଲେ ? ବିବାଦ ପଛର କାରଣ ପୋଲିସ ସ୍ପଷ୍ଟ କରି ନାହିଁ । କିନ୍ତୁ, ଗାଁ ଲୋକଙ୍କ କହିବା ଅନୁସାରେ, "ପୂର୍ବରୁ କଥା କଟାକଟି ଥିଲା, ଯାହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଦେଖୁ ଦେଖୁ ସଂଘର୍ଷ ରକ୍ତାକ୍ତ ହୋଇଥିଲା ।"

ମାମଲାର ତଦନ୍ତ ପୋଲିସ କରିବା ସହ ୬ ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି । ପୋଲିସ ଏନେଇ ମାମଲା ରୁଜୁ କରିବା ସହ ସଂଘର୍ଷରେ ସାମିଲ୍ ଅନ୍ୟ ଲୋକଙ୍କ ଭୂମିକା ମଧ୍ୟ ଯାଞ୍ଚ କରୁଛି ।

ଏଥିସହ ପଢ଼ନ୍ତୁ: ବିବାଦୀୟ ରିଲ୍ସ କରିବା ପଡ଼ିଲା ମହଙ୍ଗା, ବନ୍ଧାହେଲେ କଣ୍ଟେଣ୍ଟ କ୍ରିଏଟର ସିମରନ୍ 

୩ ମୃତକଙ୍କ ଶବକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ଓ ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଉତ୍ତେଜନାକୁ ଦେଖି ଗାଁ ଓ ଆଖପାଖ ଅଞ୍ଚଳରେ ପୋଲିସ ପାଟ୍ରୋଲିଂକୁ ଜୋରଦାର୍ କରିଛି ।