|
logo
Live

Argus News - ଲାଲକିଲ୍ଲା ମସଜିଦ୍‌ର ପାର୍କିଂରେ ୩ ଘଣ୍ଟା ଥିଲା ବିସ୍ଫୋରଣ ହୋଇଥିବା କାର୍, ୧୩ ସନ୍ଦିଗ୍ଧ ଅଟକ

Crime

Delhi Blast / ଲାଲକିଲ୍ଲା ମସଜିଦ୍‌ର ପାର୍କିଂରେ ୩ ଘଣ୍ଟା ଥିଲା ବିସ୍ଫୋରଣ ହୋଇଥିବା କାର୍, ୧୩ ସନ୍ଦିଗ୍ଧ ଅଟକ

Sushanta Sahoo
Browse all articles by Sushanta Sahoo
·4 months ago·3 min read
ଲାଲକିଲ୍ଲା ମସଜିଦ୍‌ର ପାର୍କିଂରେ ୩ ଘଣ୍ଟା ଥିଲା ବିସ୍ଫୋରଣ ହୋଇଥିବା କାର୍, ୧୩ ସନ୍ଦିଗ୍ଧ ଅଟକ

Key Points

ବିସ୍ଫୋରଣ ପୂର୍ବରୁ ହ୍ୟୁଣ୍ଡାଇ i20 କାର୍‌ଟି ଲାଲକିଲ୍ଲା ନିକଟ ମସଜିଦ୍‌ର ପାର୍କିଂରେ ୩ ଘଣ୍ଟା ଧରି ଛିଡ଼ା ହୋଇଥିଲା । ଆଉ ବିସ୍ଫୋରଣର ମାତ୍ର କେଇ ମିନିଟ୍ ପୂର୍ବରୁ କାର୍‌ଟି ସୁନହେରି ମସଜିଦ୍ ଛାଡ଼ିଥିଲା । ଭୟଙ୍କର କାର୍ ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାରେ ଆସିଛି ସନ୍ଦିଗ୍ଧର ଫଟୋ । ଏଥିସହ ବିସ୍ଫୋରଣ ପୂର୍ବରୁ ହ୍ୟୁଣ୍ଡାଇ i20 କାର୍‌ଟି ଲାଲକିଲ୍ଲା ନିକଟ ମସଜିଦ୍‌ର ପାର୍କିଂରେ ୩ ଘଣ୍ଟା ଧରି ଛିଡ଼ା ହୋଇଥିଲା । ଆଉ ବିସ୍ଫୋରଣର ମାତ୍ର କେଇ ମିନିଟ୍ ପୂର୍ବରୁ କାର୍‌ଟି ସୁନହେରି ମସଜିଦ୍ ଛାଡ଼ିଥିଲା । ଭୟଙ୍କର କାର୍ ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।

ସିସିଟିଭି ଫୁଟେଜ୍‌ରେ ଦେଖାଯାଉଛି ସିଲଭର୍ ରଙ୍ଗର i20 କାର୍‌ଟି ମସଜିଦ୍ ନିକଟ ପାର୍କିଂକୁ ଅପରାହ୍ଣ ୩ଟା ୧୯ରେ ଆସିଥିଲେ । ୩ ଘଣ୍ଟା ପାର୍କିଂରେ ରହିବା ପରେ କାର୍‌ଟି ସନ୍ଧ୍ୟା ୬ଟା ୪୮ରେ ସେଠାରୁ ବାହାରି ଥିଲା । ଆଉ ଠିକ୍ ୬ଟା ୫୨ରେ ଲାଲକିଲ୍ଲା ମେଟ୍ରୋର ୧ ନମ୍ବର ଗେଟ୍ ରେଡ୍‌ ଲାଇଟ୍‌ରେ କାର୍‌ ବିସ୍ଫୋରଣ ହୋଇଥିଲା ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀ କାର୍ ବିସ୍ଫୋରଣ; ଫିଦାୟୀନ୍ ଷ୍ଟାଇଲ୍ ଆକ୍ରମଣ ପଛରେ ଫରିଦାବାଦ ଟେରର୍ ମଡ୍ୟୁଲ୍ !

ସିସିଟିଭିରେ ଦେଖାଯାଉଛି, ହ୍ୟୁଣ୍ଡାଇ i20 କାର୍‌ଟିକୁ ଚଳାଉଥିବା ଚାଳକ ଏକ କଳାରଙ୍ଗର ମାସ୍କ ପିନ୍ଧିଛନ୍ତି । ଆଶଙ୍କା କରାଯାଉଛି, ସେହି ବ୍ୟକ୍ତିଜଣଙ୍କ ଫରିଦାବାଦର ଟେରର୍ ମଡେଲ୍‌ର ଅନ୍ୟତମ ଅଭିଯୁକ୍ତ ଡକ୍ଟର ମହମ୍ମଦ ଉମର ।

ତେବେ କାରକୁ ପ୍ରକୃତରେ କିଏ ଚଳାଉଥିଲା ତାହା ଜାଣିବାକୁ ତଦନ୍ତକାରୀ ଏଜେନ୍ସି ଏକାଧିକ ସିସିଟିଭି ଯାଞ୍ଚ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ସିସିଟିଭି ଫୁଟେଜ୍ ଓ ସ୍ଥାନୀୟ ଗୁଇନ୍ଦା ତଥ୍ୟକୁ ନେଇ ଦିଲ୍ଲୀ ପୋଲିସ ୧୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ବିସ୍ଫୋରଣ ପରେ ସୋମବାର ରାତିରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘଟଣାସ୍ଥଲ ପରିଦର୍ଶନ କରିଥିଲେ । କହିଥିଲେ, "ଭୟଙ୍କର ବିସ୍ଫୋରଣ ପଛର ସମସ୍ତ ଦିଗକୁ ନେଇ ତଦନ୍ତକାରୀ ଏଜେନ୍ସି ଛାନଭିନ୍ କରୁଛନ୍ତି । ମଙ୍ଗଳବାର ଉଚ୍ଚ ଅଧିକାରୀଙ୍କ ସହ ବୈଠକ ବସିବ ।"
କାଶ୍ମୀର୍ କନେକ୍ସନ୍‌ର ଛାନଭିନ୍ !

ତେବେ ଦିଲ୍ଲୀ କାର୍ ବିସ୍ଫୋରଣ ପଛରେ ଜମ୍ମୁ-କାଶ୍ମୀର୍ ଲିଙ୍କ୍ ଥିବା ଆଶଙ୍କା କରାଯାଉଛି । ଯାହାକୁ ନେଇ ରାତି ସାରା ଜମ୍ମୁ-କାଶ୍ମୀରରେ ଚଢ଼ାଉ ଚାଲିଛି । ସୋପିଆନ୍‌ରେ ଇମ୍ରାନ୍ ଓରଫ ମୌଲବିର ଘରେ ରେଡ୍ ହୋଇଛି । ଇମ୍ରାନର ନାଁ ଟେରର୍ ମଡ୍ୟୁଲ୍ ତାଲିକାରେ ରହିଛି । ସୋମବାର ରାତିରେ ପୋଲିସ ଖର୍ପୁରା ସମ୍ବୁରାରୁ ଟିପ୍ପର ଡ୍ରାଇଭର ତାରିକ୍ ଅହମଦଙ୍କୁ ପୋଲିସ ଅଟକ ରଖିଛି ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ, ଆହତଙ୍କୁ ଭେଟିଲେ ଅମିତ ଶାହ

ବିସ୍ଫୋରଣ ଘଟାଇଥିବା ହ୍ୟୁଣ୍ଡାଇ i20 କାରର ମାଲିକାନା ବାରମ୍ବାର ବଦଳା ଯିବାକୁ ନେଇ ସନ୍ଦେହ ବଢ଼ୁଛି । ପୁଲୱାମାର ତାରିକ୍ ପୂର୍ବରୁ କାରଟିକୁ ପ୍ରଥମେ କିଣିଥିଲେ ମହମ୍ମଦ ସଲମାନ । ପରେ ସଲମାନ ନଦୀମକୁ ବିକ୍ରି କରିଥିଲା କାର । ଏହାପରେ ଫରିଦାବାଦର ରୟାଲ୍ କାର୍ ଜୋନ (ପୁରୁଣା କାର୍ ଡିଲର)କୁ କାର୍ ବିକ୍ରି କରାଯାଇଥିଲା । ସେଠୁ ତାରିକ୍ କାର୍ କିଣିବା ପରେ ଡକ୍ଟର ମହମ୍ମଦ ଉମର ହାତକୁ ଯାଇଥିଲା । ବାରମ୍ବାର କାର୍ ବିକ୍ରି ପଛରେ ବିସ୍ଫୋରଣର ସୁଚିନ୍ତିତ ଷଡ଼ଯନ୍ତ୍ର ଥିବା ଆଶଙ୍କା କରାଯାଉଛି ।

ଲାଲ୍‌କିଲ୍ଲା ମେଟ୍ରୋ ଷ୍ଟେସନ୍ ବାହାରେ ଭୟଙ୍କର ବିସ୍ଫୋରଣ ପଛରେ ଫିଦାୟୀନ ଷ୍ଟାଇଲ୍ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରାଯାଉଛି । ଆଉ ଏଥିରେ ଡକ୍ଟର ମହମ୍ମଦ ଉମରର ସମ୍ପୃକ୍ତି ଥିବା ଗୁଇନ୍ଦା ସୂତ୍ର ଅନୁମାନ କରୁଛି । ଫରିଦାବାଦ ଟେରର୍ ମଡ୍ୟୁଲ୍‌ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହେଉଛି ଡକ୍ଟର ମହମ୍ମଦ ଉମର ।

କୁହାଯାଉଛି, ଫରିଦାବାଦରୁ ବିପୁଳ ବିସ୍ଫୋରକ ଜବତ ଏବଂ ସହଯୋଗୀ ଗିରଫ ପରେ ଉମର ବିଚଳିତ ହୋଇ ପଡ଼ିଥିଲା । ଫରିଦାବାଦ ମଡ୍ୟୁଲ୍‌ର ମୁଖ୍ୟ ଅଭିଯୁକ୍ତ ହେଉଛି ଡକ୍ଟର ମୁଜାମ୍ମିଲ ଶକୀଲ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Blast: ଲାଲକିଲ୍ଲା ମସଜିଦ୍‌ର ପାର୍କିଂରେ ୩ ଘଣ୍ଟା ଥିଲା ବିସ୍ଫୋରଣ ହୋଇଥିବା କାର୍, ୧୩ ସନ୍ଦିଗ୍ଧ ଅଟକ | Argus News