|
logo
Live

Argus News - ଦିଲ୍ଲୀ କାର୍ ବିସ୍ଫୋରଣ; ଫିଦାୟୀନ୍ ଷ୍ଟାଇଲ୍ ଆକ୍ରମଣ ପଛରେ ଫରିଦାବାଦ ଟେରର୍ ମଡ୍ୟୁଲ୍ !

Crime

Delhi Blast / ଦିଲ୍ଲୀ କାର୍ ବିସ୍ଫୋରଣ; ଫିଦାୟୀନ୍ ଷ୍ଟାଇଲ୍ ଆକ୍ରମଣ ପଛରେ ଫରିଦାବାଦ ଟେରର୍ ମଡ୍ୟୁଲ୍ !

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଦିଲ୍ଲୀ କାର୍ ବିସ୍ଫୋରଣ; ଫିଦାୟୀନ୍ ଷ୍ଟାଇଲ୍ ଆକ୍ରମଣ ପଛରେ ଫରିଦାବାଦ ଟେରର୍ ମଡ୍ୟୁଲ୍ !

Key Points

ଭୟଙ୍କର ବିସ୍ଫୋରଣ ପଛରେ ଫିଦାୟୀନ ଷ୍ଟାଇଲ୍ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରାଯାଉଛି । ଆଉ ଏଥିରେ ଡକ୍ଟର ମହମ୍ମଦ ଉମରର ସମ୍ପୃକ୍ତି ଥିବା ଗୁଇନ୍ଦା ସୂତ୍ର ଅନୁମାନ କରୁଛି । ଫରିଦାବାଦ ଟେରର୍ ମଡ୍ୟୁଲ୍‌ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହେଉଛି ଡକ୍ଟର ମହମ୍ମଦ ଉମର ।
ନୂଆଦିଲ୍ଲୀ: ଦିଲ୍ଲୀ ଲାଲ୍‌କିଲ୍ଲା ମେଟ୍ରୋ ଷ୍ଟେସନ୍ ବାହାରେ ଭୟଙ୍କର ବିସ୍ଫୋରଣ ପଛରେ ଫିଦାୟୀନ ଷ୍ଟାଇଲ୍ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରାଯାଉଛି । ଆଉ ଏଥିରେ ଡକ୍ଟର ମହମ୍ମଦ ଉମରର ସମ୍ପୃକ୍ତି ଥିବା ଗୁଇନ୍ଦା ସୂତ୍ର ଅନୁମାନ କରୁଛି । ଫରିଦାବାଦ ଟେରର୍ ମଡ୍ୟୁଲ୍‌ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହେଉଛି ଡକ୍ଟର ମହମ୍ମଦ ଉମର ।

କୁହାଯାଉଛି, ଫରିଦାବାଦରୁ ବିପୁଳ ବିସ୍ଫୋରକ ଜବତ ଏବଂ ସହଯୋଗୀ ଗିରଫ ପରେ ଉମର ବିଚଳିତ ହୋଇ ପଡ଼ିଥିଲା । ଫରିଦାବାଦ ମଡ୍ୟୁଲ୍‌ର ମୁଖ୍ୟ ଅଭିଯୁକ୍ତ ହେଉଛି ଡକ୍ଟର ମୁଜାମ୍ମିଲ ଶକୀଲ ।

ସୋମବାର ସନ୍ଧ୍ୟାରେ ଏକ ହ୍ୟୁଣ୍ଡାଇ i20 କାର୍ ଦିଲ୍ଲୀ ଲାଲକିଲ୍ଲା ମଟ୍ରୋ ଟ୍ରାଫିକ୍‌ ଆଡ଼କୁ ଧିରେ ଧିରେ ଆସିଥିଲା । ରେଡ୍ ଲାଇଟ୍‌ରେ ହିଁ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ, ଆହତଙ୍କୁ ଭେଟିଲେ ଅମିତ ଶାହ

ବିସ୍ଫୋରଣର ତଦନ୍ତ କରୁଥିବା ଅଧିକାରୀଙ୍କ ଅନୁସାରେ, ଏହି ଆକ୍ରମଣ ଫିଦାୟୀନ ଷ୍ଟାଇଲ୍‌ରେ ହୋଇଛି । କୁହାଯାଉଛି, ବିସ୍ଫୋରଣ ହୋଇଥିବା କାରଟି ଜମ୍ମୁ-କାଶ୍ମୀର ପୁଲୱାମାର ତାରିକ୍ କିଣିଥିଲା । ବିସ୍ଫୋରଣ ପରେ ପୋଲିସ ତାକୁ ଉଠାଇ ନେଇ ପଚରାଉଚରା କରୁଛି । ଫରିଦାବାଦ ଟେରର୍ ମଡ୍ଯୁଲ୍ ସହ ତାରିକର କେଉଁ ପ୍ରକାର ସମ୍ପର୍କ ରହିଛି ସେ ଦିଗରେ ବି ତଦନ୍ତ ହେଉଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଜନଗହଳିପୂର୍ଣ୍ଣ ଲାଲକିଲ୍ଲା ଅଞ୍ଚଳକୁ ଆସିବା ପୂର୍ବରୁ କାର୍‌ରେ ବିପୁଳ ବିସ୍ଫୋରକ ରଖା ଯାଇଥିଲା । ସୋମବାର ସନ୍ଧ୍ୟା ପ୍ରାୟ ୬ଟା ୫୨ରେ କାର୍ ବିସ୍ଫୋରଣ ମାତ୍ରେ ଅନ୍ୟ ଗାଡ଼ିକୁ ବ୍ୟାପି ଯାଇଥିଲା ନିଆଁ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବିସ୍ଫୋରଣ ବେଶ ଶକ୍ତିଶାଳୀ ଓ ଭୟଙ୍କର ଥିଲା । ଫଳରେ ମୃତାହତଙ୍କ ଶରୀରର ଖଣ୍ଡ ଏଣେତେଣେ ବିଛାରି ହୋଇ ପଡ଼ିଥିଲା । ବିସ୍ଫୋରଣ ପଛର ପ୍ରକୃତ କାରଣ ତଦନ୍ତକାରୀ ଏଜେନ୍ସି ଖୋଜୁଛନ୍ତି ।

ତେବେ ବିସ୍ଫୋରଣ ହୋଇଥିବା i20 କାରରେ ଡକ୍ଟର ମହମ୍ମଦ ଉମର ଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ଡକ୍ଟର ମହମ୍ମଦ ଉମର ଉକ୍ତ କାରକୁ ଡ୍ରାଇଭ୍ କରୁଥିବାର ସିସିଟିଭି ଫୁଟେଜ୍ ଆସିଛି । ସେପଟେ କାରରେ ଜଳି ଯାଇଥିବା ମୃତଦେହର DNA ଟେଷ୍ଟ କରାଯିବ ବୋଲି ପୋଲିସ କହିଛି । DNA ଟେଷ୍ଟ ହେଲେ ଜଣାପଡ଼ିଯିବ କାରରେ ଥିଲା କି ଡକ୍ଟର ମହମ୍ମଦ ଉମର । ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, ଉତ୍ତର ଭାରତରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣର ଏକାଧିକ ମାମଲାରେ ମୋଷ୍ଟ ୱାଣ୍ଟେଡ ଥିଲା ଡକ୍ଟର ମହମ୍ମଦ ଉମର ।

ଏଥିସହ ପଢ଼ନ୍ତୁ: ଫରିଦାବାଦରୁ ୨୯୦୦ କେଜି ବିସ୍ଫୋଟକ ମିଳିବା ପରେ ଦିଲ୍ଲୀରେ ବଡ଼ ବିସ୍ଫୋରଣ

ସେପଟେ ବିସ୍ଫୋରଣ ଘଟାଇଥିବା ହ୍ୟୁଣ୍ଡାଇ i20 କାରର ମାଲିକାନା ବାରମ୍ବାର ବଦଳା ଯିବାକୁ ନେଇ ସନ୍ଦେହ ବଢ଼ୁଛି । ପୁଲୱାମାର ତାରିକ୍ ପୂର୍ବରୁ କାରଟିକୁ ପ୍ରଥମେ କିଣିଥିଲେ ମହମ୍ମଦ ସଲମାନ । ପରେ ସଲମାନ ନଦୀମକୁ ବିକ୍ରି କରିଥିଲା କାର । ଏହାପରେ ଫରିଦାବାଦର ରୟାଲ୍ କାର୍ ଜୋନ (ପୁରୁଣା କାର୍ ଡିଲର)କୁ କାର୍ ବିକ୍ରି କରାଯାଇଥିଲା । ସେଠୁ ତାରିକ୍ କାର୍ କିଣିବା ପରେ ଡକ୍ଟର ମହମ୍ମଦ ଉମର ହାତକୁ ଯାଇଥିଲା । ବାରମ୍ବାର କାର୍ ବିକ୍ରି ପଛରେ ବିସ୍ଫୋରଣର ସୁଚିନ୍ତିତ ଷଡ଼ଯନ୍ତ୍ର ଥିବା ଆଶଙ୍କା କରାଯାଉଛି ।

ବିସ୍ଫୋରଣ ସ୍ଥଳରେ NSG, NIA ସହ ଫରେନସିକ ଲ୍ୟାବ ଟିମ୍ କାରର ନମୁନା ସଂଗ୍ରହଣ କରିଛନ୍ତି । ଆଶଙ୍କା କରାଯାଉଛି ବିସ୍ଫୋରଣରେ ନାଇଟ୍ରେଟ୍ ଅଥବା TNTର ବ୍ୟବହାର କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Blast: ଦିଲ୍ଲୀ କାର୍ ବିସ୍ଫୋରଣ; ଫିଦାୟୀନ୍ ଷ୍ଟାଇଲ୍ ଆକ୍ରମଣ ପଛରେ ଫରିଦାବାଦ ଟେରର୍ ମଡ୍ୟୁଲ୍ ! | Argus News