|
logo
Live

Argus News - ଦିଲ୍ଲୀ ବିସ୍ଫୋରଣ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ, ଆହତଙ୍କୁ ଭେଟିଲେ ଅମିତ ଶାହ

Crime

Delhi Blast / ଦିଲ୍ଲୀ ବିସ୍ଫୋରଣ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ, ଆହତଙ୍କୁ ଭେଟିଲେ ଅମିତ ଶାହ

Sushanta Sahoo
Browse all articles by Sushanta Sahoo
·4 months ago·3 min read
ଦିଲ୍ଲୀ ବିସ୍ଫୋରଣ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ, ଆହତଙ୍କୁ ଭେଟିଲେ ଅମିତ ଶାହ

Key Points

ଦିଲ୍ଲୀ କେବଳ ଦେଶର ରାଜଧାନୀ ନୁହେଁ, କ୍ଷମତା କେନ୍ଦ୍ର ମଧ୍ୟ । ଦେଶର ସୁରକ୍ଷା ଓ ଶାନ୍ତିର ପ୍ରତୀକ ଦିଲ୍ଲୀ । କିନ୍ତୁ ବିଗତ ୪ ଦଶନ୍ଧି ମଧ୍ୟରେ ଦିଲ୍ଲୀ ଅନେକ ଥର ଆତଙ୍କବାଦୀ ଆକ୍ରମଣର ସମ୍ମୁଖିନ ହୋଇଛି ।
ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବଡ଼ ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ୨୫ରୁ ଅଧକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସୋମବାର ବିସ୍ଫୋରଣ ୧୪ ବର୍ଷ ତଳେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣକୁ ମନେ ପକାଇ ଦେଇଛି । ଏହା ପୂର୍ବରୁ ୨୦୦୮ରେ ରାଷ୍ଟ୍ରୀୟ ରାଜଧାନୀରେ ବିସ୍ଫୋରଣ ହୋଇଥିଲା ।


ଏବେ ହୋଇଥିବା ବିସ୍ଫୋରଣକୁ ନେଇ Xରେ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ବିସ୍ଫୋରଣରେ ମୃତକଙ୍କ ପରିବାରକୁ ସମବେଦନା ଜଣାଉଛି । ସମସ୍ତ ଆହତ ସୁସ୍ଥତା କାମନା କରିଛନ୍ତି । ପ୍ରଭାବିତଙ୍କ ସହାୟତା ଅଧିକାରୀ କରୁଛନ୍ତି । ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି ।"

ଏଥିସହ ପଢ଼ନ୍ତୁ: 'ରେଡ୍ ଲାଇଟ୍‌ରେ କାର୍ ଅଟକିବା ପରେ ହୋଇଥିଲା ବିସ୍ଫୋରଣ': ଦିଲ୍ଲୀ ପୋଲିସ କମିଶନର

ଦିଲ୍ଲୀ କେବଳ ଦେଶର ରାଜଧାନୀ ନୁହେଁ, କ୍ଷମତା କେନ୍ଦ୍ର ମଧ୍ୟ । ଦେଶର ସୁରକ୍ଷା ଓ ଶାନ୍ତିର ପ୍ରତୀକ ଦିଲ୍ଲୀ । କିନ୍ତୁ ବିଗତ ୪ ଦଶନ୍ଧି ମଧ୍ୟରେ ଦିଲ୍ଲୀ ଅନେକ ଥର ଆତଙ୍କବାଦୀ ଆକ୍ରମଣର ସମ୍ମୁଖିନ ହୋଇଛି ।

କେବେ କେବେ ଦିଲ୍ଲୀରେ ଆକ୍ରମଣ ?

୧୯୮୫ ମସିହାରେ ଦିଲ୍ଲୀରେ ହୋଇଥିଲା ବଡ଼ଧରଣର ବିସ୍ଫୋରଣ । ମେ ୧୦ରେ ଟ୍ରାଞ୍ଜିଷ୍ଟରରେ ଲାଗିଥିବା ବୋମା ଅନେକ ସ୍ଥାନରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହଇଥିଲେ ୧୨୭ ଜଣ । ଏହି ବିସ୍ଫୋରଣ ବସ୍, ବଜାର ଓ ସର୍ବସାଧାରଣ ସ୍ଥାନରେ ହୋଇଥିଲା । ସ୍ଵାଧୀନ ଭାରତରେ ଏହା ଥିଲା ବଡ଼ ଆତଙ୍କବାଦୀ ଆକ୍ରମଣ । ଯାହା ଦିଲ୍ଲୀକୁ ଡରାଇ ଦେଇଥିଲା ।

ଏହା ପରେ ୧୯୯୬ରେ ଦିଲ୍ଲୀର ଲାଜପତ ନଗରର ସେଣ୍ଟ୍ରାଲ୍ ମାର୍କେଟରେ ହୋଇଥିଲା ବିସ୍ଫୋରଣ । ସନ୍ଧ୍ୟାର ଭିଡ଼ ଭିତରେ ହୋଇଥିବା ବିସ୍ଫୋରଣ ନେଇଥିଲା ୧୩ ଜଣଙ୍କ ଜୀବନ । ଯେଉଁଥିରେ ୩୮ରୁ ଅଧିକ ଆହତ ହୋଇଥିଲା । ଏହି ବିସ୍ଫୋରଣ ପାଇଁ ଜମ୍ମୁ-କାଶ୍ମୀର ଇସଲାମିକ ଫ୍ରଣ୍ଟ ନିଜକୁ ଦାୟୀ କରିଥିଲା । ସେତେବେଳେ କାଶ୍ମୀରରେ ଆତଙ୍କବାଦ ଦ୍ରୁତ ଗତିରେ ବଢ଼ୁଥିଲା ଆଉ ଦିଲ୍ଲୀ ପହଞ୍ଚିବାକୁ ସକ୍ଷମ ହୋଇଥିଲେ ।

ତା'ପରେ ୨୦୦୫ ମସିହାରେ ଦୀପାବଳିର ଠିକ୍ ଦିନକ ପୂର୍ବରୁ ଦୋହଲି ଉଠିଥିଲା ଦିଲ୍ଲୀ । ଅକ୍ଟୋବର ୨୯ରେ ଦିଲ୍ଲୀର ୩ଟି ସ୍ଥାନ ପାହଡ଼ଗଞ୍ଜ, ଗୋବନ୍ଦପୁରୀ ଓ ସରୋଜିନୀ ନଗର ମାର୍କେଟରେ ବିସ୍ଫୋରଣ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ଯେଉଁଥିରେ ୬୨ ଜଣଙ୍କ ମୃତ୍ୟୁ ହେବା ସହ ୨୧୦ରୁ ଅଧିକ ଆହତ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ଦୋହଲିଗଲା ଦିଲ୍ଲୀ; ଲାଲକିଲ୍ଲା ମେଟ୍ରୋ ବାହାରେ କାର୍‌ ବିସ୍ଫୋରଣରେ ୮ ମୃତ

ସେତେବେଳେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଲସ୍କର-ଏ-ତୋଏବା । ପାର୍ବଣ ବେଳେ ଆତଙ୍କବାଦୀ ଆକ୍ରମଣ କରି ନିଜ ସ୍ଥିତି ଜାହିର୍ କରିଥିଲେ । ୨୦୦୮ ସେପ୍ଟେମ୍ବର ୧୩ରେ ପୁଣି ଥରେ ଥରିଥିଲା ଦିଲ୍ଲୀ । କରୋଲାବାଗ, କନ୍ନଟ ପ୍ଲେସ ଓ ଗ୍ରେଟର କୈଳାଶ ସହ ୫ଟି ସ୍ଥାନରେ ବିସ୍ଫୋରଣ ହୋଇଥିଲା । ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲା ।

ଏହି ବିସ୍ଫୋରଣ ପାଇଁ ଇଣ୍ଡିଆନ୍ ମୁଜାହିଦ୍ଦିନ ନିଜକୁ ଦାୟୀ କରିଥିଲା । ସେତେବେଳେ କେବଳ ଦିଲ୍ଲୀ ନୁହେଁ ଜୟପୁର, ଅହମଦାବାଦ, ହାଇଦ୍ରାବାଦ ଭଳି ସ୍ଥାନରେ ମଧ୍ୟ ବିସ୍ଫୋରଣ ହୋଇଥିଲା । ୨୦୦୮ ସେପ୍ଟେମ୍ବର ୨୭ରେ ମହରୌଲି ଫୁଲ ବଜାରରୁ ମିଳିଥିଲା ଟିଫିନ୍ ବୋମା । ବାଇକ୍‌ରେ ଆସି ୨ ଯୁବକ ଟିଫିନ୍ ବୋମା ରଖିବାର କିଛି ସମୟରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଥିଲେ । ୨୦୧୧ ସେପ୍ଟେମ୍ବର ୭ରେ ଦିଲ୍ଲୀ ହାଇକୋର୍ଟ ବାହାରେ ବିସ୍ଫୋରଣ ହୋଇଥିଲା । ବ୍ରିଫକେସ୍‌ରେ ବିସ୍ଫୋଟକ ରଖାଯାଇଥିଲା । ଯେଉଁଥିରେ ଏକାଧିକ ଲୋକ ଆହତ ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Blast: ଦିଲ୍ଲୀ ବିସ୍ଫୋରଣ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ, ଆହତଙ୍କୁ ଭେଟିଲେ ଅମିତ ଶାହ | Argus News